Putin
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଥିବା ରିପୋର୍ଟକୁ ଖଣ୍ଡନ କରିଛି ମସ୍କୋ। ଟ୍ରମ୍ପଙ୍କ ସହ ପୁଟିନ ଫୋନରେ କଥା ହୋଇଥିବା ରିପୋର୍ଟ ସଂପୂର୍ଣ୍ଣ କାଳ୍ପନିକ ବୋଲି ରୁଷ ସ୍ପଷ୍ଟ କରିଛି।
କ୍ରେମଲିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପୁଟିନ-ଟ୍ରମ୍ପ ଫୋନ କଲ ରିପୋର୍ଟରେ ସତ୍ୟତା ନାହିଁ। କୌଣସି ପ୍ରକାରର କଥାବାର୍ତ୍ତା ହୋଇନି। ବର୍ତ୍ତମାନ ସ୍ଥିତିରେ ପୁଟିନ ଫୋନରେ ଟ୍ରମ୍ପଙ୍କ ସହ କଥା ହେବା ନେଇ କୌଣସି ଯୋଜନା କରିନାହାନ୍ତି।”
ୱାଶିଂଟନ ପୋଷ୍ଟରେ ପ୍ରଥମେ ପୁଟିନ-ଟ୍ରମ୍ପ ଆଲୋଚନା ନେଇ ଖବର ପ୍ରକାଶ ପାଇଥିଲା। ଗୁରୁବାର ଉଭୟ ନେତା ଫୋନରେ କଥା ହୋଇଥିବା ଉକ୍ତ ସଂସ୍ଥା ଦାବି କରିଥିଲା। ରୟଟର୍ସ ମଧ୍ୟ କଥାବାର୍ତ୍ତା ହୋଇଥିବା କଥା କହିଥିଲା।
ୱାଶିଂଟନ ପୋଷ୍ଟ ରିପୋର୍ଟ କରିଥିଲା ଯେ ଟ୍ରମ୍ପ ଗୁରୁବାର ଫ୍ଲୋରିଡାର ମାର-ଏ-ଲାଗୋରୁ ପୁଟିନଙ୍କୁ ଫୋନ କରିଥିଲେ। ଆଲୋଚନା ବେଳେ ସେ ୟୁକ୍ରେନ ସହ ଯୁଦ୍ଧକୁ ଆଉ ବ୍ୟାପକ ନ କରିବା ପାଇଁ ପୁଟିନଙ୍କୁ ପରାମର୍ଶ ଦେଇଥିଲେ। ଆଲୋଚନା ବେଳେ ଟ୍ରମ୍ପ ୟୁରୋପରେ ଉପସ୍ଥିତ ଆମେରିକାର ସାମରିକ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ମଧ୍ୟ ପୁଟିନଙ୍କୁ ମନେପକାଇ ଦେଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଟ୍ରମ୍ପ କ୍ଷମତାକୁ ଆସିବା ପରେ ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା କେମିତି ସମ୍ଭବ ହେବ, ସେକଥା ସେ କହି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Putin_1731318950.jpg)