Advertisment

SCO ସମ୍ମିଳନୀ: 'ଆତଙ୍କବାଦର ବିନାଶ ବିନା ବିକାଶ ଅସମ୍ଭବ'

SCO ସମ୍ମିଳନୀରେ ପାକିସ୍ତାନକୁ ଆକ୍ଷେପ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।

ଅଦ୍ୟତନ ହୋଇଛି
S Jaishankar

S Jaishankar

Advertisment

ପାକିସ୍ତାନରେ ଆୟୋଜିତ ସାଙ୍ଘାଇ କର୍ମୋପେସନ ଅର୍ଗାନାଇଜେନ (SCO) ବୈଠେକରେ ନିଜ ଆନ୍ଦାଜ ଦେଖାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପାକିସ୍ତାନକୁ ଆକ୍ଷେପ କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, "ଯଦି ଦୁଇ ଦେଶର ସୀମାରେ ଆତଙ୍କବାଦ ଏବଂ ବିଚ୍ଛନ୍ନତାବାଦ ମନୋଭାବ ରହେ, ତେବେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସମ୍ପର୍କକୁ ସହଯୋଗ କରିବା ସମ୍ଭବ ନୁହେଁ। ବିକାଶ ଏବଂ ଅଭିବୃଦ୍ଧି ସର୍ବଦା ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ। ଆତଙ୍କବାଦର ବିନାଶ ନ ହେଲେ, ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ସମୟରେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଲଢେଇ କରିବା SCOର ମୂଳ ଲକ୍ଷ୍ୟ। ଜଗତୀକରଣ ଏବଂ ପୁନଃ ସନ୍ତୁଳନ ବଜାୟ ରଖିବା ମୂଳ ମୁଦ୍ଦା, SCO ସଦସ୍ୟ ରାଷ୍ଟ୍ର ଏହାକୁ ଆଗକୁ ନେବାର ଆବଶ୍ୟକତା ରହିଛି।"

ଏଥିପାଇଁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଚ୍ଚୋଟ ବାର୍ତ୍ତାଳାପ, ବିଶ୍ୱାସ, ଉତ୍ତମ ସମ୍ପର୍କ ଏବଂ ଚାର୍ଟର ପ୍ରତି ପ୍ରତିବଦ୍ଧତା ଆବଶ୍ୟକ କରେ। ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ଭଳି ତିନି ଶତ୍ରୁକୁ ପ୍ରତିହତ କରିବା ପାଇଁ SCOକୁ କୌଣସି ପ୍ରକାର ଆପୋଷ ବୁଝାମଣା କରିବା ଆବଶ୍ୟକ ନୁହେଁ ବୋଲି ସେ କହିଛନ୍ତି।  

Advertisment

ସେ ଆହୁରି କହିଛନ୍ତି ଯେ, ସହଯୋଗ ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମତ୍ୱ ସମାନତା ଉପରେ ଆଧାରିତ ହେବା ଆବଶ୍ୟକ। ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସ୍ୱୀକୃତି ଦେବା ଉଚିତ ଏବଂ ଏକପାଖିଆ ଏଜେଣ୍ଡା ନୁହେଁ ପ୍ରକୃତ ସହଭାଗୀତା ଉପରେ ନିର୍ମିତ ହେବା ଦରକାର। ଏସବୁକୁ ବାଦ୍ ଦେଇ ଯଦି ଆମେ କେବଳ ବେପାର-ବାଣିଜ୍ୟ ଉପରେ ପ୍ରାଧାନ୍ୟ ଦେବା, ତେବେ କେବେ ହେଲେ SCO ଆଗକୁ ବଢିପାରିବ ନାହିଁ।  

ଏହା ବ୍ୟତୀତ ଚଳିତ ବର୍ଷର SCO ସମ୍ମିଳନୀର ଆୟୋଜନ ପାଇଁ ପାକିସ୍ତାନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏସ୍ ଜୟଶଙ୍କର। ଏହି ଅଧ୍ୟକ୍ଷତାକୁ ସଫଳ କରିବା ପାଇଁ ଭାରତର ସମସ୍ତ ପ୍ରକାର ସହଯୋଗ ଅଛି ବୋଲି ସେ କହିଛନ୍ତି। 

S Jaishankar SCO Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe