Advertisment

ଡ୍ରୋନ ହମଲାରେ ରୁଷର ୨୭୩୭ କୋଟି ଟଙ୍କିଆ ଗୁଇନ୍ଦା ପ୍ଲେନ ଧ୍ୱଂସ

ଏହି ବିମାନଟିକୁ ରୁଷ ୨୭୪ ମିଲିୟ ପାଉଣ୍ଡ ବା ୨୭୩୭ କୋଟି ଟଙ୍କା ଦେଇ କିଣିଥିଲା।

Russia

Russia

Advertisment

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଲାଗିଛି ଶକ୍ତ ଝଟକା। ଡ୍ରୋନ ହମଲାରେ ଧ୍ୱଂସ ହୋଇଯାଇଛି ରୁଷର ସବୁଠାରୁ ଦାମୀ ଗୁଇନ୍ଦା ବିମାନ। ଏହି ବିମାନଟିକୁ ରୁଷ ୨୭୪ ମିଲିୟ ପାଉଣ୍ଡ ବା ୨୭୩୭ କୋଟି ଟଙ୍କା ଦେଇ କିଣିଥିଲା। ତେବେ ବେଲାରୁଷରେ ଥିବା ରୁଷର ଏୟାରବେସ୍‌ରେ ଆଜି ଦୁଇଟି ଡ୍ରୋନରୁ ହୋଇଥିବା ହମଲାରେ ବିମାନଟି ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୟୁକ୍ରେନକୁ ସମର୍ଥନ କରି ବେଲାରୁଷରେ ସରକାରୀ ବିରୋଧୀ ଅଭିଯାନ ଚଳାଇଥିବା ଗୋଷ୍ଠୀ ଏପରି ହମଲା କରିଛନ୍ତି। ଏହି ଘଟଣା ପୂର୍ବରୁ ରୁଷ ସରକାର ସେଣ୍ଟ ପିଟର୍ସବର୍ଗରେ ଥିବା ପୁଲକୋଭୋ ଏୟାରପୋର୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା। ଏହି ଅଞ୍ଚଳରେ ଡ୍ରୋନ ଉଡ଼ୁଥିବା ଜଣାପଡ଼ିବା ପରେ ସତର୍କତା ପଦକ୍ଷେପ ସ୍ୱରୂପ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ବିମାନବନ୍ଦର କିଛି ଘଣ୍ଟା ବନ୍ଦ ରହିବା ପରେ ପୁଣି କାର୍ଯ୍ୟକାରୀ କରିଥିଲା। ଏସବୁ ଭିତରେ ରୁଷର ଗୁଇନ୍ଦା ବିମାନ ଧ୍ୱଂସ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି।

ଧ୍ୱଂସ ହୋଇଯାଇଥିବା ଗୁଇନ୍ଦା ବିମାନଟି AWACS Beriev A-50U ବର୍ଗର ଥିଲା। ତେବେ ଡ୍ରୋନ ମାଡ଼ରେ ଏହାର ଏକ ପ୍ରକାରର ନଷ୍ଟ ହୋଇଯାଇଛି। ଡିସେମ୍ବର ୧୪ରେ ଗୁଇନ୍ଦା ବିମାନଟି ବେଲରୁଷର ରାଜଧାନୀ ମିନସ୍କ ନିକଟ ମାଚୁଲିସଚିକୁ ଆସିଥିଲା। ରୁଷ ଏୟାରଫୋର୍ସ ୟୁକ୍ରେନ ବିରୋଧରେ କରୁଥିବା ବୋମା ମାଡ଼ର ଟାର୍ଗେଟକୁ ଚିହ୍ନଟ କରିବା ପାଇଁ ଗତବର୍ଷ ଫେବୃଆରୀ ୨୪ରୁ ଏହାର ବ୍ୟବହାର କରାଯାଉଥିଲା। ହେଲେ ଡ୍ରୋନ ହମଲାରେ ବିମାନଟି ଛିନଛତ୍ର ହୋଇଯାଇଛି।

Advertisment

କେବଳ ରୁଷର ଗୁଇନ୍ଦା ବିମାନ ନୁହେଁ, ଡ୍ରୋନ ହମଲା ଯୋଗୁ ଗୋଟିଏ ମିଲିଟାରୀ ପରିବହନ ବିମାନ ଓ ବରଫ ହଟାଇବା କାମରେ ନିୟୋଜିତ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ରୁଷ କିମ୍ବା ବେଲାରୁଷ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି। ତେବେ ଡ୍ରୋନ ମାଡ଼ରେ କ୍ଷତିଗ୍ରସ୍ତ ବିମାନ ଓ ଗାଡ଼ିର ଧ୍ୱଂସାବଶେଷକୁ ଠାବ କରିବା ପାଇଁ ସ୍ଥାନୀୟ ପୁଲିସ୍‌ ଓ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

Ukraine President Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe