Advertisment

ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସ୍ୱାଗତ

ପାକିସ୍ତାନରେ ସ୍ୱାଗତ ସମୟର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ଜୟଶଙ୍କର।

ଅଦ୍ୟତନ ହୋଇଛି
S Jayshankar in Pakistan

S Jayshankar in Pakistan

Advertisment

ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ ଆଜି ପାକିସ୍ତାନର ଇସଲାମବାଦ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି। ପାକିସ୍ତାନରେ ସ୍ୱାଗତ ସମୟର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ମନ୍ତ୍ରୀ ଜୟଶଙ୍କର।

Advertisment

ପାକିସ୍ତାନରେ ଆୟୋଜିତ ହେଉଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଏସ୍ ଜୟଶଙ୍କର ଇସଲାମବାଦ ଗସ୍ତ କରିଛନ୍ତି।ପ୍ରତିବର୍ଷ SCO (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର ବୈଠକ ବସିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନେ ବୈଠକର ଅଧ୍ୟକ୍ଷତା କରନ୍ତି। ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତା କରୁଛି। 

ଏହି ବୈଠକରେ SCO ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଆଲୋଚନା ହେବ।

Advertisment

୨୦୦୧ରେ ଋଷ, ଚୀନ୍, କିରଗିଜ୍ ରିପବ୍ଲିକ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ୱାରା ସଙ୍ଘାଇର ଏକ ଶିଖର ସମ୍ମିଳନୀରେ SCO ପ୍ରତିଷ୍ଠା କରାଯାଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ।

ଗତ ବର୍ଷ ଜୁଲାଇରେ ଇରାନ ଏହାର ସ୍ଥାୟୀ ସଦସ୍ୟ ଭାବେ ଯୋଗ ହୋଇଛି। ଏହି ସମୟରେ ଭାରତ ଅଧ୍ୟକ୍ଷତା କରିଥିଲା। କିନ୍ତୁ ଏହା ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା। ଭାରତ ଆୟୋଜିତ କରିଥିବା ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇଥିଲେ।  

SCO S Jaishankar SCO Summit S Jaishankar In Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe