Advertisment

ଗୁଳିମାଡ଼ରେ ଟଳିଲା ସରବଜିତ୍‌ଙ୍କ ହତ୍ୟାକାରୀ

ଆଇଏସଆଇର ନିର୍ଦ୍ଦେଶରେ ଆମୀର ସରଫରାଜ ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା।

author-image
Madhupriya Mistry
sarabjit

sarabjit

ଗୁଳିମାଡରେ ଟଳିଲା ସରବଜିତଙ୍କ ହତ୍ୟାକାରୀ। ପାକିସ୍ତାନର ଲୋହରରେ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଆମୀର ସରଫରାଜକୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ଆମୀର ସରଫରାଜ ହେଉଛି ସିଏ ଯିଏକି ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତଙ୍କୁ ହତ୍ୟା କରିଥିଲା।

Advertisment

ଆମୀର ସରଫରାଜ ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଆମୀର ସରବଜିତଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ସାମ୍ନାକୁ ଆସିଥିଲା। ଏବେ ସେହି ସରଫରାଜକୁ ହତ୍ୟା କରାଯାଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ସରବଜିତ ସିଂହ ଭାରତ-ପାକିସ୍ତାନୀ ସୀମା ନିକଟବର୍ତ୍ତୀ ତରନତାରନ ଜିଲ୍ଲା ଭିଖିଓ୍ୱିଣ୍ଡ ଗାଁର ବାସିନ୍ଦା ଥିଲେ ଓ ସେ ପେସାରେ ଜଣେ କୃଷକ ଥିଲେ। ୩୦ ଅଗଷ୍ଟ ୧୯୯୦ରେ ସରବଜିତ୍ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ଲାହୋର ଏବଂ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସରବଜିତଙ୍କ ହାତ ଥିବା ଦର୍ଶାଇ ତାଙ୍କୁ ଜେଲରେ ବନ୍ଦୀ କରିଦିଆ ଯାଇଥିଲା।

Advertisment

ଏହାପରେ ୧୯୯୧ରେ ସରବଜିତ ସିଂଙ୍କୁ ବୋମା ବିସ୍ଫୋରଣ କରିଥିବା ଅଭିଯୋଗରେ ଫାଶୀଦଣ୍ଡ ଦିଆଯାଇଥିଲା। ହେଲେ ପରେ ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ତାଙ୍କ ଦଣ୍ଡ ଘୁଞ୍ଚାଇ ଚାଲିଥିଲା। ୨୦୧୩ରେ ଜେଲରେ କଏଦୀମାନେ ତାଙ୍କ ଉପରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ପରେ ପାକିସ୍ତାନ ତାଙ୍କୁ ବ୍ରେନ୍‌ ଡେଡ୍‌ ତଥା ମୃତ ଘୋଷଣା କରିଥିଲା।

Sarabjit Singh Amir Sarfaraz Shot Dead Lahore