Advertisment

ବଙ୍କରକୁ ଗଲେ ପୁଟିନ, ଜେଲେନସ୍କିଙ୍କ ଘର ଉପରେ ମିସାଇଲ ମାଡ଼ ପାଇଁ ରୁଷର ଯୋଜନା

ଘଟଣା ପରେ ପୁଟିନଙ୍କୁ ସୁରକ୍ଷିତ ଭାବେ ବଙ୍କରକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ୟୁକ୍ରନ ଉପରେ ବଡ଼ଧରଣର ହମଲା କରିବାକୁ ରୁଷ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

author-image
Hemant Lenka
Russian

Russian

ତୀବ୍ର ହେଉଛି ରୁଷ ଓ ୟୁକ୍ରେନ ଯୁଦ୍ଧ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ଡ୍ରୋନ ଉଡ଼ାବା ପରେ ଦୁଇ ଦେଶ ମଧ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ପୁଟିନଙ୍କୁ ହତ୍ୟା କରିବା ପାଇଁ ଡ୍ରୋନ ପଠାଥିବା ବେଳେ ଏହାକୁ ମସ୍କୋ ଗୁଳି କରି ଖସାଇ ଦେଇଥିବା ଦାବି କରିଛି।

Advertisment

ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଘଟଣା ପରେ ପୁଟିନଙ୍କୁ ସୁରକ୍ଷିତ ଭାବେ ବଙ୍କରକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ୟୁକ୍ରନ ଉପରେ ବଡ଼ଧରଣର ହମଲା କରିବାକୁ ରୁଷ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରୁଷ ସରକାରଙ୍କୁ ଦେଶର ସଂସଦ ମଧ୍ୟ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ପୁଟିନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ ଚାହୁଁଥିବାରୁ ଏହାର ବଦଲା ନେବାକୁ ରୁଷ ସଂସଦ ଦାବି କରିଛି।

ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ରୁଷ ସଂସଦର ଜରୁରିକାଳୀନ ଅଧିବେଶନ ବସିଥିଲା। ଏହାପରେ ସଂସଦର ସଦସ୍ୟମାନେ ଡ୍ରୋନ ହମଲାର ଜବାବ ମିସାଇଲ ଦ୍ୱାରା ଦେବାକୁ କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ ବାସଭବନ ଉପରେ ମିସାଇଲମାଡ଼ କରିବାକୁ ରୁଷ ସଂସଦ କହିଛି।

Advertisment

କ୍ରିମିଆ ରିଜନର ଷ୍ଟେଟ ଡୁମା ଡେପୁଟି ମିଖାଇଲ ଶେରେମେଟ କ୍ରେମଲିନ ଉପରେ ଆକ୍ରମଣ କରିବାକୁ ହୋଇଥିବା ଉଦ୍ୟମର ଜବାବ ଜେଲେନସ୍କିଙ୍କ ବାସଭବନ ଉପରେ ମିସାଇଲ ମାଡ଼ କରି ଦେବାକୁ କହିଛନ୍ତି। ଏହାପୂର୍ବରୁ ରୁଷ ସରକାର ଡ୍ରୋନ ହମଲାର ପ୍ରତି ଜବାବ ଦିଆଯିବ ବୋଲି କହିଥିଲେ।

ରୁଷ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ରିଲିଜ୍‌ରେ କୁହାଯାଇଛି ଯେ କିଭ୍‌ର ହମଲା ଉଦ୍ୟମର କଡ଼ା ଜବାବ ଦେବାକୁ ମସ୍କୋ ସବୁବେଳେ ଓ ସବୁ ସ୍ଥିତିରେ ପ୍ରସ୍ତୁତ ହୋଇ ରହିଛି। ୟୁକ୍ରେନର ଡ୍ରୋନ ଦ୍ୱାରା ହମଲା ଉଦ୍ୟମ ଯୋଜନାବଦ୍ଧ ଓ ଆତଙ୍କବାଦ କାର୍ଯ୍ୟକଳାପ ଥିଲା। ଏହା ରାଷ୍ଟ୍ରପତି ପୁଟିନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥିଲା। ଏହାର ପ୍ରତିଶୋଧ ରୁଷ ନେବ ବୋଲି ଏହି ରିଲିଜ୍‌ରେ କୁହାଯାଇଛି।

Russia-Ukraine War