Advertisment

୧୯୬୭ ମସିହା ସୀମା ଆଧାରରେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ କହିଲେ ସାଉଦି ଆରବ ପ୍ରଧାନମନ୍ତ୍ରୀ

ଗଲ୍ଫ କର୍ପୋରେସନ କାଉନସିଲ ଓ ଆସୋସିଏସନ ଅଫ ସାଉଥଇଷ୍ଟ ଏସିଆନ ନେଶନର ଯୁଗ୍ମ ସମ୍ମିଳନୀରେ ମହମ୍ମଦ ବିନ ସଲମାନ ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି।

author-image
Hemant Lenka
saudi

saudi

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି କ୍ରାଉନ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ। ୧୯୬୭ ସୀମା ଆଧାରରେ ସେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ କହିଛନ୍ତି। ୧୯୬୭ ଯୁଦ୍ଧ ପୂର୍ବରୁ ସୀମା ସ୍ଥିତି ଯାହା ବି ଥିଲା, ଏବେ ସେପରି କରାଯାଉ ବୋଲି ସଲମାନ କହିଛନ୍ତି।

Advertisment

ଗଲ୍ଫ କର୍ପୋରେସନ କାଉନସିଲ ଓ ଆସୋସିଏସନ ଅଫ ସାଉଥଇଷ୍ଟ ଏସିଆନ ନେଶନର ଯୁଗ୍ମ ସମ୍ମିଳନୀରେ ମହମ୍ମଦ ବିନ ସଲମାନ ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଆମ ମିଟିଂ ସମୟରେ ଗାଜାରେ ଘଟୁଥିବା ଘଟଣା ଅତ୍ୟନ୍ତ ଯନ୍ତ୍ରଣା ଦେଉଛି। ସେଠାରେ ଦେଖାଯାଇଥିବା ଭୟଙ୍କର ହିଂସା ଯୋଗୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ସାଉଦି ଆରବ ସାଧାରଣ ଲୋକଙ୍କୁ କରାଯାଉଥିବା ଟାର୍ଗେଟକୁ ନିନ୍ଦା କରୁଛି।

Advertisment

ସମସ୍ତେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ପାଳନ କରନ୍ତୁ। ଏଥିସହ ସାଧାରଣ ଲୋକଙ୍କ ବିରୋଧରେ କରାଯାଉଥିବା ମିଲିଟାରୀ ଅପରେସନ ବନ୍ଦ କରିବାର ଆବଶ୍ୟକତା ରହିଛି।

ସ୍ଥିରତା ଫେରାଇ ଆଣିବାକୁ ସ୍ଥିତି ସୃଷ୍ଟି କରାଯାଉ। ଦୀର୍ଘକାଳୀନ ଶାନ୍ତି ପାଇଁ ଗୋଟିଏ ମାତ୍ର ମାଧ୍ୟମ ହେଲା ୧୯୬୭ ମସିହା ସୀମା ଆଧାରରେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ କରିବା। ସୁରକ୍ଷା ଓ ସୌହାର୍ଦ୍ଦ୍ୟ ପାଇଁ ଏହା ଅତ୍ୟନ୍ତ ଜରୁରୀ।”

୧୯୬୭ ମସିହାରେ ଇସ୍ରାଏଲ ସହ ୬ ଦିନ ଯୁଦ୍ଧ ହୋଇଥିଲା। ଏହି ସମୟରେ ପାଲେଷ୍ଟାଇନର କିଛି ଅଞ୍ଚଳର ଇସ୍ରାଏଲ ଦଖଲ କରିଥିଲା। ଏବେ ସଲମାନ ଇସ୍ରାଏଲ ଦଖଲ କରିଥିବା ଅଞ୍ଚଳକୁ ଫେରାଇ ଦେଇ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ କହିଛନ୍ତି। ୨୦୧୭ରେ ମଧ୍ୟ ହମାସ ପାଲେଷ୍ଟାଇନ ଗଠନର ଏହି ଫର୍ମୁଲାକୁ ମଧ୍ୟ ଗ୍ରହଣ କରିବାର ସଙ୍କେତ ଦେଇଥିଲା।

ତେବେ ଇସ୍ରାଏଲ ଏହାକୁ ଅଗ୍ରାହ୍ୟ କରି ଚାଲିଛି। ୧୯୬୭ ପୂର୍ବରୁ ଥିବା ସ୍ଥିତିକୁ ଇସ୍ରାଏଲ କେବେ ହେଲେ ଫେରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହି ସାରିଛନ୍ତି।

Israel-Palestine Conflict Saudi Prince