Advertisment

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧ ବିରତି: ରବିବାର ଯାଏ ଆକ୍ରମଣ ବନ୍ଦ

ଶୁକ୍ରବାର ଠାରୁ କିଭରେ କୌଣସି ସହରରେ ଆକ୍ରମଣ ଦେଖିବାକୁ ମିଳିନି। ପେସ୍କୋଭ ଆକ୍ରମଣ ବନ୍ଦ ହୋଇଥିବା ସୂଚନା ଦେଇଥିଲେ ହେଁ ଏହା କେବଳ କିଭ ପାଇଁ ନା ୟୁକ୍ରେନର ସବୁ ସହର ପାଇଁ ଲାଗୁ ହୋଇଛି, ସେକଥା ସ୍ପଷ୍ଟ କରି ନାହାନ୍ତି।

Russia

ରୁଷ ଆକ୍ରମଣର ଦୃଶ୍ୟ (ଫାଇଲ ଫଟୋ)

Advertisment

ଦୀର୍ଘ ୧୪୭୩ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ(Russia-Ukraine War)ରେ ଲାଗିଛି ସାମରିକ ବ୍ରେକ। ଆସନ୍ତା ରବିବାର ଯାଏ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ଗୁରୁବାର ଠାରୁ ରାଜି ହୋଇଛନ୍ତି। ସେହିପରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ସ୍ଥାୟୀ ସାମଧାନ ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଅବୁଧାବିରେ ଦୁଇ ଦେଶ ଆଲୋଚନା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। 

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ସପ୍ତାହେ ଧରି ୟୁକ୍ରେନର କୌଣସି ବଡ଼ ସହର ଉପରେ ଆକ୍ରମଣ ନ କରିବାକୁ ରାଜି ହୋଇଛନ୍ତି। ଏହା ମଧ୍ୟରେ ରାଜଧାନୀ କିଭ ମଧ୍ୟ ରହିଛି। କିଭ ବର୍ତ୍ତମାନ ତୁଷାର ପାତର ସମ୍ମୁଖୀନ ହେଉଥିବା ବେଳେ ଏପରି ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଟ୍ରମ୍ପଙ୍କ ଏହି ଦାବିକୁ ରୁଷ ପକ୍ଷରୁ ଆଂଶିକ ଭାବେ ସ୍ୱୀକାର କରାଯାଇଛି। 

କ୍ରେମଲିନ ମୁଖପାତ୍ର ଡିମିଟ୍ରୀ ପେସ୍କୋଭ ଶୁକ୍ରବାର କହିଛନ୍ତି ଯେ ଟ୍ରମ୍ପଙ୍କ ଗୋଟିଏ ବ୍ୟକ୍ତିଗତ ଅନୁରୋଧକ୍ରମେ ରବିବାର ଯାଏ କିଭରେ ଆକ୍ରମଣ ବନ୍ଦ କରିବାକୁ ମସ୍କୋ ରାଜି ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧ ବୁଝାମଣା ପାଇଁ ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି କରିଥିବା ପେସ୍କୋଭ କହିଛନ୍ତି। ତେବେ ପୁଟିନଙ୍କ ସହ ଟ୍ରମ୍ପ କ’ଣ ସବୁ ଆଲୋଚନା କରିଛନ୍ତି, ସେକଥା ସାର୍ବଜନୀନ ହୋଇନି। ସେହିପରି ଶୁକ୍ରବାର ଠାରୁ କିଭରେ କୌଣସି ସହରରେ ଆକ୍ରମଣ ଦେଖିବାକୁ ମିଳିନି। 

Advertisment

ପେସ୍କୋଭ ଆକ୍ରମଣ ବନ୍ଦ ହୋଇଥିବା ସୂଚନା ଦେଇଥିଲେ ହେଁ ଏହା କେବଳ କିଭ ପାଇଁ ନା ୟୁକ୍ରେନର ସବୁ ସହର ପାଇଁ ଲାଗୁ ହୋଇଛି, ସେକଥା ସ୍ପଷ୍ଟ କରି ନାହାନ୍ତି। ସେହିପରି ସମସ୍ତ ପ୍ରକାରର ଷ୍ଟ୍ରାଇକ ନା କେବଳ ଶକ୍ତି ଭତ୍ତିଭୂମି ଉପରେ ରୁଷ କରୁଥିବା ଷ୍ଟ୍ରାଇକକୁ ରବିବାର ଯାଏ ବନ୍ଦ କରିଛି, ସେକଥା ବି ପେସ୍କୋଭ କହି ନାହାନ୍ତି। 

ଗୁରୁବାର କ୍ୟାବିନେଟ ମିଟିଂ ବେଳେ ଟ୍ରମ୍ପ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତି ପୁଟିନକୁ ସପ୍ତାହେ ଧରି କିଭ କିମ୍ବା କୌଣସି ସହର ଉପରେ ଆକ୍ରମଣ ନ କରିବାକୁ ଅନୁରୋଧ କରିଥିଲେ। ୟୁକ୍ରେନ ପ୍ରବଳ ଥଣ୍ଡାର ସମ୍ମୁଖୀନ ହେଉଥିବାରୁ ପୁଟିନ ମଧ୍ୟ ଆକ୍ରମଣ ନ କରିବା କଥାରେ ରାଜି ହୋଇଥିଲେ ବୋଲି ଟ୍ରମ୍ପ ସୂଚନା ଦେଇଥିଲେ। 

ଯୁଦ୍ଧ ବିରତି ଖବର ସାମ୍ନାକୁ ଆସିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ତାଙ୍କ ଆମେରିକା ପ୍ରତିପକ୍ଷ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅତ୍ୟନ୍ତ ‌ଥଣ୍ଡା ମଧ୍ୟରେ ଅସ୍ଥାୟୀ ଯୁଦ୍ଧ ବିରତି ନିଶ୍ଚିତ ଭାବେ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତ୍ତିଭୂମିର ସୁରକ୍ଷାରେ ସହାୟତା କରିବ ବୋଲି ମଧ୍ୟ ଜେଲେନସ୍କି କହିଛନ୍ତି। 

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe