Advertisment

ୟୁକ୍ରେନକୁ ବାଇଡେନଙ୍କ ମିସାଇଲ ଅନୁମତି ପରେ ପରମାଣୁ ହମଲାର ଧମକ ଦେଲେ ପୁଟିନ

ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧ ଆଜି ୧୦୦୦ ଦିନରେ ପହଞ୍ଚିଛି।

Putin

Putin

Advertisment

ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧ ଆଜି ୧୦୦୦ ଦିନରେ ପହଞ୍ଚିଛି। ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟି ଚାଲିଛି। ଯୁଦ୍ଧ ଯୋଗୁ ରୁଷ ଅପେକ୍ଷା ୟୁକ୍ରେନ ଅଧିକ କ୍ଷତି ସହିଛି। ୟୁକ୍ରେନର ଅନେକ ବଡ଼ବଡ଼ ସହର ମାଟିରେ ମିଶି ଯାଇଛି। ତଥାପି ୟୁକ୍ରେନ ହାର ମାନିନାହିଁ। ଏବେ ବି ଦେଶ ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ସହ ଯୁଦ୍ଧ ଜାରି ରଖିଛି।

Advertisment

ଏସବୁ ଭିତରେ ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ନୂଆ ଘଟଣା ଘଟିଛି। ଯୁଦ୍ଧକୁ ୧୦୦୦ ଦିନ ପୂରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ଆମେରିକା ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ବଡ଼ବଡ଼ ମିସାଇଲକୁ ରୁଷ ବିରୋଧରେ ବ୍ୟବହାର କରିବାକୁ ରାଷ୍ଟ୍ରପତି ଜୋ ବାଇଡେନ ଅନୁମତି ଦେଇଛନ୍ତି।

ବାଇଡେନଙ୍କ ଏପରି ଅନୁମତି ପରେ ଚିହ୍ନିଁକି ଉଠିଛି ରୁଷ। ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ନୀତି ତୁରନ୍ତ ବଦଳାଇ ଗୋଟିଏ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ର ଅଣ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ରକୁ ସମର୍ଥନ କରିବ, ତା’ହେଲେ ସ୍ଥିତି ଭୟଙ୍କର ହେବ।

Advertisment

ଅଣ ଆଣବିକ କ୍ଷମତା ନଥିବା ରାଷ୍ଟ୍ର ଉପରେ ମଧ୍ୟ ରୁଷ ପରମାଣୁ ଯୁଦ୍ଧାସ୍ତ୍ର ଦ୍ୱାରା ଆକ୍ରମଣ କରିପାରିବ ବୋଲି ପୁଟିନ ଜାରି କରିଥିବା ସଂଶୋଧିତ ନିର୍ଦ୍ଦେଶନାମାରେ କହିଛନ୍ତି। ପୂର୍ବରୁ ରୁଷ ତା’ର ଆଣବିକ ନୀତିରେ ସ୍ପଷ୍ଟ କରିଥିଲା ଯେ କୌଣସି ଅଣ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ର ଉପରେ ମସ୍କୋ ପରମାଣୁ ବୋମା ମାଡ଼ କରିବ ନାହିଁ।

କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ଲଙ୍ଗ ରେଞ୍ଜ ମିସାଇଲକୁ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ମାଡ଼ କରିବାକୁ ଅନୁମତି ଦେଇଥିବାରୁ ପୁଟିନନ ତାଙ୍କ ନୀତି ବଦଳାଇ ଦେଇଛନ୍ତି।

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବାଇଡେନ ପ୍ରଶାସନ ତା’ ନୀତିରେ ବଡ଼ ପରିବର୍ତ୍ତନ କରିଛି। ଆମେରିକା ନିର୍ମିତ ATACMS missiles ଦ୍ୱାରା ରୁଷ ଉପରେ ଆକ୍ରମଣ କରିବାକୁ ବାଇଡେନ ପ୍ରଶାସନ ପ୍ରଥମଥର ପାଇଁ ୟୁକ୍ରେନକୁ ଅନୁମତି ଦେଇଛି।

ଦୁଇ ମାସ ପରେ ବାଇଡେନ ରାଷ୍ଟ୍ରପତି ପଦରୁ ବିଦାୟ ନେବେ। ତାଙ୍କ ସ୍ଥାନରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବେ। ଏହାପୂର୍ବରୁ ବାଇଡେନ ପ୍ରଶାସନ ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ବଡ଼ ନିଷ୍ପତ୍ତି ନେଇଛି।

ଏପରି ନିଷ୍ପତ୍ତି ପରେ ମଙ୍ଗଳବାର କ୍ରେମଲିନ ଦମ୍ଭୋକ୍ତି କରିଛି ଯେ ୟୁକ୍ରେନର ପରାଜୟ ସୁନିଶ୍ଚିତ। କିଭକୁ ପଶ୍ଚିମ ଦେଶଗୁଡ଼ିକ ସମର୍ଥନ କଲେ ମଧ୍ୟ ବିବାଦ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ପଶ୍ଚିମ ଦେଶର ସହାୟତା ଆମ ଅପରେସନକୁ ବନ୍ଦ କରିପାରିବ ନାହିଁ। ଏହା ଜାରି ରହିଛି ଓ ଖୁବଶୀଘ୍ର ଶେଷ ମଧ୍ୟ ହେବ। କିଭ ବିରୋଧରେ ମିଲିଟାରୀ ଅପରେସନକୁ କେହି ରୋକି ପାରିବେ ନାହିଁ ବୋଲି କ୍ରେମଲିନର ମୁଖପାତ୍ର ଡିମିତ୍ରୀ ପେସ୍କୋଭ କହିଛନ୍ତି।

ସେ ଆହୁରି କହିଛନ୍ତି, ରୁଷ ସବୁବେଳେ ଆଣବିକ ଯୁଦ୍ଧାସ୍ତ୍ରକୁ ଗୋଟିଏ ପ୍ରତିବନ୍ଧକ ଭାବେ ବିବେଚନା କରି ଅରସିଛି। କେବଳ ବାଧ୍ୟତାମୂଳକ ପରିସ୍ଥିତିରେ ରୁଷ ଏହାର ବ୍ୟବହାର କରିବ।

Russia-Ukraine War USA Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe