Advertisment

ରୁଷ ଆକ୍ରମଣରେ ଜଳିଗଲା ୟୁକ୍ରେନ କ୍ୟାବିନେଟ ବିଲଡିଂ, ତୈଲ ପାଇପ ଲାଇନକୁ ଉଡ଼ାଇଲା କିଭ୍‌

ମିସାଇଲ ଆଟାକ ଯୋଗୁ ବିଲଡିଂରେ ନିଆଁ ଲାଗି ଯାଇଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ପିଲା ମଧ୍ୟ ରହିଛି।

Ukraine

Ukraine

Advertisment

ରୁଷ ଓ ୟୁକ୍ରେନ ଯୁଦ୍ଧ ରବିବାର ଆହୁରି ଭୀଷଣ ରୂପ ନେଇଛି। ସେଣ୍ଟ୍ରାଲ କିଭରେ ଥିବା ୟୁକ୍ରେନର କ୍ୟାବିନେଟ ବିଲଡିଂ ଉପରେ ରୁଷ ଘନଘନ ମିସାଇଲ ମାଡ଼ କରିଛି। ମିସାଇଲ ଆଟାକ ଯୋଗୁ ବିଲଡିଂରେ ନିଆଁ ଲାଗି ଯାଇଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ପିଲା ମଧ୍ୟ ରହିଛି।

Advertisment

ଏହାର ପ୍ରତିଶୋଧ ନେବାକୁ ମଧ୍ୟ ପଛାଇ ନାହିଁ ୟୁକ୍ରେନ। କିଭ ପକ୍ଷରୁ ରୁଷର ଦ୍ରୁଝହବ ତୈଲ ପାଇପ ଲାଇନ ଉପରେ ଆଟାକ କରାଯାଇଛି। ବ୍ରାୟନସ୍କରେ ଥିବା ଏହି ତୈଳ ପାଇପ ଲାଇନ ୟୁକ୍ରେନ ହମଲାରେ ଛିନଛତ୍ର ହୋଇଯାଇଛି।

ଶନିବାର ବିଳମ୍ବିତ ରାତିରେ ରୁଷ ପକ୍ଷରୁ କିଭର ପେଚେରସ୍କୟି ଜିଲ୍ଲାରେ ଥିବା କ୍ୟାବିନେଟ ବିଲଡିଂ ଉପରେ ଆକ୍ରମଣ କରାଯାଇଥିଲା। ଏଥିଯୋଗୁ ବିଲଡିଂର କିଛି ଫ୍ଲୋରରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳରେ କଳାଧୂଆଁର ଆସ୍ତରଣ ଦେଖାଯାଇଥିଲା।

Advertisment

ୟୁକ୍ରେନ ପ୍ରଧାନମନ୍ତ୍ରୀ ୟୁଲିଆ ସଭରୟଡେଙ୍କୋ ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି ଯେ “ପ୍ରଥମଥର ପାଇଁ କୌଣସି ଗୋଟିଏ ସରକାରୀ ବିଲଡିଂ ଶତ୍ରୁପକ୍ଷର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ଆମେ ବିଲଡିଂକୁ ପୁଣି ତିଆରି କରିଦେବୁ। କିନ୍ତୁ ଆକ୍ରମଣରେ ଯାଇଥିବା ଜୀବନ କେବେ ହେଲେ ଫେରି ଆସିବ ନାହିଁ। ପଶ୍ଚିମ ସହଯୋଗୀ ଗୁଡ଼ିକ ଏବେ କଥାରେ ଏବେ କାମରେ ଜବାବ ଦିଅନ୍ତୁ। ରୁଷର ତେଲ ଓ ଗ୍ୟାସ ଉପରେ କଠୋର କଟକଣା ଲଗାଯିବା ଉଚିତ।”

ମେୟର ଭିଟାଲି କ୍ଲିଷ୍ଟସଚକୋଙ୍କ କହିବା କଥା ଆକ୍ରମଣ ଡ୍ରୋନ ଦ୍ୱାରା ଆରମ୍ଭ ହୋଇଥିଲା। ଏହାପରେ ମିସାଇଲ ମାଡ଼ କରାଯାଇଥିଲା। ବିଲଡିଂର ବେସମେଣ୍ଟରେ ଆଶ୍ରୟସ ନେଇଥିବା ଲୋକଙ୍କ ମଧ୍ୟରୁ ଜଣେ ଛୋଟ ଛୁଆ, ଜଣେ ଯୁବ ମହିଳା ଓ ଜଣେ ବୟସ୍କ ମହିଳାଙ୍କ ଜୀବନ ଯାଇଛି। ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ରହିଛନ୍ତି। Sviatoshynskyi and Darnytskyi ଭଳି ଆବାସିକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି। ଏଥିଯୋଗୁ ସେଠାରେ ମଧ୍ୟ ନିଆଁ ଲାଗିଥିବା ବେଳେ ସୁଉଚ୍ଚ କୋଠା ଆଂଶିକ ଭୁଶୁଡ଼ି ପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ରାତିତମାମ ଅକ୍ଳାନ୍ତ ପରିଶ୍ରମ କରିଥିଲା।

ୟୁକ୍ରେନ ଏୟାର ଫୋର୍ସ କହିଛନ୍ତି ଯେ ୮୦୫ ଡ୍ରୋନ ଓ ୧୨ ମିସାଇଲ ଏକାଥର ମାଡ଼ କରାଯାଇଥିଲା। ରୁଷ ଜାଣି ଶୁଣି ଆବାସିକ ଅଞ୍ଚଳକୁ ଟାର୍ଗେଟ କରୁଛି। ତେଣୁ ଲୋକମାନେ ସୁରକ୍ଷିତ ଆଶ୍ରୟ ସ୍ଥଳରେ ରୁହନ୍ତୁ। ରୁଷ କ୍ୟାବିନେଟ ବିଲଡିଂକୁ ଆକ୍ରମଣ କରି ବିବାଦକୁ ତୀବ୍ର କରିଛି ଓ ଏହାର ଜବାବ ସହଯୋଗୀମାନେ ଦେବା ଦରକାର ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

କ୍ୟାବିନେଟ ବିଲଡିଂରେ ହୋଇଥିବା ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ପାଲଟା ଜବାବ ଦେଇଛି ୟୁକ୍ରେନ। ରୁଷର ଶକ୍ତି ବ୍ୟବସ୍ଥା ଉପରେ ୟୁକ୍ରେନ ବଡ଼ ପ୍ରହାର କରିଛି। ଡ୍ରୋନ କମାଣ୍ଡର ରବର୍ଟ ବ୍ରୋଭଡି ୟୁକ୍ରେନ ସେନାର ଆକ୍ରମଣକୁ ନିଶ୍ଚିତ କରିଛନ୍ତି ଓ ଆକ୍ରମଣରେ ରୁଷ ବ୍ୟାପକ କ୍ଷତି ସହିଥିବା କହିଛନ୍ତି।

ୟୁକ୍ରେନ ପକ୍ଷରୁ ହଙ୍ଗରୀ ଓ ସ୍ଲୋଭାକିଆକୁ ରପ୍ତାନୀ କରାଯାଉଥିବା ତୈଲର ପ୍ରମୁଖ ପାଇପ ଲାଇନ ଉପରେ ୟୁକ୍ରେନ ହମଲା କରିଛି। ୟୁଇ କଟକଣା ସତ୍ତ୍ୱେ ହଙ୍ଗରୀ ଓ ସ୍ଲୋଭାକିଆ ପକ୍ଷରୁ ରୁଷ ଠାରୁ ଦ୍ରୁଝହବ ପାଇପ ଲାଇନ ଜରିଆରେ ତୈଲ ଆମଦାନୀ କରାଯାଉଥିଲା। ଏବେ ସେହି ପାଇପ ଲାଇନକୁ ୟୁକ୍ରେନ ଉଡ଼ାଇ ଦେଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe