Advertisment

ପାଙ୍ଗୋଙ୍ଗ ହ୍ରଦ ନିକଟରେ ଶକ୍ତି ଠୁଳ କରୁଛି ଚାଇନା, ସାମ୍ନାକୁ ଆସିଲା ଫଟୋ

୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ଯେଉଁ ସ୍ଥାନରେ ବିବାଦ ଦେଖା ଯାଇଥିଲା, ତା’ ଠାରୁ ୩୮ କିମି ଦୂରରେ ଚାଇନା ଜନବସତି ପାଇଁ ଘର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିର୍ମାଣ କାମ ଚଳାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pangong

Pangong

ସୀମାନ୍ତରେ ଲାଗି ରହିଥିବା ବିବାଦର ସମାଧାନ କରିବା ପାଇଁ ଭାରତ ଓ ଚାଇନା ମଧ୍ୟରେ କୂଟନୀତିକ ପ୍ରୟାସ ଜାରି ରହିଛି। ଏସବୁ ଭିତରେ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଉପକୂଳରେ ଚାଇନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚାଇନା ବିଭିନ୍ନ ପ୍ରକାରର ନିର୍ମାଣ କାମ ଜାରି ରଖିଥିବା ସ୍ୟାଟେଲାଇଟ ଇମେଜରୁ ସ୍ପଷ୍ଟ ହୋଇଛି।

Advertisment

୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ଯେଉଁ ସ୍ଥାନରେ ବିବାଦ ଦେଖା ଯାଇଥିଲା, ତା’ ଠାରୁ ୩୮ କିମି ଦୂରରେ ଚାଇନା ଜନବସତି ପାଇଁ ଘରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିର୍ମାଣ କାମ ଚଳାଇଛି। ଚାଇନା ନିର୍ମାଣ କରୁଥିବା ସ୍ଥାନଟି ଅବଶ୍ୟ ଭାରତ ଦାବି କରୁଥିବା ଅଞ୍ଚଳ ବାହାରେ ରହିଛି। ଚାଇନା ତା’ ଅଞ୍ଚଳରେ ଏପରି ଜନବସତି ପାଇଁ ନିର୍ମାଣ କରୁଛି।

ପାଙ୍ଗୋଙ୍ଗ ସୋ ହେଉଛି ବିଶ୍ୱର ସବୁଠାରୁ ବଡ଼ ଲୁଣିଆ ହ୍ରଦ। ଏହା ଭାରତ ଓ ଚାଇନାର ବିବାଦୀୟ ସୀମା। ଅକ୍ଟୋବର ୯ ଆମେରିକା ଭିତ୍ତିକ ମାକ୍ସର ଟେକ୍ନୋଲୋଜି ପକ୍ଷରୁ ସ୍ୟାଟେଲାଇଟ ଦ୍ୱାରା ସୀମାନ୍ତ ଅଞ୍ଚଳର ଫଟୋ ଉଠାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୧୭ ହେକ୍ଟରରୁ ଅଧିକ ଜମିରେ ଦ୍ରୁତ ଗତିରେ ନିର୍ମାଣ କାମ କରୁଛି।

Advertisment

ୟେମାଗୌ ରୋଡଠାରୁ ୪,୩୪୭ ମିଟର ଉପରେ ଏହି ଅଞ୍ଚଳ ରହିଛି। ନିର୍ମାଣ କାମ ଓ ଆର୍ଥ ମୁଭିଂ ମେସିନାରୀ ପାଇଁ ପୂରା ଅଞ୍ଚଳ ଚଳଚଞ୍ଚଳ ରହିଛି। ବିଶେଷଜ୍ଞମାନଙ୍କ କହିବା କଥା ଯେ ଆବାସିକ ଅଞ୍ଚଳ ଓ ବିଶାଳ ପ୍ରଶାସନିକ ପ୍ରତିଷ୍ଠାନ ସହ ଚାଇନା ସେଠାରେ ୧୦୦ରୁ ଅଧିକ ବିଲଡିଂ ନିର୍ମାଣ କରୁଛି। ସେହପରି କିଛି ବଡ଼ବଡ଼ ସ୍ଥାନକୁ ଖାଲି ରଖାଯାଇଛି।

ଏଥିରୁ ଜଣାପଡ଼ିଛି ଯେ ସେମାନେ ଭବିଷ୍ୟତରେ ଖାଲି ଥିବା ସ୍ଥାନରୁ ପାର୍କିଂ କିମ୍ବା କ୍ରୀଡ଼ା ଭିତ୍ତିଭୂମି ପାଇଁ ବ୍ୟବହାର କରାଯିବ। ଦକ୍ଷିଣପୂର୍ବ କର୍ଣ୍ଣରରେ ଗୋଟିଏ ୧୫୦ ମିଟର ଲମ୍ବା ରେକ୍ଟାଙ୍ଗୁଲାର ଷ୍ଟ୍ରିପ ରହିଛି। ଏହାର ଅର୍ଥ ସେମାନେ ଏଠାରେ ହେଲିକପ୍ଟର ଅପରେସନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

କୁହାଯାଉଛି ଯେ ୨୦୨୪ ଏପ୍ରିଲରୁ ଏଠାରେ ନିର୍ମାଣ କାମ ଆରମ୍ଭ କରାଯାଇଛି। ନିର୍ମାଣ କାମ ଦୁଇଟି ଭାଗରେ ରହିଛି। ସମ୍ଭବତଃ ଗୋଟିଏ ସ୍ଥାନ ପ୍ରଶାସନିକ ଓ ଅନ୍ୟ ସ୍ଥାନଟି ଅପରେସନାଲ ଜୋନ ଭାବେ ରହିଛି। ପୂରା ଅଞ୍ଚଳରେ ଏକାଧିକ ଏକ ଓ ଦୁଇ ମହଲା ବିଶିଷ୍ଟ ଘର କରାଯାଉଛି। ଏହା ନିକଟରେ ଛୋଟ ଛୋଟ ଝୁପୁଡ଼ି ମଧ୍ୟ ରହିଛି। ସେଥିରେ ୬ରୁ ୮ ଜଣ ରହିପାରିବେ।

ଦୁଇଟି ବଡ଼ ବିଲଡିଂ ମଧ୍ୟ ଅଛି। ସମ୍ଭବତ‍ଃ ଏହା ମଧ୍ୟରୁ ଗୋଟିଏକୁ ପ୍ରଶାସନିକ ଓ ଅନ୍ୟଟିକୁ ଷ୍ଟୋରେଜ ସେବା ପାଇଁ ବ୍ୟବହାର କରାଯାଉଛି। ଲଙ୍ଗ ରେଞ୍ଜ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଘର ଗୁଡ଼ିକୁ ସେହି ଅନୁସାରେ କରାଯାଇଛି।

ଉଚ୍ଚ ପାହଡ଼ ପଛରେ ଜନବସତି ନିର୍ମାଣ ଚାଇନାର ରଣନୀତିକ ସୁବିଧାକୁ ଆହୁରି ସଶକ୍ତ କରିଛି। ନିକଟବର୍ତ୍ତୀ ଅଞ୍ଚଳର ଦୃଶ୍ୟମାନକୁ ସୀମିତ କରିବାରେ ଏହା ସହାୟକ ହେବ। ଯଦି ସାମରିକ ରଣନୀତି ଉଦ୍ଦେଶ୍ୟରେ ଏହାକୁ ବ୍ୟବହୃତ କରାଯାଏ, ତେବେ ଏହା ‘ଆଡ୍-ହକ୍ ଫରୱାର୍ଡ ବେସ୍’ ଭାବରେ କାର୍ଯ୍ୟ କରିବ। ଚାଇନାର ସେନାର ପ୍ରତିକ୍ରିୟା ପ୍ରକାଶ କରିବାର ସମୟକୁ ଏହା ହ୍ରାସ କରିବ।

China Pangong Lake