Advertisment

ଏୟାର ଷ୍ଟ୍ରାଇକ ପରେ ଆଭିମୁଖ୍ୟ କଠୋର କଲା ବିଦ୍ରୋହୀ ଗ୍ରୁପ୍‌, କହିଲା- ରୁଷକୁ ମିଳିବେ ନୂଆ ରାଷ୍ଟ୍ରପତି

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିନ୍ଦା କରିବା ସହ ସୈନ୍ୟ ବିଦ୍ରୋହ ବୋଲି କହିଛନ୍ତି। ଏଥିସହ ୱାଗନର ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Russia

Russia

Advertisment

ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ରୁଷରେ ବର୍ତ୍ତମାନ ମିଲିଟାରୀ ଶାସନ ଚାଲିଛି ଓ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍‌ ଅଭିଯାନ ଆରମ୍ଭ କରିଛି।

Advertisment

ଏହାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିନ୍ଦା କରିବା ସହ ସୈନ୍ୟ ବିଦ୍ରୋହ ବୋଲି କହିଛନ୍ତି। ଏଥିସହ ୱାଗନର ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ରୁଷ ସେନା ଏୟାର ଷ୍ଟ୍ରାଇକ ମଧ୍ୟ ଆରମ୍ଭ କରି ଦେଇଛି।

ରୁଷ ସେନାର ଏପରି ପଦକ୍ଷେପ ପରେ ୱାଗନର ଗ୍ରୁପ୍‌ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିବା ସହ ରୁଷକୁ ଖୁବଶୀଘ୍ର ନୂଆ ରାଷ୍ଟ୍ରପତି ମିଳିବେ ବୋଲି କହିଛି। ୱାଗନର ପାରାମିଲିଟାରୀ ଗ୍ରୁପ୍‌ କହିଛି ଯେ ସଂସ୍ଥାର ଯବାନମାନେ ରୁଷର ଦୁଇଟି ସହରରେ ଥିବା ପ୍ରତିରକ୍ଷା ପ୍ରତିଷ୍ଠାନକୁ ନିଜ ଅକ୍ତିଆରକୁ ନେଇଛନ୍ତି।

Advertisment

ରୋସ୍ତୋଭ ଅନ ଡନ ଓ ଭୋରୋନେଝ ଏବେ ୱାଗନର ଗ୍ରୁପ୍‌ ନିୟନ୍ତ୍ରଣରେ ରହିଛି। ଏବେ ସେମାନେ ମସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କିନ୍ତୁ ରୁଷ ସେନା ମସ୍କୋକୁ ଭୋରୋନେଝରୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଦେଇଛନ୍ତି। ଜାତୀୟ ରାଜପଥରେ ଆସୁଥିବା ୱାଗନର ଗ୍ରୁପ୍‌ର କନଭୟକୁ ଟାର୍ଗେଟ କରୁଛନ୍ତି।

କ୍ରେମଲିନ ପକ୍ଷରୁ ୱାଗନର ଗ୍ରୁପ ସୈନ୍ୟ ବିଦ୍ରୋହ କରିଥିବା କହିବା ପରେ ସଂସ୍ଥାର ଯୋଦ୍ଧାମାନେ ୟୁକ୍ରେନ ସୀମାନ୍ତ ଦେଇ ରୁଷରେ ପ୍ରବେଶ କରିଛନ୍ତି। ସେମାନେ ମସ୍କୋ ଯାଏ ଯିବେ ଓ ସେଠାରେ ପୁଟିନ ଚଳାଇଥିବା ଶାସନକୁ ବନ୍ଦ କରିବାକୁ ପଣ କରିଛନ୍ତି। ୱାଗନର ଗ୍ରୁପ କହିଛି ଯେ ରୁଷରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଛି।

ଖୁବଶୀଘ୍ର ରୁଷକୁ ନୂଆ ରାଷ୍ଟ୍ରପତି ମିଳିବେ। ରୋସ୍ତୋଭରେ ଥିବା ରୁଷର ଦକ୍ଷିଣପୂର୍ବ ମିଳିଟାରୀ ଜିଲ୍ଲା ବିଲଡିଂକୁ ସଂସ୍ଥା କବଜା କରିନେଇଛି। ଆଭ୍ୟନ୍ତୀଣ ବ୍ୟାପାର ମନ୍ତ୍ରଣାଳୟର ବିଲଡିଂରେ ମଧ୍ୟ ୱାଗନର ଯୋଦ୍ଧାମାନେ ପ୍ରବେଶ କରି ସାରିଛନ୍ତି। ସ୍ଥିତିକୁ ଦେଖି ରୋସ୍ତୋଭର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe