Advertisment

ୟୁକ୍ରେନ ଉପରେ ରୁଷର ବଡ଼ ଧରଣର ଆକ୍ରମଣ, ହାଇଆଲର୍ଟ ଜାରି

କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ।

ଅଦ୍ୟତନ ହୋଇଛି
Airstrike

Airstrike

Advertisment

କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ରାଜଧାନୀ କିଭ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। 

Advertisment

ସୂଚନା ମୁତାବକ, ପ୍ରଥମେ ରୁଷ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ଏହାପରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଏକାଧିକ ସହର ଉପରେ ମିସାଇଲ ମାଡ଼ କରିଛି। ଫଳରେ ୟୁକ୍ରେନର ବିଭିନ୍ନ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି।

ସୋଶାଲ ମିଡିଆରେ ଆକ୍ରମଣର ଭିଡିଓ ଭାଇରାଲ୍ ହେଉଛି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Advertisment

ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ରୁଷ କିଭ୍ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ରୁଷର ୧୦ଟି ଡ୍ରୋନକୁ ନଷ୍ଟ କରି ଦିଆଯାଇଛି। ସେନା ପକ୍ଷରୁ ସତର୍କ ରହିବା ସହ ହାଇଆଲର୍ଟ ଜାରି କରାଯାଇଛି।

ସେପଟେ ଆଗାମୀ କିଛି ଘଣ୍ଟା ମଧ୍ୟରେ ରୁଷ ପୁଣି ବଡ ଧରଣର ଆକ୍ରମଣ କରିବା ନେଇ ଆଶଙ୍କା କରାଯାଉଛି। ଏପରି ହେଲେ ପୁଣି ଥରେ ଯୁଦ୍ଧ ତୀବ୍ର ହୋଇପାରେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଷ୍ଟ୍ର ଗସ୍ତ କରିବା ପରେ ଶାନ୍ତି ଫେରି ଆସିବା ନେଇ ଆଶା କରାଯାଉଥିଲା। ମାତ୍ର ୟୁକ୍ରେନ ପୁନର୍ବାର ଆକ୍ରମଣ କରି ନିଆଁ ଉପରେ ଘିଅ ଢାଳିବା ଭଳି କାମ କରିଛି। 

Russia-Ukraine War Russia Attack Ukraine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe