Advertisment

Middle East War: ପୁଣି ସାଉଦି ତୈଳ ବିଶୋଧନାଗାର ଉପରେ ଡ୍ରୋନ ଆଟାକ୍‌

ସାଦିର ପ୍ରମୁଖ ଶକ୍ତି କ୍ଷେତ୍ର ଭାବେ ଆରାମକୋ ପରିଚିତ। ତେଣୁ ଏହା ଉପରେ କ୍ରମାଗତ ଭାବେ ଆକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ପୂର୍ବରୁ ମାର୍ଚ୍ଚ ୨ରେ ମଧ୍ୟ ଇରାନ ପକ୍ଷରୁ ୨ଟି ଡ୍ରୋନ ଦ୍ୱାରା ରାସ ତାନୌର ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଥିଲା।

author-image
Hemant Lenka
Saudi

ତୈଳ ବିଶୋଧନାଗାର

Middle East War Updates: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବୀଭିଷିକା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ଓ ଇସ୍ରାଏଲ ସହ ଇରାନର ଯୁଦ୍ଧ ମଧ୍ୟପ୍ରାଚ୍ୟକୁ ଦୋହଲାଇ ଦେଇଛି। ଏହିକ୍ରମରେ ସାଉଦି ଆରାମକୋର ରାସ ତାନୌର ତୈଳ ବିଶୋଧନାଗାରକୁ ପୁଣି ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଛି।

Advertisment

ରାସ ତାନୌର ହେଉଛି ବିଶ୍ୱ ତଥା ସାଉଦିର ଅନ୍ୟତମ ବଡ଼ ତୈଳ ବିଶୋଧନାଗାର। ଏଠାରେ ଦୈନିକ ୫୫୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ତେଣୁ ଏତେ ବଡ଼ ବିଶୋଧନାଗାର ଉପରେ ହମଲା ପୂରା ମଧ୍ୟପ୍ରାଚ୍ୟ(Middle East War updates)ର ଶକ୍ତି ଭିତ୍ତିଭୂମିରେ ବିଭ୍ରାଟ ସୃଷ୍ଟି କରିପାରେ। ଏହାକୁ ନେଇ ପୂରା ବିଶ୍ୱ ଏବେ ଚିନ୍ତାରେ ରହିଛି।

ବିଶ୍ୱ କଥା ଛାଡ଼ନ୍ତୁ, ସାଦିର ପ୍ରମୁଖ ଶକ୍ତି କ୍ଷେତ୍ର ଭାବେ ଆରାମକୋ ପରିଚିତ। ତେଣୁ ଏହା ଉପରେ କ୍ରମାଗତ ଭାବେ ଆକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ପୂର୍ବରୁ ମାର୍ଚ୍ଚ ୨ରେ ମଧ୍ୟ ଇରାନ ପକ୍ଷରୁ ୨ଟି ଡ୍ରୋନ ଦ୍ୱାରା ରାସ ତାନୌର ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଥିଲା।

Advertisment

ଆକ୍ରମଣ ଯୋଗୁ ଏଥିରେ ନିଆଁ ଲାଗି ଯାଇଥିଲା ଓ ତୈଳ ବିଶୋଧନାଗାରକୁ ଅସ୍ଥାୟୀ ରୂପ ବନ୍ଦ କରାଯାଇଥିଲା। ଏହାକୁ ନେଇ ଚିନ୍ତା ଜାରି ରହିଥିବେ ବେଳେ ଦିନକ ପରେ ପୁଣିଥରେ ଡ୍ରୋନ ଦ୍ୱାରା ଏହାକୁ ଟାର୍ଗେଟ କରାଯାଇଛି। 

ଜଣେ ମୁଖପାତ୍ର କହିଛନ୍ତି, “ରାସ ତାନୌର ବିଶୋଧନାଗାରକୁ ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲା। ପ୍ରାଥମିକ ଆକଳନରୁ ଆକ୍ରମଣ ଡ୍ରୋନ ଦ୍ୱାରା କରାଯାଇଛି। ତେବେ ଡ୍ରୋନ ଆକ୍ରମଣରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।” ଡ୍ରୋନ ଆକ୍ରମଣ ପରେ ପୂର୍ବାପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ସୋମବାର ଇରାନୀୟ ଶାହେଦ ସୁଇସାଇଡ ଡ୍ରୋନ ଆକ୍ରମଣ ଯୋଗୁ ସାଉଦି ଆରାମକୋ ବାଧ୍ୟ ହୋଇ ତା’ର ରାସ ତାନୌର ବିଶୋଧନାଗାରକୁ ବନ୍ଦ କରିଥିଲା। ବିଶ୍ୱ ତୈଳ ମାର୍କେଟରେ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାସ ତାନୌରାରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଅଶୋଧିକ ତୈଳ ଦର ୪ବର୍ଷର ରେକର୍ଡ ଭାଙ୍ଗିଛି।

ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ବନ୍ଦ କରିବା ସହ ସେଠାରେ ଏକାଧିକ ଜାହାଜ ଉପରେ ଆକ୍ରମଣ କରିଛି। ଏଥିଯୋଗୁ ଏହି ରାସ୍ତା ଦେଇ ବିଶ୍ୱ ବିଭିନ୍ନ ଦେଶକୁ ଯାଉଥିବା ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଏହି ରାସ୍ତା ଦେଇ ବିଶ୍ୱର ପ୍ରାୟ ୨୦% ଜାହାଜ ଚଳାଚଳ କରେ। ହେଲେ ଏବେ ଇରାନ ସେଗୁଡ଼ିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହାବାଦ ଗଲ୍ଫ ଅଫ ଓମାନରେ ମଧ୍ୟ ଗୋଟିଏ ତେଳ ଟ୍ୟାଙ୍କର ଉପରେ ହମଲା ହୋଇଛି। 

Middle East war updates