Advertisment

ଆଗକୁ ବଢ଼ୁଥିବା ୟୁକ୍ରେନ ସେନାକୁ ଅଟକାଇବା ପାଇଁ ଉଦ୍ୟମ, ରୁଷର କାଉଣ୍ଟର ଅପରେସନ ଆରମ୍ଭ

ମଙ୍ଗଳବାର ୟୁକ୍ରେନର ପ୍ରାୟ ୧ ହଜାର ସୈନ୍ୟ ରୁଷର ୱେଷ୍ଟର୍ଣ୍ଣ କୁରସ୍କ ରିଜନରେ ପ୍ରବେଶ କରିଥିଲେ।

ଅଦ୍ୟତନ ହୋଇଛି
Russia

Russia

Advertisment

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସେନା ବେଶ ସତର୍କତାର ସହ ରୁଷ ସୀମାରେ ପ୍ରବେଶ କରିଥିବାରୁ ଏହାକୁ ଅଟକାଇବାକୁ ଅପରେସନ ଆରମ୍ଭ କରି ଦେଇଛି ମସ୍କୋ। ରୁଷ ପକ୍ଷରୁ ଆଗକୁ ବଢ଼ୁଥିବା ୟୁକ୍ରେନ ସେନାକୁ ଅଟାଇବାକୁ ୩ଟି ଅଞ୍ଚଳରେ କାଉଣ୍ଟର ଅପରେସନ କରାଯାଉଛି। ଏହାକୁ ରୁଷ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନର ନାଁ ଦିଆଯାଇଛି।

Advertisment

ମଙ୍ଗଳବାର ୟୁକ୍ରେନର ପ୍ରାୟ ୧ ହଜାର ସୈନ୍ୟ ରୁଷର ୱେଷ୍ଟର୍ଣ୍ଣ କୁରସ୍କ ରିଜନରେ ପ୍ରବେଶ କରିଥିଲେ। ସେଠାରେ ଆକ୍ରମଣ କରି ସେମାନେ ବେଶ କିଛି କିମି ବାଟ ରୁଷ ସୀମା ଭିତରେ ନିଜର ଉପସ୍ଥିତି ଜାହିର କରିଥିଲେ। ଏହି ଖବର ଅଢ଼େଇ ବର୍ଷ ହେଲେ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ପାଇଁ ଶକ୍ତ ଝଟକା ସଦୃଶ ହୋଇଥିଲା।

ଏହି ଖବର ପରେ ରୁଷ ପକ୍ଷରୁ ଅତିରିକ୍ତ ଟ୍ରୁପ୍ସ ଓ ଇକ୍ୟୁମେଣ୍ଟ ମୁତୟନ କରାଯାଇଛି। ଏହା ମଧ୍ୟରେ ଟ୍ୟାଙ୍କ , ରକେଟ ଲଞ୍ଚର ଓ ଆଭିଏସନ ୟୁନିଟ ରହିଛି। ୟୁକ୍ରେନ ସେନା ଉପରେ ସବୁଠାରୁ ହମଲା କରିବା ମୁଡରେ ଏବେ ରୁଷ ରହିଛି।

Advertisment

ରୁଷର ଜାତୀୟ ଆତଙ୍କବାଦ ନିରୋଧ କମିଟି କହିଛି ଏବେ ସଂସ୍ଥା ପକ୍ଷରୁ ବେଲଗୋରୋଡ, ବ୍ରାୟନସ୍କ ଓ କୁରସ୍କ ରିଜନରେ ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଓ ଶତ୍ରୁ ଦେଶ ପକ୍ଷରୁ କରାଯାଉଥିବା ଆତଙ୍କବାଦ ଷଡ଼ଯନ୍ତ୍ରକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। କାଉଣ୍ଟର ଟେରୋରିଜିମ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ସେନା ବାହିନୀକୁ ଜରୁରିକାଳୀନ କ୍ଷମତା ପ୍ରଦାନ କରାଯାଇଥାଏ।

ଅପରେସନ ଆରମ୍ଭ ହୋଇଥିବାରୁ ଯାତାୟାତ ଉପରେ କଟକଣା ଲାଗିଛି। ସେହିପରି ସନ୍ଦେହ ହେଲେ ଗାଡ଼ିଗୁଡ଼ିକ ଜବତ କରାଯାଇପାରିବ, ଫୋନ କଲକୁ ମନିଟର କରାଯାଇ ପାରିବ, ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାତାୟାତ ବନ୍ଦ କରାଯାଇ ପାରିବ, ଚେକ ପଏଣ୍ଟ ସୃଷ୍ଟି କରାଯାଇ ପାରିବ ଓ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ପାରିବାର ପ୍ରାବଧାନ ରହିଛି।

ୟୁକ୍ରେନ ପକ୍ଷରୁ ଅପ୍ରତ୍ୟାଶିତ ଢଙ୍ଗରେ ରୁଷର ଏକାଧିକ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ପାଇଁ ଚେଷ୍ଟା କରାଯାଇଛି। ୟୁକ୍ରେନ ପକ୍ଷରୁ ଆତଙ୍କବାଦୀ ହମଲା କରାଯାଇଛି। କିଭର ସେନା ସାଧାରଣ ନାଗରିକଙ୍କ ଉପରେ ହମଲା କରୁଛନ୍ତି ଓ ଆବାସିକ ଅଞ୍ଚଳକୁ ଧ୍ୱଂସ କରୁଥିବା ରୁଷ ପକ୍ଷରୁ କୁହାଯାଇଛି।

Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe