Advertisment

'ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ', ପ୍ରଶଂସାରେ ଶତମୁଖ ପୁଟିନ

ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ପୁଟିନ କହିଛନ୍ତି।

Vladimir Putin

Vladimir Putin

Advertisment

ଭାରତ ପ୍ରଶଂସାରେ ଶତମୁଖ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ପୁଟିନ କହିଛନ୍ତି।

Advertisment

ରୁଷର ସୋଚି ସହରସ୍ଥିତ ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେବା ସମୟରେ ପୁଟିନ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ବିଶ୍ୱ ମଞ୍ଚରେ ଭାରତ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି ରୁଷ ରାଷ୍ଟ୍ରପତି। ସେ କହିଛନ୍ତି ଯେ ରୁଷ ଅନେକ ଦିଗରେ ଭାରତ ସହ ସମ୍ପର୍କକୁ ମଜବୁତ କରୁଛି। ପୁଟିନ କହିଛନ୍ତି, 'ଭାରତକୁ ଏହାର ଦେଢ଼ ବିଲିୟନ ଜନସଂଖ୍ୟା, ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ପ୍ରାଚୀନ ସଂସ୍କୃତି ଏବଂ ପରବର୍ତ୍ତୀ ବିକାଶ ପାଇଁ ବହୁତ ଭଲ ସମ୍ଭାବନା କାରଣରୁ ଏହାକୁ ଗ୍ଲୋବାଲ ସୁପର ପାୱାର ତାଲିକାରେ ଯୋଡାଯିବା ଉଚିତ।'

ପୁଟିନ କହିଛନ୍ତି ଯେ ଆମେ ବିଭିନ୍ନ କ୍ଷେତ୍ରରେ ଭାରତ ସହ ଆମର ସମ୍ପର୍କ ବିକାଶ କରୁଛୁ। ଭାରତ ଏକ ମହାନ ଦେଶ। ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ଏହା ବିଶ୍ୱର ଏକ ଅଗ୍ରଣୀ ଦେଶ। ଏହାର ଜିଡିପି ୭.୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ରୁଷ ଏବଂ ଭାରତ ମଧ୍ୟରେ ସମ୍ପର୍କ ପ୍ରତିବର୍ଷ ନିବିଡ଼ ହେଉଛି। ଏହି କାର୍ଯ୍ୟକ୍ରମରେ ପୁଟିନ ସୋଭିଏତ ସଂଘ ସମୟରୁ ଭାରତ ସହିତ ରୁଷର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ। ଭାରତର ସ୍ୱାଧୀନତା ପାଇଁ ସୋଭିଏତ ସଂଘ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି।

Advertisment
Russia President On India Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe