Advertisment

ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ବଡ଼ କଥା କହିଲେ ନୱାଜ ଶରିଫ

ଶରିଫଙ୍କ ଆଶା ଜୟଶଙ୍କରଙ୍କ ଇସଲାମାବାଦ ଗସ୍ତ ପରେ ଭାରତ ଓ ପାକିସ୍ତାନ ଅତୀତକୁ ଭୁଲି ଯିବେ। ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ଭଳି ଭବିଷ୍ୟରେ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ କରିବେ।

author-image
Hemant Lenka
Sharif

Sharif

ପାକିସ୍ତାନରେ ଶେଷ ହୋଇଥିବା ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେନ(ଏସ୍‌ସିଓ) ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗ ଦେବା ପରେ ଦୁଇ ଦେଶ ମଧ୍ୟରେ ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ଆଶା ସଞ୍ଚାର ହୋଇଛି।

Advertisment

ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ଶରିଫ ମଧ୍ୟ ସମାନ ଆଶା ରଖିଛନ୍ତି। ତାଙ୍କର ଆଶା ଜୟଶଙ୍କରଙ୍କ ଇସଲାମାବାଦ ଗସ୍ତ ପରେ ଭାରତ ଓ ପାକିସ୍ତାନ ଅତୀତକୁ ଭୁଲି ଯିବେ। ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ଭଳି ଭବିଷ୍ୟରେ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ କରିବେ। ଶରିଫଙ୍କ କହିବା କଥା ଯେ ଜୟଶଙ୍କର ପାକିସ୍ତାନ ଗସ୍ତ ଗୋଟିଏ ଆରମ୍ଭ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥାଆନ୍ତେ, ତା’ହେଲେ ଆମେ ବହୁତ ଖୁସି ହୋଇଥାଆନ୍ତୁ ବୋଲି ସେ କହିଛନ୍ତି। 

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ ଭାରତ-ପାକିସ୍ତାନ ମଧ୍ୟରେ ଅଟକି ରହିଥିବା ଶାନ୍ତି ପ୍ରକ୍ରିୟାକୁ ଗୁରୁତ୍ୱ ଦେଇଛନ୍ତି। ଏହି ପ୍ରକ୍ରିୟାର ଗାଡ଼ିକୁ ଲାଇନଚ୍ୟୁତ ନ କରିବାକୁ ସେ ଉଭୟ ଦେଶକୁ କହିଛନ୍ତି। ସେ କହିଛନ୍ତି, “ଶାନ୍ତି ପ୍ରକ୍ରିୟାର ଗାଡ଼ିକୁ ଆମେ ଯେଉଁଠି ଛାଡ଼ି ଥିଲେ, ସେଇଠୁ ଆରମ୍ଭ କରିବା ଦରକାର। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିବା ଦରକାର। ବିବାଦ ମଧ୍ୟରେ ୭୫ ବର୍ଷ ବିତିଗଲାଣି। ଏବେ ଆଉ ୭୫ ବର୍ଷକୁ ବରବାଦ ହେବାକୁ ଦିଆ ନ ଯାଉ।”

Advertisment

ଶରିଫ ଆଶା କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସମ୍ଭବତଃ ଏସ୍‌ସିଓ ବୈଠକକୁ ଆସିବେ। ମୋଦି ଆସିଲେ ଆମେ ବହୁତ ଖୁସି ହୋଇଥାଆନ୍ତୁ। ଆମେ ପଡ଼ୋଶୀମାନଙ୍କୁ ବଦଳାଇ ପାରିବା ନାହିଁ। ହେଲେ ଆମକୁ ଭଲ ପଡ଼ୋଶୀ ଭାବେ ରହିବାକୁ ପଡ଼ିବ।”

ପାକିସ୍ତାନ ଗସ୍ତରେ ଜୟଶଙ୍କର ଏସ୍‌ସିଓ ବୈଠକରେ ଯୋଗଦେବା ସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦରଙ୍କୁ ମଧ୍ୟ ଭେଟିଥିଲେ। ଦର ହେଉଛନ୍ତି ନୱାଜ ଶରିଫଙ୍କ ଅତ୍ୟନ୍ତ ଘନିଷ୍ଠ।

ଏସସିଓରେ ସେ ସମ୍ବୋଧନ କରିବା ବେଳେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଆତଙ୍କବାଦ, ଉଗ୍ରବାଦ ଓ ବିଛିନ୍ନତାବାଦକୁ ବାଦ ଦେଲେ ଏହି ସମ୍ପର୍କ ନିବିଡ଼ ହୋଇପାରିବ ବୋଲି ସେ କହିଥିଲେ। ତାଙ୍କର ଏପରି ବୟାନ ପରେ ଶରିଫ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି।

Pakistan Nawaz Sharif