Advertisment

ବିସ୍ଫୋରଣ ପରେ ବୁଡ଼ିଗଲା କାର୍ଗୋ ଜାହାଜ, ୨ ନିଖୋଜ

ଇଞ୍ଜିନ ରୁମ୍‌ରେ ବିସ୍ଫୋରଣ ହେବା ପରେ ଜାହାଜଟି ବୁଡ଼ି ଯାଇଥିବା ରୁଷ୍ ମନ୍ତ୍ରଣାଳୟ କହିଛି।

Cargo Ship Sink

Cargo Ship Sink

Advertisment

ବିସ୍ଫୋରଣ ପରେ ବୁଡ଼ିଗଲା କାର୍ଗୋ ଜାହାଜ। ଭୂମଧ୍ୟସାଗରରେ ରୁଷର 'ଉର୍ଷା ମେଜର' ଜାହାଜ ବୁଡ଼ି ଯାଇଛି। ଏଥିରେ ଜାହାଜର ଦୁଇ ଜଣ କ୍ରୁ ମେମ୍ବର ନିଖୋଜ ଅଛନ୍ତି। ସେହିପରି ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି।

Advertisment

ସ୍ପେନ୍ ଓ ଆଲଜେରିଆ ମଧ୍ୟରେ ଭୂମଧ୍ୟସାଗରରେ ରୁଷିଆର ଏହି ମାଲବାହୀ ଜାହାଜଟି ବୁଡ଼ିଛି। ସ୍ପେନ୍‌ର ମେରିଟାଇମ୍ ରେସ୍କ୍ୟୁ ଏଜେନ୍ସି ଏବଂ ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଅନୁସାରେ ୧୪ ଜଣ କ୍ରୁ ମେମ୍ବରଙ୍କୁ ଲାଇଫ୍ ବୋଟ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ପେନ୍ ନିଆଯାଇଥିଲା। ଇଞ୍ଜିନ ରୁମ୍‌ରେ ବିସ୍ଫୋରଣ ହେବା ପରେ ଜାହାଜଟି ବୁଡ଼ି ଯାଇଥିବା ରୁଷ୍ ମନ୍ତ୍ରଣାଳୟ କହିଛି। ଜାହାଜରେ ଖାଲି କଣ୍ଟେନର ଏବଂ ଦୁଇଟି କ୍ରେନ୍ ଥିଲା ବୋଲି ସ୍ପେନ୍ କର୍ତ୍ତୃପକ୍ଷ କହିଛନ୍ତି। ତେବେ କେଉଁ କାରଣରୁ ଜାହାଜରେ ବିସ୍ଫୋରଣ ହେଲା ତାହା ଜଣାପଡ଼ିନି।

Advertisment

ଏହି ଜାହାଜଟି ରୁଷିଆର ପରିବହନ ଏବଂ ଲଜିଷ୍ଟିକ୍ କମ୍ପାନି ଓବୋରନ୍ ଲଜିଷ୍ଟିକ୍ସର ଏକ ସହାୟକ କମ୍ପାନି ଏସକେ-ୟୁଗର ମାଲିକାନାରେ ଥିଲା। ଏକ ବୟାନରେ ଓବୋରନ୍ ଲଜିଷ୍ଟିକ୍ କହିଛି, ଏହି ମାଲବାହୀ ଜାହାଜଟି ରୁଷିଆର ପୂର୍ବ ସହର ଭ୍ଲାଡିଭୋଷ୍ଟୋକ ଅଭିମୁଖେ ଯାଇଥିଲା। 

ଜାହାଜ ୩୮୦ ଟନ୍ ଓଜନ ବିଶିଷ୍ଟ ଦୁଇଟି କ୍ରେନ୍ ନେଇଥିଲା। ରୁଷିଆର ଆରଆଇ ନୋଭୋଷ୍ଟି ରିପୋର୍ଟ କରିଛି, ଉର୍ଷା ମେଜର ୧୨ ଦିନ ପୂର୍ବରୁ ସେଣ୍ଟ ପିଟର୍ସବର୍ଗ ଛାଡିଥିଲା। 

ଡିସେମ୍ବର ୩ରେ ଓବୋରୋନୋଗିଷ୍ଟିକା ୱେବସାଇଟରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ, ରୁଷିଆର ପୂର୍ବ ଦିଗରେ ଭାରି ମାଲ ପରିବହନ ସହିତ ସାଧାରଣ ଯାତ୍ରା ପୂର୍ବରୁ ନଭେମ୍ବରରେ ଜାହାଜର କ୍ରେନ୍ ଯନ୍ତ୍ରପାତି ମରାମତି କରାଯାଇଥିଲା। କମ୍ପାନି ଅନୁଯାୟୀ ଜାହାଜଟି ଏହା ପୂର୍ବରୁ ମଧ୍ୟ ପୂର୍ବ ଏବଂ ଏସିଆ ତଥା ଆର୍କଟିକ୍ ଦେଇ ଉତ୍ତର ସାଗର ମାର୍ଗକୁ ଯାତ୍ରା କରିଥିଲା।

Russia Cargo Ship
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe