Advertisment

ଓବାମାଙ୍କୁ ବ୍ୟାନ୍‌ କଲା ରୁଷ, ବାଢ଼ିଲା ଏପରି ଯୁକ୍ତି

ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର ।

author-image
Niharika Rout
Barack Obama

Barack Obama

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆ ମନା । ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର ।

Advertisment

 ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ ଏପରି କଟକଣା ଲଗାଇଛନ୍ତି ପୁଟିନ । ଏନେଇ ରୁଷିଆର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି । ରୁଷିଆ ବିରୋଧରେ ଆମେରିକା ଲଗାଇଥିବା ସଦ୍ୟ କଟକଣାକୁ ନେଇ ଏଭଳି ମନୋଭାବ ଦେଖାଇଛନ୍ତି ପୁଟିନ । ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ୱାଶିଂଟନ ଦ୍ୱାରା ଘୋଷିତ କରାଯାଇଥିବା ପ୍ରତିବନ୍ଧର ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତମାସରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମିଳିତ ଜାତିସଂଘ ଯିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସେମାନଙ୍କୁ ଭିସା ଦେଇନଥିଲା ଆମେରିକା । ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ଅଧିକ ବଢ଼ି ଯାଇଥିଲା । ଏହାବାଦ ୟୁକ୍ରେନ ପ୍ରସଙ୍ଗକୁ ନେଇ ଦୁଇ ଦେଶର ସମ୍ପର୍କ ବିଗିଡ଼ିବାରେ ଲାଗିଛ। ଏଭଳି ସ୍ଥଳେ ଓବାମାଙ୍କ ସମେତ ୫ଶହରୁ ଅଧିକ ଆମେରିକୀୟଙ୍କୁ ରୁଷିଆ ବ୍ୟାନ କରିବା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି ।

Advertisment

ଶୁକ୍ରବାର ଆମେରିକା ରୁଷିଆର ୩ଶହ ନାଗରିକ ଓ କମ୍ପାନୀଙ୍କ ଉପରେ ବ୍ୟାନ ଲଗାଇଥିବା ନେଇ ଘୋଷଣା କରିଥିଲା। ୟୁକ୍ରେନ ଉପରେ ପୁଟିନଙ୍କ ବର୍ବର ଆକ୍ରମଣ ପ୍ରତି ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଆମେରିକାର ଟ୍ରେଜେରୀ ସଚିବ ଜେନେଟ ୟେଲେନ କହିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ରୁଷ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ରୁଷ କହିଛି ଯେ, ଆମେରିକା ଏହା ମନେ ରଖିବା ଉଚିତ ଯେ, ଆମ ବିରୋଧରେ ନିଆଯାଉଥିବା କୌଣସି ବି ପଦକ୍ଷେପକୁ ଆମେ ହାଲକା ଭାବେ ଗ୍ରହଣ କରୁନୁ । ଆମେ ବି ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହୁଛୁ।   

Barack Obama Russia