Advertisment

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ପାକ୍‌ ସହ ମିଳିତ ବିବୃତିରେ ଏମିତି କଥା କହିଲା ସାଉଦି ଆରବ

ଏପ୍ରିଲ ୭ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସାଉଦି ଶାସକ ପ୍ରିନ୍ସ ମହମ୍ମଦ ବିନ ସଲମାନ ମକ୍କାରେ ଥିବା ଅଲ ସାଫାରେ ଆଲୋଚନା କରିଥିଲେ।

Saudi

Saudi

Advertisment

ଜମ୍ମୁ-କଶ୍ମୀରରେ ଭାରତର ଆଭିମୁଖ୍ୟ ସହ ଏକମତ ହୋଇଛି ସାଉଦି ଆରବ। ପାକିସ୍ତାନ ଓ ରିୟାଦ ପକ୍ଷରୁ ଜାରି ମିଳିତ ବିବୃତିରେ ସାଉଦି ଆରବ ବଡ଼ କଥା କହିଛି। ଭାରତ ସ୍ୱରରେ ସ୍ୱର ମିଳାଇ ନୂଆଦିଲ୍ଲୀ ଓ ଇସଲାମାବାଦ ସେମାନଙ୍କର ଦୀର୍ଘ କାଳୀନ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ମିଳିତ ଭାବେ ସମାଧାନ କରନ୍ତୁ ବୋଲି ସାଉଦି କହିଛି।

Advertisment

ଏପ୍ରିଲ ୭ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସାଉଦି ଶାସକ ପ୍ରିନ୍ସ ମହମ୍ମଦ ବିନ ସଲମାନ ମକ୍କାରେ ଥିବା ଅଲ ସାଫାରେ ଆଲୋଚନା କରିଥିଲେ। ଏହାପରେ ସାଉଦି ଓ ପାକିସ୍ତାନ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ “ଦୁଇ ପକ୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମସ୍ୟାକୁ ମିଳିତ ଭାବେ ଆଲୋଚନା ଦ୍ୱାରା ସମାଧାନ କରନ୍ତୁ ବୋଲି ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଭାରତ ଓ ପାକିସ୍ତାନ ମିଳିତ ଭାବେ ଜମ୍ମୁ-କଶ୍ମୀର ବିବାଦ ପ୍ରସଙ୍ଗରେ ଆଲୋଚନା କରି ଉକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆଣନ୍ତୁ।”

Advertisment

ଭାରତ ଅନେକ ଥର ପୂର୍ବରୁ କହି ସାରିଛି ଯେ କଶ୍ମୀର ହେଉଛି ନୂଆଦିଲ୍ଲୀ ଓ ଇସଲାମାବାଦର ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତା କିମ୍ବା ହସ୍ତକ୍ଷେପର କୌଣସି କାରଣ ନାହିଁ।

ଭାରତ ଓ ପାକିସ୍ତାନ ସହ ସାଉଦିର ସମ୍ପର୍କ ଭଲ। ନୂଆଦିଲ୍ଲୀ ଓ ରିୟାଦ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି। ଏହି କାରଣ ପାଇଁ ସାଉଦି ଆରବ ମିଳିତ ବିବୃତିରେ ମଧ୍ୟ ଜମ୍ମୁ-କଶ୍ମୀରକୁ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛି।

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ସବୁବେଳେ ବାଲାନ୍ସ ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ରେ ଯେତେବେଳେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିଥିଲା ସେତେବେଳେ ସାଉଦି ଚିନ୍ତା ପ୍ରକଟ କରି ଥିଲା। କିନ୍ତୁ ଖୋଲାଖୋଲି ଭାବେ ଏହାକୁ ନିନ୍ଦା କରି ନଥିଲା। ସେହିପରି ଉକ୍ତ ପ୍ରସଙ୍ଗକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଥିଲା।

Saudi Prince Pakistan Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe