Advertisment

କୋଭିଡ -୧୯ ଟିକା ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା

ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି ।

author-image
Tapas Behera
Andrey Botikov

Andrey Botikov

କୋଭିଡ -୧୯ ଟିକା ‘ସ୍ପୁଟନିକ ଭି’ ତିଆରି କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ୪୭ ବର୍ଷୀୟ ଆନ୍ଦ୍ରେ ଗାମାଲେୟା ନ୍ୟାସ୍‌ନାଲ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ଇକୋଲୋଜି ଆଣ୍ଡ୍‌ ମ୍ୟାଥ୍‌ମେଟିକ୍‌ସ୍‌ରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରୁଥିଲେ ।

Advertisment

ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଫେଡେରାଲ ଅନୁସନ୍ଧାନକାରୀ ସଂସ୍ଥା ଏକବିବୃତ୍ତିରେ କହିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ଗିରଫ ଅଭିଯୁକ୍ତ ହେଲେ ଜଣେ ୨୯ ବର୍ଷୀୟ ଯୁବକ। ବୋତିକୋଭ୍‌ଙ୍କ ସହ ଯୁକ୍ତିତର୍କ ଘଟି ତାଙ୍କ ଗଳାରେ ବେଲଟ୍‌ ବାନ୍ଧି ଅଭିଯୁକ୍ତ ହତ୍ୟା କରିଥିବା ପୁଲିସ କହିଛି। ବ୍ୟକ୍ତିଗତ ବିବାଦରୁ ଏହି ଅପରାଧ ସଂଘଠିତ ହୋଇଥିବା ତଦନ୍ତକାରୀ ସଂସ୍ଥା କହିଛି।

ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁକୁ ନେଇ ହତ୍ୟା ଅପରାଧ ଦିଗରେ ତଦନ୍ତ କରାଯାଉଛି। ଜେରା ବେଳେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛି। ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ଅନେକ ଅପରାଧିକ ରେକର୍ଡ଼ ଥିବା ପୁଲିସ କହିଛି। କୋଭିଡ୍‌ ଟିକା ଉପରେ କାର୍ଯ୍ୟ ନିମନ୍ତେ ୨୦୨୧ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କୁ ‘ଅର୍ଡର୍‌ ଅଫ୍‌ ମେରିଟ୍‌ ଫର୍‌ ଦି ଫାଦର୍‌ଲାଣ୍ଡ୍‌’ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ୨୦୨୦ରେ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରସ୍ତୁତ କରିଥିବା ୧୮ଜଣ ବୈଜ୍ଞାନିକମାନଙ୍କ ମଧ୍ୟରୁ ବୋତିକୋଭ୍‌ ଥିଲେ ଅନ୍ୟତମ ବୈଜ୍ଞାନିକ। 

Advertisment
India