Advertisment

ଇତିହାସ ରଚିବ ସାଉଦି ଆରବ, ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ନେବ ଭାଗ

୨୭ ବର୍ଷୀୟା ରୁମୀ ଅଲକାହତାନୀ ଏହା ପୂର୍ବରୁ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି।

author-image
Jitendra Garnayak
Rumy Alqahtani

Rumy Alqahtani

୨୦୨୪ ମିସ୍‌ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ। ପ୍ରଥମ ଥର ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ଏହି ପ୍ରତିଯୋଗିତାକୁ ପଠାଇବ। ମଡେଲ ରୁମୀ ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବକୁ ପ୍ରତିନିଧିତ୍ୱ କରିବେ।

Advertisment

ରୁମୀ ଅଲକାହତାନୀ ନିଜେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରରେ ଲେଖିଛନ୍ତି ଯେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବାରେ ସେ ହେବେ ଦେଶର ପ୍ରଥମ ପ୍ରତିଯୋଗୀ।  

୨୭ ବର୍ଷୀୟା ରୁମୀ ଅଲକାହତାନୀ ଏହା ପୂର୍ବରୁ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ସାରିଛନ୍ତି। ସେ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୦ ଲକ୍ଷ ଫୋଲଅର ଅଛନ୍ତି। 

Advertisment

କିଛି ଦିନ ପୂର୍ବରୁ ମାଲେସିଆରେ ଅନୁଷ୍ଠିତ ମିସ୍ ଓ ମିସେସ୍ ଗ୍ଲୋବାଲ ଏସିଆନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ମିସ୍ ସାଉଦି ଆରବ, ମିସ୍ ମିଡିଲ୍ ଇଷ୍ଟ (ସାଉଦି ଆରବ), ମିସ୍ ଆରବ ୱାର୍ଲ୍‌ଡ ପିସ୍ ୨୦୨୧ ଓ ମିସ୍ ୱିମେନ୍ (ସାଉଦି ଆରବ) ପ୍ରତିଯୋଗିତା ଜିତିଛନ୍ତି। 

ରୁମୀ ଅଲକାହତାନୀ କହିଛନ୍ତି, ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବାରୁ ମୁଁ ବହୁତ ସମ୍ମାନିତ ମନେ କରୁଛି। ସେ ସୋଶାଲ ମିଡିଆରେ ତାଙ୍କର କିଛି ଫଟୋ ଶେଆର କରିଛନ୍ତି। ସେଥିରେ ତାଙ୍କୁ ସାଉଦି ଆରବର ପତାକା ସହିତ ଦେଖିବାକୁ ମିଳିଛି।

ମିସ୍‌ ୟୁନିଭର୍ସ ଭଳି ପ୍ରତିଯୋଗିତାରେ ଭାଗ ନେବା ସାଉଦି ଆରବ ପାଇଁ ଏକ ବଡ଼ ପଦକ୍ଷେପ। ଏଥିରୁ ଏହାର ପ୍ରମାଣିତ ହେଉଛି ଯେ ସାଉଦି ଆରବ ତା’ର ରୁଢ଼ିବାଦୀ ଚିନ୍ତାଧାରାରୁ ମୁକ୍ତ ହେଉଛି। 

Miss Universe