Advertisment

ମଝି ଆକାଶରେ ହେଲିକପ୍ଟର ନିଖୋଜ, ଥିଲେ ୨୨ ଜଣ ଯାତ୍ରୀ

ବିମାନବନ୍ଦରରୁ ଟେକ୍‌ ଅଫ୍‌ ପରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅଦ୍ୟତନ ହୋଇଛି
Helicopter Missing

Helicopter Missing

Advertisment

ଟେକ୍‌ ଅଫ୍‌ ପରେ ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର। ରୁଷୀୟ ହେଲିକପ୍ଟର Mi-8T ନିଖୋଜ ହୋଇଯାଇଛି। ବିମାନବନ୍ଦରରୁ ଟେକ୍‌ ଅଫ୍‌ ପରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି।

Advertisment

ରଏଟର୍ସର ରିପୋର୍ଟ ମୁତାବକ, ଏହି ହେଲିକପ୍ଟରରେ ତିନି ଜଣ କ୍ୟାବିନ୍‌ କ୍ରୁ ସଦସ୍ୟ ଓ ୧୯ ଜଣ ଯାତ୍ରୀ ଥିଲେ। ତେବେ ଉଡାଣ ଭରିବା ପରେ କାମ୍‌ଚାତ୍‌କା ଠାରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସୂଚନା ମୁତାବକ, ଭ୍ୟାକାଜେଟସ୍ ଆଗ୍ନେୟଗିରି ନିକଟରେ ହେଲିକପ୍ଟରଟି ନିଖୋଜ ହୋଇଯାଇଛି। ଏହାକୁ ଖୋଜିବା ପାଇଁ ଅନ୍ୟ ଏକ ବିମାନ ପଠାଯାଇଛି। ରୁଷ ନ୍ୟୁଜ୍ ଆଉଟଲେଟ୍ କହିଛି ଯେ ଭିଟାଜ୍-ଏରୋ ଏୟାରଲାଇନ୍ସର Mi-8T, ଭାକ୍କାଜେଟ୍ ଆଗ୍ନେୟଗିରିର ଏକ ସ୍ଥାନରୁ ୨୫ କିଲୋମିଟର ଦୂରରେ ଥିବା ନିକୋଲେଭାକ୍କା ଗାଁକୁ ଉଡ଼ାଣ ଭରିଥିଲା। ତେବେ ନିର୍ଦ୍ଧାରିତ ସମୟ ପ୍ରାୟ ୭ଟା ୧୫ରେ(ମସ୍କୋ ସମୟ) ତା' ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। 

Advertisment
Helicopter Missing Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe