Advertisment

ସାଧାରଣ ଲୋକଙ୍କୁ ନେଇ ଯାଉଥିବା ବସ ଉପରେ ଡ୍ରୋନ ହମଲା

ଆକ୍ରମଣରେ ବସ୍‌ଟି ପୂରା ଛିନଛତ୍ର ହୋଇଯାଇଥିବା ବେଳେ ୯ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Bus

Bus

Advertisment

ସାଧାରଣ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଉପରେ ହୋଇଛି ଡ୍ରୋନ ହମଲା। ୟୁକ୍ରେନର ନର୍ଦ୍ଦନ ସୁମୀ ଅଞ୍ଚଳରେ ରୁଷ ପକ୍ଷରୁ ସାଧାରଣ ଲୋକଙ୍କ ବସକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ଆକ୍ରମଣରେ ବସ୍‌ଟି ପୂରା ଛିନଛତ୍ର ହୋଇଯାଇଥିବା ବେଳେ ୯ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଟେଲିଗ୍ରାମରେ ସୁମୀ ରିଜନାଲ ମିଲିଟାରୀ ଆଡମିନଷ୍ଟ୍ରେସନ ଗୋଟିଏ ବିବୃତି ଜାରି କରି ସାଧାରଣ ଲୋକଙ୍କ ଉପରେ ଏହା ଗୋଟିଏ ନିନ୍ଦନୀୟ ଆକ୍ରମଣ ବୋଲି କହିଛନ୍ତି।

Advertisment

ପ୍ରଶାସନ କହିଛି, ରୁଷ ପକ୍ଷରୁ ସାଧାରଣ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଉପରେ ହୋଇଥିବା ଅତ୍ୟନ୍ତ କାପୁରୁଷପଣ ହମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବସରେ ଥିବା ୧୩ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୪ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବସ୍‌ରେ ଥିବା ଲୋକମାନେ ସୁମୀ ଆଡ଼କୁ ଯାଉଥିବା ବେଳେ ବିଲୋପିଲ୍ଲୟା ଠାରେ ଏହାକୁ ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଥିଲା। ରୁଷ ସେନା ସାଧାରଣ ଲୋକଙ୍କୁ ଟର୍ଗେଟ କରି ଏପରି ହମଲା କରିଥିଲା ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

୨୦୨୨ ଫେବୃଆରୀ ୧୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ପ୍ରାୟ ୩ ବର୍ଷ ପରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମଥର ପାଇଁ ଶୁକ୍ରବାର ତୁର୍କୀର ଇସ୍ତାନବୁଲରେ ସିଧାସଳଖ ପରସ୍ପର ସହ କଥା ହୋଇଥିଲେ। ହେଲେ ଏହି ଶାନ୍ତି ଆଲୋଚନାର କିଛି ଘଣ୍ଟା ପରେ ହିଁ ରୁଷ ଡ୍ରୋନ ଦ୍ୱାରା ୟୁକ୍ରେନର ସାଧାରଣ ଲୋକଙ୍କ ଉପରେ ହମଲା କରିଛି।

Advertisment

ଶୁକ୍ରବାର ଶାନ୍ତି ଆଲୋଚନା ବେଳେ ଦୁଇ ଦେଶ ବନ୍ଦୀ ଅଦଳବଦଳ ସମ୍ପର୍କରେ ବିସ୍ତୃତ ଭାବେ କଥା ହୋଇଛନ୍ତି। କିନ୍ତୁ ଯୁଦ୍ଧ ବିରତି ବୁଝାମଣା ଚୂଡ଼ାନ୍ତ ହୋଇପାରି ନାହିଁ। ଆଲୋଚନା ପରେ କିଭ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ବିବାଦର ସମାଧାନ ପାଇଁ ଗୋଟିଏ ସର୍ତ୍ତହୀନ ଯୁଦ୍ଧ ବିରତି ଚାହୁଁଥିଲେ। କିନ୍ତୁ ରୁଷ ଏହାକୁ ମାନିବାକୁ ରାଜି ନାହିଁ। ରୁଷ ପ୍ରଥମେ ୧ ହଜାର ବନ୍ଦୀ ଅଦଳବଦଳ ବାବଦରେ କଥା ହେବାକୁ ଚାହୁଁଛି। ଏହି କାରଣରୁ ଶାନ୍ତି ଆଲୋଚନାରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ।

Ukraine Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe