Advertisment

Russia Hits Ukraine: ୟୁକ୍ରେନ ଉପରେ ଶବ୍ଦ ଠାରୁ ୧୦ ଗୁଣା ସ୍ପିଡରେ ଯାଉଥିବା ମିସାଇଲ ମାଡ଼ କଲା ରୁଷ

ଜେଲେନସ୍କିଙ୍କ କହିବା କଥା ୧୩ଟି ବାଲାଷ୍ଟିକ ମିସାଇଲ, ୨୨ଟି କ୍ରୁଜ ମୋବାଇଲ ଓ ୨୪୨ଟି ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ଏହାବାଦ ରୁଷ ପକ୍ଷରୁ ଘାତକ ଓରେଶନିକ ମିସାଇଲ ମଧ୍ୟ ମାଡ଼ କରାଯାଇଥିଲା।

author-image
Hemant Lenka
attack

ଆକ୍ରମଣ

ପୁଣି ଥରେ ୟୁକ୍ରେନ(Russia-Ukraine War) ଉପରେ ହମଲାକୁ ତୀବ୍ର କରିଛି ରୁଷ। ଗୁରୁବାର ବିଳମ୍ବିତ ରାତିରେ ୟୁକ୍ରେନକୁ ଟାର୍ଗେଟ କରି ୧୦୦ରୁ ଅଧିକ ଡ୍ରୋନ ଓ ଏକାଧିକ ମିସାଇଲ ମାଡ଼ କରିଛି ରୁଷ। ଏହି ଆକ୍ରମଣରରେ କିଭରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୨୫ରୁ ଅଧିକ ଆହତ ହୋଇଛନ୍ତି। 

Advertisment

ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନ କରିଥିବା ଡ୍ରୋନ ଷ୍ଟ୍ରାଇକର ଜବାବରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କଥାକୁ ୟୁକ୍ରେନ ଖଣ୍ଡନ କରି ଆସିଛି। ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମର୍ଥନ କରିଛନ୍ତି। 

ଗୁରୁବାର ଆକ୍ରମଣ ସମ୍ପର୍କରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସୟବିହା କହିଛନ୍ତି, “ୟୁରୋପୀୟ ଓ ନାଟୋ ସୀମାରେ ଏପରି ଭୟଙ୍କର ଆକ୍ରମଣ ୟୁରୋପୀୟ କଣ୍ଟିନେଣ୍ଟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ପୁଟିନ ନିଜସ୍ୱ ଷ୍ଟୋରୀକୁ ସଫଳ କରିବା ପାଇଁ ଏପରି ଆକ୍ରମଣ କରିଛନ୍ତି।”

Advertisment

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ କହିବା କଥା ୧୩ଟି ବାଲାଷ୍ଟିକ ମିସାଇଲ, ୨୨ଟି କ୍ରୁଜ ମୋବାଇଲ ଓ ୨୪୨ଟି ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି। ଏହାବାଦ ରୁଷ ପକ୍ଷରୁ ଘାତକ ଓରେଶନିକ ମିସାଇଲ ମଧ୍ୟ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ କିଭରେ ଥିବା କତର ଦୂତାବାସ କ୍ଷତିଗ୍ରସ୍ତ ହୋଇଛି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ କତର ଏକଦା ମଧ୍ୟସ୍ଥି ସାଜିଥିଲା। 

ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ହିଁ ଜେଲେନସ୍କି ରୁଷ ପକ୍ଷରୁ ବଡ଼ଧରଣର ଆକ୍ରମଣ କରାଯିବ ବୋଲି ଆଶଙ୍କା କରିଥିଲେ। ତୁଷାର ପାତର ଫାଇଦା ନେଇ ରୁଷ ଆକ୍ରମଣ କରିପାରେ ବୋଲି ସେ ସମସ୍ତଙ୍କୁ ସତର୍କ କରାଇଥିଲେ। ଏହାର କିଛି ଘଣ୍ଟା ପରେ ହିଁ ଶବ୍ଦ ଠାରୁ ୧୦ ଗୁଣା ସ୍ପିଡରେ ଯାଉଥିବା ଓରେଶନିକ ମିସାଇଲ ଦ୍ୱାରା ଆକ୍ରମଣ କରିଛି।

ଓରେଶନିକ ମିସାଇଲ ଦ୍ୱାରା ଆକ୍ରମଣ କରିବା ବିବାଦକୁ ତୀବ୍ର କରିବା ଛଡ଼ା ଆଉ କିଛି ନୁହେଁ ବୋଲି ଇୟୋର ଟପ କୂଟନୀତିଜ୍ଞ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୁଷ ଦ୍ୱିତିୟ ଥର ପାଇଁ ହାଇପରସୋନିକ ଓରେଶନିକ ମିସାଇଲର ବ୍ୟବହାର କରିଛି। ଏହା ୭ ମିନିଟରେ ୧୫୦୦ କିମି ଯାତ୍ରା କରିପାରିବ। ସେହିପରି ଘଣ୍ଟା ପ୍ରତି ଏହାର ବେଗ ୧୩ ହଜାର କିମି। ଏହାର ଅର୍ଥ ଶବ୍ଦ ଠାରୁ ଏହାର ସ୍ପିଡ ୧୦ ଗୁଣା ଅଧିକ। ଏହି ସ୍ପଡ ଦ୍ୱାରା ମିସାଇଲ ଆବଶ୍ୟକ ସ୍ଥଳରେ ସମସ୍ତ ୟୁରୋପୀୟ ଦେଶରେ ପହଞ୍ଚି ପାରିବ ବୋଲି ରୁଷର ମିସାଇଲ ଫୋର୍ସ ମୁଖ୍ୟ କହିଛନ୍ତି। 


ଏହାପୂର୍ବରୁ ରୁଷ ପ୍ରଥମଥର ପାଇଁ ୨୦୨୪ ନଭେମ୍ବର ମାସରେ ଡନିପ୍ରୋକୁ ଟାର୍ଗେଟ କରିବା ବେଳେ ଏହି ମସାଇଲର ବ୍ୟବହାର କରିଥିଲା। 

Russia-Ukraine War