Advertisment

ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼; ୧୭ ମୃତ, ୬୦ ଗୁରୁତର

ୟୁକ୍ରେନର ଚେର୍ନିହିଭ୍‌ ସହରରେ ପୁଣି ଥରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

Attack

Attack

Advertisment

ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ପୂରି ସାରିଥିବା ବେଳେ ଥମୁନି ଯୁଦ୍ଧର ତାଣ୍ଡବ । ନା ଋଷ ପଛକୁ ହଟୁଛି ନା ୟୁକ୍ରେନ ମୁଣ୍ଡ ନୁଆଁଉଛି । ଏହା ମଧ୍ୟରେ ଋଷ ଥରକୁ ଥର ୟୁକ୍ରେନ ଉପରେ ଭୟଙ୍କର ହାମଲା କରିବାକୁ ପଛାଉ ନାହିଁ ।

Advertisment

ୟୁକ୍ରେନର ଚେର୍ନିହିଭ୍‌ ସହରରେ ପୁଣି ଥରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି।

ଚେର୍ନିହିଭ୍‌ ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ୧୫୦ କିମି ଦୂରରେ ଅବସ୍ଥିତ ଥିବା ବେଳେ ଏହା ଋଷ ଓ ବେଲାଋଷ ସୀମା ନିକଟରେ ଅବସ୍ଥିତ । ଚେର୍ନିହିଭ୍‌ରେ ଥିବା ଏକ ୮ ମହଲା ବିଲ୍ଡିଂ ଉପରକୁ ଅତର୍କିତ ଭାବେ ଋଷ ମିଶାଇଲ ମାଡ଼ କରିଥିଲା। ଏହି ଆକ୍ରମଣରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଗୁରୁତର ହୋଇଥିବା ୬୦ ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ପୂରି ସାରିଥିବା ବେଳେ ପଶ୍ଚିମ ଦେଶମାନଙ୍କ ତରଫରୁ ସେପରି ଆଖିଦୃଶିଆ ସହଯୋଗ ମିଳୁ ନ ଥିବା ୟୁକ୍ରେନ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ସୁଯୋଗ ନେଇ ଋଷ ଥରକୁ ଥରୁ ଘାତକ ଆକ୍ରମଣ କରିବାକୁ ପଛାଉ ନାହିଁ।

ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି, ଆମ ପାଖରେ ମହଜୁଦ ଥିବା ସମସ୍ତ ବାୟୁ ରକ୍ଷା ଉପକରଣ ଶେଷ ହୋଇ ଗଲାଣି। ତେଣୁ ଅଧିକରୁ ଅଧିକ ବାୟୁ ପ୍ରତିରକ୍ଷା ସିଷ୍ଟମ ପ୍ରଦାନ ନିମନ୍ତେ ପଶ୍ଚିମ ଦେଶମାନଙ୍କୁ ଅନୁରୋଧ କରାଯାଇଛି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ବାୟୁ ରକ୍ଷା ଉପକରଣ ଥିଲେ, ମିଶାଇଲ ତଥା ଡ୍ରୋନ ଆକ୍ରମଣକୁ ପ୍ରତିହତ କରାଯାଇ ପାରନ୍ତା ।

 ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଯୁକ୍ରେନକୁ ସହାୟତାର ହାତ ବଢ଼େଇ ଆସିଛନ୍ତି ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଗ୍ରିସ, ହଙ୍ଗେରୀ ସମେତ ୩୦ଟି ଦେଶ। ସେପଟେ ଋଷିଆକୁ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ନିଜ ସମର୍ଥନ ଜଣାଇ ଆସୁଛି ଚୀନ । ଅନ୍ୟପଟେ ଭାରତ ମଧ୍ୟ ଯୁଦ୍ଧକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଆଲୋଚନା ମାଧ୍ୟମରେ ଯୁଦ୍ଧ ସମସ୍ୟା ସମାଧାନ କରିବାକୁ କହିଛି ଭାରତ ।

ଯୁଦ୍ଧ ପଛରେ ରହିଛି ଅନେକ କାରଣ । ସେଥିମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ୟୁକ୍ରେନକୁ ନିଜ ଛତ୍ରଛାୟା ତଳେ ରଖିବାକୁ ଚାହେଁ ଋଷ । ହେଲେ ସେପଟେ ୟୁକ୍ରେନ ନିଜକୁ ଏକ ସ୍ୱାଧିନ ଦେଶ ଭାବି ନିଜ ହିସାବରେ ନିଷ୍ପତି ନେବାରେ ଲାଗିଛି । ଆଉ ଯେବେଠାରୁ ୟୁକ୍ରେନ୍ ନାଟୋର ସଦସ୍ୟ ହେବା ପାଇଁ ମନବଳାଇଛି, ସେବେଠାରୁ ୟୁକ୍ରେନକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଆସୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଆଉ ଶେଷରେ ୟୁକ୍ରେନ୍ ଉପରେ ଋଷ କରିଥିଲା ଆକ୍ରମଣ ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe