Advertisment

୯୦ ମିସାଇଲ ଓ ୧୦୦ ଡ୍ରୋନ ମାଡ଼ କଲା ରୁଷ: ଅନ୍ଧାରରେ ଅଧା ୟୁକ୍ରେନ

ଶକ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ୧୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଏବେ ବିନା ବିଜୁଳିରେ ରହୁଛନ୍ତି। ଶୀତ ହେଉଥିବା ବେଳେ ବିଜୁଳଟି କାଟ ୟୁକ୍ରେନବାସୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।

Russia

Russia

Advertisment

ଶୀତ ଆରମ୍ଭରୁ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି ରୁଷ। ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ମାଡ଼ କରିଛି ୯୦ଟି ମିସାଇଲ ଓ ୧୦୦ଟି ଡ୍ରୋନ। ଏଥିଯୋଗୁ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ଶକ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ୧୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଏବେ ବିନା ବିଜୁଳିରେ ରହୁଛନ୍ତି। ଶୀତ ହେଉଥିବା ବେଳେ ବିଜୁଳଟି କାଟ ୟୁକ୍ରେନବାସୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଚଳିତ ବର୍ଷ ରୁଷ ୧୧ ତମ ଥର ପାଇଁ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ଏଥିଯୋଗୁ ଅଧାରୁ ଅଧିକ ୟୁକ୍ରେନ ଅଞ୍ଚଳ ଅନ୍ଧାରରେ ରହିଛି।

ୟୁକ୍ରେନ ରାଷ୍ଟ୍ରପତି ଅଫିସର ମୁଖ୍ୟ ଆଣ୍ଡ୍ରି ୟେରମାକ କହିଛନ୍ତି, “ରୁଷ ଏବେ ଶୀତକୁ ଅସ୍ତ୍ର କରିଛି। ଭୟଙ୍କର ଶୀତ ପଡ଼ିବା ପୂର୍ବରୁ ରୁଷ ଆକାଶ ପଥରୁ ଆକ୍ରମଣ କରି ଦେଇଛି। ରୁଷକୁ ଏଥିରେ ଉତ୍ତର କୋରିଆ ଭଳି ଦେଶ ସହଯୋଗ କରୁଛନ୍ତି।”

Advertisment

ରୁଷ କରିଥିବା ଆକ୍ରମଣରେ ଭିତ୍ତିଭୂମି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଭିନ୍ନଟସିଆରେ ଜଣେ, ଓଡେସାରେ ୨ ଜଣ ଓ କିଭରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୯ ଘଣ୍ଟା ଧରି ଏୟାର ରେଡ ସାଇରନ ଯୋଗୁ ଲୋକମାନେ ବଙ୍କରରେ ରହିବାକୁ ବାଧ୍ୟ ହୋଇଛନ୍ତି। ୨୧୫,୦୦୦ ଘର ଏବେ ଅସ୍ଥାୟୀ ରୂପେ ବିନା ଆଲୁଆରେ ରହିଛନ୍ତି।

ବଜୁଳି ଅଧିକାରୀମାନେ ବ୍ୟାକଅପ ପାୱାର ସପ୍ଲାଏ ପାଇଁ ଲାଗି ପଡ଼ିଛନ୍ତି। ସୁରକ୍ଷା ବ୍ୟବସ୍ଥା ଭଲ ଥିବା ସ୍ଥାନରେ ସେମାନେ ମରାମତି କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ବାକି ସ୍ଥାନରେ ଅଚଳାବସ୍ଥା ଲାଗି ରହିଥିବା ୟୁକ୍ରେନ ସରକାର କହିଛନ୍ତି।

ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କହିବା କଥା ଯେ ଆମେରିକା ଓ ବ୍ରିଟେନ ପକ୍ଷରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଦିଆଯାଉଛି। ଏହାର ଜବାବରେ ଏପରି ପ୍ରତିଆକ୍ରମଣ କରାଯାଇଥିବା ପୁଟିନ କହିଛନ୍ତି। ଏଥିସହ ଆଗକୁ ଆହୁରି ବଡ଼ ଆକ୍ରମଣର ଚେତାବନୀ ମଧ୍ୟ ସେ ଦେଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe