Advertisment

ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ, ୭୪ ମୃତ

ବିମାନରେ ୬୫ ଜଣ ସୈନିକ ଥିଲେ।

ଅଦ୍ୟତନ ହୋଇଛି
Plane Crashed

Plane Crashed

Advertisment

ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଋଷର ଏକ ସେନା ବିମାନ ୟୁକ୍ରେନ୍‌ ସୀମା ନିକଟରେ କ୍ରାଶ ହୋଇଛି। ଏହି ଦୁର୍ଘଟଣାରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।

Advertisment

ରାଏଟର୍ସର ସୂଚନା ମୁତାବକ, ଋଷ ସେନା ବିମାନ ଆଇଏଲ-୭୬ ଟ୍ରାନ୍ସପୋର୍ଟ ବିମାନ ୟୁକ୍ରେନ ସୀମା ନିକଟସ୍ଥ ପଶ୍ଚିମ ବେଲଗ୍ରୁଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁମାନଙ୍କୁ ଯୁଦ୍ଧବନ୍ଦୀ ରୂପେ ଅପହରଣ କରାଯାଇଥିଲା।

ଋଷ ରକ୍ଷା ମନ୍ତ୍ରାଳୟର କହିବା ମୁତାବକ, ବିମାନରେ ୬୫ ଜଣ ସୈନିକଙ୍କ ସମେତ ମୋଟ ୭୪ ଜଣ ଥିଲେ। ୟୁକ୍ରେନ୍‌ର ଏହି କଏଦ ସୈନିକମାନଙ୍କୁ ଏକ୍ସଚେଞ୍ଜ ପାଇଁ ବବେଲଗ୍ରୁଡ ଅଞ୍ଚଳକୁ ବମାନ ଯୋଗେ ପଠାଯାଉଥିଲା। ତାଙ୍କ ସହ ବିମାନରେ ୬ଜଣ କ୍ରୁ ସଦସ୍ୟ ଓ ତିନି ଜଣ ଏସ୍କର୍ଟ ମଧ୍ୟ ସାମିଲ ଥିଲେ। ତାବେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

Advertisment

ବିମାନ ଦୁର୍ଘଟଣା ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିମାନଟ ଦ୍ରୁତ ଗତିରେ ଆସି ତଳେ ପଡିଯାଉଛି। ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Plane Crash Russian Military Plane Crashed Ukrainian PoW Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe