/odisha-reporter/media/post_attachments/uploadimage/library/16_9/16_9_0/Russia_1725365456.jpg)
Russia
ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ୟୁକ୍ରେନର କେନ୍ଦ୍ରୀୟ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ବାଲାଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି। ରୁଷର ଦୁଇଟି ମିସାଇଲ ମାଡ଼ରେ ଏଠାରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ଛିନଛତ୍ର ହୋଇଛି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୮୦ ଜଣ ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି କହିଛନ୍ତି।
ରୁଷ ଏବେ ୟୁକ୍ରେନର କେନ୍ଦ୍ରୀୟ ପୋଲଟାବା ଅଞ୍ଚଳକୁ ଟାର୍ଗେଟ କରିଛି। ଏଠାରେ ସବୁଠାରୁ ବଡ଼ ଧରଣରଣ ଆକ୍ରମଣ କରାଯାଇଛି। ୨୦୨୨ ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରି ଚାଲିଛି।
ପୂର୍ବରୁ ସାମରିକ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ଟାର୍ଗେଟ କରୁଥିବା ରୁଷ ଏବେ ଆବାସିକ ଅଞ୍ଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ମିସାଇଲ ମାଡ଼ କରୁଛି। ଏଥିରେ ସାଧାରଣ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।
ଆଜି ହୋଇଥିବା ମିସାଇଲ ଆଟାକ ସମ୍ପର୍କରେ ଜେଲେନସ୍କି କହିଛନ୍ତି, “ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁନିକେସନର ଗୋଟିଏ ବିଲଡିଂ ମିସାଇଲ ଆଟାକ ଯୋଗୁ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।
ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାରଇଛି। ଉଦ୍ଧାର କାର୍ଯ୍ୟରେ ସମସ୍ତ ଜରୁରିକାଳୀନ ଟିମକୁ ମୁତନୟ କରାଯାଇଛି। ସେହିପରି ଏହା ନିକଟରେ ଥିବା ଗୋଟିଏ ହସ୍ପିଟାଲ ଉପରେ ମଧ୍ୟ ମିସାଇଲ ମାଡ଼ ହୋଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
