Advertisment

ପୁଣି ଆକ୍ରମଣକୁ ଜୋରଦାର କଲା ରୁଷ, ମିସାଇଲ ମାଡ଼ରେ ୧୧ ମୃତ

ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ମିସାଇଲ ମାଡ଼ ଯୋଗୁ ଲୋକମାନେ ରାଜଧାନୀ କିଭ୍‌ରେ ଥିବା ମେଟ୍ରୋ ଷ୍ଟେସନରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ।

author-image
Hemant Lenka
undefined

Russia

ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର ମିସାଇଲ ମାଡ଼ ଯୋଗୁ ଲୋକମାନେ ରାଜଧାନୀ କିଭ୍‌ରେ ଥିବା ମେଟ୍ରୋ ଷ୍ଟେସନ ଭିତରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ।

Advertisment

ରୁଷ ହମଲା କରିବାକୁ ଯାଉଥିବାରୁ ୟୁକ୍ରେନ ପ୍ରଶାସନ ଏୟାର ରେଡ୍‌ ସାଇରନ ଦ୍ୱାରା ଲୋକଙ୍କୁ ସତର୍କ କରାଇଥିଲା। ଏହାପରେ ଲୋକମାନେ ପ୍ରାଣ ବିକଳରେ ମେଟ୍ରୋ ଷ୍ଟେସନ ଭିତରେ ଲୁଚି ଯାଇଥିଲେ। ମିସାଇଲ ମାଡ଼ରେ ୟୁକ୍ରେନର ବିଜୁଳି ଭିତ୍ତିଭୂମି ପୁଣି ନଷ୍ଟ ହୋଇଯାଇଛି। ଅକ୍ଟୋବର ମାସରେ ରୁଷ ସମାନ ଢଙ୍ଗରେ ୟୁକ୍ରେନର ଜାତୀୟ ବିଜୁଳି ଗ୍ରୀଡ୍‌କୁ ଧ୍ୱଂସ କରି ଦେଇଥିଲା। ଫଳରେ କିଭ୍‌ ସମେତ ଏକାଧିକ ସହରରେ ବିଜୁଳି ସଙ୍କଟ ଦେଖାଯାଇଥିଲା।

ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି କହିଛନ୍ତି, “ଆମକୁ ଭୟଭୀତ କରିବା ପାଇଁ ଗୋଟିଏ ଆତଙ୍କବାଦୀ ଦେଶ ଆମ ଉପରେ ମିସାଇଲ ମାଡ଼ କରି ନିକଟରେ ପରାସ୍ତ ହୋଇଛି। ଆଗକୁ ଠିକ ଏପରି ଢଙ୍ଗରେ ପୂରା ରୁଷ ପରାସ୍ତ ହେବ।” ୟୁକ୍ରେନର ଟପ୍‌ ମିଲିଟାରୀ କମାଣ୍ଡର ଜେନେରାଲ ଭାଲେରିୟା ଝାଲୁଝନୟି, ଏୟାର ଡିଫେନ୍ସ ୫୫ଟି ମିସାଇଲରୁ ୪୭ଟି ଧ୍ୱଂସ କରି ଦେଇଛି।

Advertisment

ଏହା ମଧ୍ୟରେ କେଏଚ୍‌ ୪୭ କିନଝାହାଲ ହାଇପରସୋନିକ ମିସାଇଲ ମଧ୍ୟ ରହିଥିଲା। ୨ଟି ମିସାଇଲ କିଭ୍‌ ଉପରେ ମାଡ଼ କରାଯାଇଥିଲା। ଏଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ୧୧ଟି ରିଜନରେ ଗୁରୁବାର ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବିଜୁଳି ଉତ୍ପାଦନ କେନ୍ଦ୍ରର କର୍ମଚାରୀ ରହିଛନ୍ତି।

ରୁଷ ବୁଧବାର ରାତିରେ ଉଡ଼ାଇଥିବା ୨୪ଟି ଯାକ ଡ୍ରୋନକୁ ୟୁକ୍ରେନ ସେନା ଖସାଇ ଦେଇଛନ୍ତି। ଏହା ମଧ୍ୟରୁ ୧୫ଟି ଡ୍ରୋନ୍‌ କିଭ୍‌ର ଆଖପାଖ ଅଞ୍ଚଳରେ ପଡ଼ିଥିଲା। ଡ୍ରୋନ ହମଲାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା ସେନା ପକ୍ଷରୁ କୁହାଯାଇଛି।

Russia-Ukraine War Russia Ukraine President