Drone
ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷର ଗୋଟିଏ ଯୁଦ୍ଧ ବିମାନ ଏସ୍ ୨୭ ବେଆଇନ ଭାବେ ଗୁଇନ୍ଦାଗିରି କରୁଥିବା ବେଳେ ଆମେରିକାର ଡ୍ରୋନକୁ ଧକ୍କା ଦେଇଛି। ବ୍ଲାକ ସି’ ଉପରେ ପୂରା ଘଟଣା ଘଟିଥିବା ବେଳେ ଆମେରିକା ପକ୍ଷରୁ ଧକ୍କା ହେବା ବେଳର ଭିଡିଓରୁ ଜାରି କରାଯାଇଛି।
ରୁଷ ପକ୍ଷରୁ ଏସୟୁ-୨୭ ଦ୍ୱାରା ବେଆଇନ ଭାବେ ବ୍ଲାକ ସି’ ଉପରେ ଥିବା ଅନ୍ତର୍ଜାତୀୟ ବାୟୁସୀମାରେ ଆମେରିକା ବାୟୁସେନାର ଏମକ୍ୟୁ-୯ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିଲା। ବେଆଇନ କାମ ବେଳେ ରୁଷର ବିମାନ ଆମେରିକା ଡ୍ରୋନକୁ ଧକ୍କା ଦେଇଛି।
ଆମେରିକା-ୟୁରୋପିୟାନ କମାଣ୍ଡ ପକ୍ଷରୁ ଏହି ଘଟଣାର ଭିଡିଓକୁ ଟ୍ୱିଟ କରାଯାଇଛି। ଭିଡିଓରେ ଜଣାପଡ଼ୁଛି ଯେ ରୁଷର ଯୁଦ୍ଧ ବିମାନ ଆମେରିକା ବାୟୁ ସେନାର ଏମକ୍ୟୁ୯ର ଅତି ନିକଟକୁ ଚାଲି ଆସୁଛି। ଏହା ଏକ ମାନବବିହୀନ ଡ୍ରୋନ। ବିମାନଟି ଡ୍ରୋନ ଉପରେ ଦେଇ ଯିବା ବେଳେ ଏଥିରୁ ପ୍ରବଳ ଧୂଆଁ ବାହାରିଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନ ଧକ୍କା ହେବା ପରେ ମଧ୍ୟ ଡ୍ରୋନର ପଙ୍ଖା ଠିକ ଠାକ ରହିଛି।
ଏହାର କିଛି ସେକେଣ୍ଡ ପରେ ରୁଷ ବିମାନ ପୁଣିଥରେ ଡ୍ରୋନ ଆଡ଼କୁ ଆସିଥିଲା। ଏହା ଉପରେ ପୁଣି ଧୂଆଁ ମାଡ଼ କରିବା ସହ ପୂର୍ବାପେକ୍ଷା ଆହୁରି ନିକଟତର ହୋଇ ଡ୍ରୋନକୁ ଅତିକ୍ରମ କରିଥିଲା ଓ ଏହାକୁ ଧକ୍କା ଦେଇଥିଲା। ତେବେ ଦ୍ୱିତୀୟ ଘଟଣାରେ ଡ୍ରୋନର ଗୋଟିଏ ପାର୍ଶ୍ୱ ପଙ୍ଖା କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ଆମେରିକା ପ୍ରତିରକ୍ଷା ବିଭାଗ କହିଛି ଯେ ମଙ୍ଗଳବାର ରୁଷ ଯୁଦ୍ଧ ବିମାନ ଆମେରିକାର ଡ୍ରୋନ ଉପରେ ତୈଳ ଓ ଧୂଆଁ ମାଡ଼ କରିଥିଲା। ଏହାପରେ ଡ୍ରୋନକୁ ଧକ୍କା ଦେଇଥିଲା। ଏଥିଯୋଗୁ ଡ୍ରୋନ କ୍ରାଶ କରିଯାଇଛି। ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଧକ୍କା ଦେବା ପୂର୍ବରୁ ରୁଷର ଏସ୍ୟୁ ୨୭ ବିମାନ ଅତ୍ୟନ୍ତ ବେଆଇନ, ପରିବେଶକୁ କ୍ଷତି କରିବା ଭଳି ଶବ୍ଦ ଓ ବେପରୁଆ ଭାବେ ଏମକ୍ୟୁ-୯ ସମ୍ମୁଖରେ ଉଡ଼ାଣ କରିବା ସହ ଏହାପରେ ଧୂଆଁ ପକାଇଥିଲା।
ତେବେ ରୁଷ ପକ୍ଷରୁ ଡ୍ରୋନକୁ ଜାଣିଶୁଣି କ୍ରାଶ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ପେଣ୍ଟାଗନ ଏହାକୁ ଗ୍ରହଣ କରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Drone__1678964407.jpg)