Advertisment

ୟୁକ୍ରେନ୍‌ରେ ରୁଷ ରାଷ୍ଟ୍ରପତି ପୁଟିନ୍‌

ନିଜେ କାର ଚଳାଇ ରୁଷ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲରେ ପୁଟିନ ପହଞ୍ଚିଛନ୍ତି।

author-image
Madhupriya Mistry
Putin in Ukraine

Putin in Ukraine

ୟୁକ୍ରେନ୍ ଗଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ତାଙ୍କ ବିରୋଧରେ ଆଇସିସି ଗିରଫ ୱାରେଣ୍ଟ ଜରି କରିଥିଲେ ମଧ୍ୟ ଏହାକୁ ସେ ଖାତିର କରିନାହାନ୍ତି। ୟୁକ୍ରେନ୍‌ର ମାରିୟୁପୋଲକୁ ପୁଟିନ୍ ସର୍‌ପ୍ରାଇଜ ଭିଜିଟ୍ କରିଛନ୍ତି। ଗତ ଏକ ବର୍ଷରୁ ଅଧିକ ସମୟ ହେଲା ୟୁକ୍ରେନ୍‌-ରୁଷ ଯୁଦ୍ଧ ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ୍‌କୁ ଗସ୍ତ କରିଛନ୍ତି।

Advertisment

ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରବିବାର ଦିନ ହେଲିକପ୍ଟର ଯୋଗେ ପ୍ରଥମେ ୟୁକ୍ରେନର କ୍ରିମୟାରେ ପହଞ୍ଚିଥିଲେ ପୁଟିନ୍। ଏହାପରେ ସେଠାରୁ ନିଜେ କାର ଚଳାଇ ରୁଷ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲରେ ପୁଟିନ ପହଞ୍ଚିଛନ୍ତି। ମାରିୟୁପୋଲ ସମୁଦ୍ର ପରିଦର୍ଶନ ମଧ୍ୟ ପୁଟିନ କରିଥିବା ରୁଷ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। 

କେବଳ ସେତିକି ନୁହେଁ ରୁଷ ରାଷ୍ଟ୍ରପତି ମାରିୟୁପୋଲର ସ୍ଥାନୀୟ ବାସିନ୍ଧାଙ୍କ ସହ ଭେଟି ତାଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଏଥିସହ ଏଠାରେ ମୁତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଛନ୍ତି। ଚିଫ ଅଫ ଜେନରାଲ ଷ୍ଟାଫ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ। ୨୦୨୨ ମସିହାରେ ମେ’ ମାସରୁ ମାରିୟୁପୋଲକୁ କବଜା କରିଥିଲା ରୁଷ ସେନା।

Advertisment

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ କେହି ପଛକୁ ହଟିବାକୁ ରାଜି ନାହାନ୍ତି। ଯୁଦ୍ଧ ଯୋଗୁ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ହୋଇଗଲାଣି। ସେପଟେ ଏହି ଯୁଦ୍ଧକୁ ନେଇ ରୁଷ ଉପରେ ଅନେକ ଦେଶ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗୁ କରିଛନ୍ତି।

ଏହାରି ଭିତରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ତଥା ଆଇସିସି ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ପାଇଁ ରୁଷକୁ ଦାୟୀ କରିଛନ୍ତି। ଏଥିସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି କୋର୍ଟ। କିନ୍ତୁ ଏସବୁ ସତ୍ତ୍ୱେ ପଛକୁ ହଟିବାକୁ ରାଜି ନାହାନ୍ତି ପୁଟିନ। 

Russia-Ukraine War Vladimir Putin