Advertisment

ଅଶାନ୍ତ ନେପାଳ: ଶିକ୍ଷାର୍ଥୀଙ୍କୁ ଗୁଳି, ଘରେ ପଶି ମହିଳାଙ୍କୁ କରାଯାଉଛି ଦୁଷ୍କର୍ମ!

ବିକ୍ଷୋଭକାରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା-ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବତନ ପ୍ରଧାମନ୍ତ୍ରୀ ପ୍ରଚଣ୍ଡ ଓ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ବିକ୍ଷୋଭକାରୀ ମାଡ଼ ମାରିଛନ୍ତି। ଏହାକୁ ନେଇ ପୂରା ନେପାଳରେ ଏବେ ଅଶାନ୍ତର ନିଆଁ ଜଳୁଛି।

ଅଦ୍ୟତନ ହୋଇଛି
Nepal

Nepal

Advertisment

ପ୍ରଧାନମନ୍ତ୍ରୀ ପଦରୁ କେପି ଶାର୍ମା ଓଲିଙ୍କ ଇସ୍ତଫା ପରେ କାଠମାଣ୍ଡୁରେ ଜେନ ଜେଡ ବା ଯୁବଗୋଷ୍ଠୀଙ୍କ ପକ୍ଷରୁ ବିଜୟ ଶୋଭାଯାତ୍ରା କରାଯାଇଛି। ତଥାପି ନେପାଳରେ ଜଳୁଥିବା ନିଆଁ ସଂପୂର୍ଣ୍ଣ ଭାବେ ଲିଭି ନାହିଁ। ଇସ୍ତଫା ଦେବା ପରେ ଓଲି ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। କିନ୍ତୁ ତ୍ରିଭୂବନ ଏୟାରପୋର୍ଟରେ ହିଂସା ଦେଖା ଯିବାରୁ ତାଙ୍କ ପଳାୟନ ଉଦ୍ୟମ ଏଯାଏ ସଫଳ ହୋଇନାହିଁ।

Advertisment

ଇତି ମଧ୍ୟରେ ଜେନ ଜେଡ ବିକ୍ଷୋଭ ବେଳେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ସୋମବାର ୨୦ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା-ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବତନ ପ୍ରଧାମନ୍ତ୍ରୀ ପ୍ରଚଣ୍ଡ ଓ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ବିକ୍ଷୋଭକାରୀ ମାଡ଼ ମାରିଛନ୍ତି। ଏହାକୁ ନେଇ ପୂରା ନେପାଳରେ ଏବେ ଅଶାନ୍ତର ନିଆଁ ଜଳୁଛି।

ଏସବୁ ଭିତରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ଯୁବକମାନେ ହେଉଛନ୍ତି ଶିକ୍ଷାର୍ଥୀ। ସେମାନେ ସ୍କୁଲ ୟୁନିଫର୍ମରେ ଥିବା ବେଳେ ସେମାନଙ୍କୁ ଗୁଳି କରାଯାଇଛି। ସେହିପରି ସରକାର ବିରୋଧରେ ମୁହଁ ଖୋଲିଥିବା ବା ଖୋଲୁଥିବା ଝିଅ ଓ ମହିଳାମାନଙ୍କୁ ସୁରକ୍ଷାକର୍ମୀ ଘରେ ପଶି ଦୁଷ୍କର୍ମ କରୁଛନ୍ତି। ସେମାନଙ୍କୁ ମାଡ଼ ମାରି ଚୁପ କରାଇ ଦେଉଛନ୍ତି ବୋଲି ନେପାଳୀ ସୋଶାଲ ମିଡିଆ ବ୍ୟକ୍ତିବିଶେଷମାନେ ଅଭିଯୋଗ କରିଛନ୍ତି।

Advertisment

୨୦୨୨ର ମିସ ନେପାଳ ଆର୍ଥ ଜିତିଥିବା ସରୀଶା ଶ୍ରେଷ୍ଠ ଗୋଟିଏ ଟିକଟକ ଭିଡିଓରେ କହିଛନ୍ତି, “ସ୍କୁଲ ୟୁନିଫର୍ମରେ ଥିବା ଶିକ୍ଷାର୍ଥୀ, ଏପରି କି ୧୮ ବର୍ଷର କମ ବୟସ୍କ ପିଲାମାନଙ୍କୁ ଗୁଳି କରାଯାଇଛି। ପୁଲିସ୍ ଓ ଅନ୍ୟ ସୁରକ୍ଷା ଅଧିକାରୀମାନେ ହସ୍ପିଟାଲରେ ପ୍ରବେଶ କରି ସେଠାରେ ଚିକିତ୍ସିତ ହେଉଥିବା ବିକ୍ଷୋଭକାରୀଙ୍କୁ ମାଡ଼ ମାରୁଛନ୍ତି। ଦେଶବ୍ୟାପୀ ଆରମ୍ଭ ହୋଇଥିବା ଗୋଟିଏ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶେଷରେ ପୂରା ଦେଶ ପାଇଁ ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି।”

ଆଉ ଜଣେ ସୋଶାଲ ମିଡିଆ ଚେହେରା ରୁଥ ଖାଡକା ମଧ୍ୟ ପୁଲିସ୍‌ ପକ୍ଷରୁ ସ୍କୁଲ ୟୁନିଫର୍ମରେ ଥିବା ଶିକ୍ଷାର୍ଥୀଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, “ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଓ ସେମାନଙ୍କ ମଧ୍ୟରେ ଥିବା ସ୍କୁଲ ୟୁନିଫର୍ମଧାରୀଙ୍କୁ ହତ୍ୟା କରାଯାଇଛି। ମହିଳା ଓ ଝିଅମାନଙ୍କୁ ସେମାନଙ୍କ ନିଜ ଘରେ ଦୁଷ୍କର୍ମ କରାଯାଉଛି। କାରଣ ସେମାନେ ଦୁର୍ନୀତି ବିରୋଧରେ ମୁହଁ ଖୋଲୁଛନ୍ତି। ଲୋକଙ୍କୁ ସୁରକ୍ଷା ଦେବାକୁ ଥିବା ଅଧିକାରୀମାନେ ହିଁ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ରବର ବୁଲେଟ ନୁହେଁ, ବରଂ ସତ ଗୁଳି ଚଳା ଯାଉଛି। ପୁଲିସ୍‌ ଲୋକଙ୍କ ସୁରକ୍ଷା କରିବା ବଦଳରେ ସେମାନଙ୍କୁ ହତ୍ୟା କରୁଛି।”

ନେପାଳର ଟିକଟକର ଦୃଷ୍ଟି ଅଧିକାରୀଙ୍କ କହିବା କଥା ଆନ୍ଦୋଳନକାରୀଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ କରୁଥିଲେ। କିନ୍ତୁ ସରକାର ଲୁହ ବୁହା ଗ୍ୟାସ, ରବର ବୁଲେଟ ଓ ଶେଷରେ ସତ ସତିକା ଗୁଳିରେ ଏହାର ଉତ୍ତର ଦେଇଛନ୍ତି। ବିଚ୍‌ ରାସ୍ତାରେ ସ୍କୁଲ ୟୁନିଫର୍ମରେ ଥିବା ପିଲାଙ୍କୁ ହତ୍ୟା କରାଯାଇଛି। ଏବେ ନେପାଳରେ ବେଆଇନ କାମ ଚାଲିଛି ବୋଲି ସେ କହିଛନ୍ତି।

Nepal gen-z-protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe