Advertisment

ରୋଗ ଶଯ୍ୟାରେ ପୃଥିବୀ: ଭବିଷ୍ୟତ ପିଢ଼ିଙ୍କ ପାଇଁ ବିପଦ ସୃଷ୍ଟି କରୁଛି ମଣିଷ

ଅନ୍ତର୍ଜାତୀୟ ସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଆର୍ଥ କମିଶିନ ତା’ ରିପୋର୍ଟରେ କହିଛି ଯେ ମାନବ ସମାଜ ଏବେ ବିଶାଳ ଓ ବଡ଼ ବଡ଼ ରିସ୍କ ନେବାରେ ଲାଗିଛି।

ଅଦ୍ୟତନ ହୋଇଛି
Scientists

Scientists

Advertisment

ପୃଥିବୀ ଏବେ ବିପଦ ଜୋନ ମଧ୍ୟରେ ରହିଛି। ରୋଗଗ୍ରସ୍ତ ହୋଇ ପଡ଼ିଛି ପୃଥିବୀ। ପୃଥିବୀର ସୁରକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ୮ଟି ମୁଖ୍ୟ ନିୟନ୍ତ୍ରଣ ରେଖା ମଧ୍ୟରୁ ୭ଟି ତା’ର ଧାର୍ଯ୍ୟ କ୍ଷମତାକୁ ଅତିକ୍ରମ କରି ସାରିଲେଣି। ଗୋଟିଏ ପରେ ଗୋଟିଏ ସୁରକ୍ଷା ସୀମା ଟପୁଥିବାରୁ ପୃଥିବୀ ଏବେ ରୋଗ ଶଯ୍ୟାରେ ପଡ଼ିଛି। ଏହା ଦ୍ୱାରା ଭବିଷ୍ୟତ ପିଢ଼ିଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। 

Advertisment

ଅନ୍ତର୍ଜାତୀୟ ସ୍ତରର ପ୍ରାକୃତି ଓ ସାମଜିକ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଆର୍ଥ କମିଶିନ ତା’ ରିପୋର୍ଟରେ କହିଛି ଯେ ମାନବ ସମାଜ ଏବେ ବିଶାଳ ଓ ବଡ଼ ବଡ଼ ରିସ୍କ ନେବାରେ ଲାଗିଛି। ବିକାଶ ନାଁରେ ପୃଥିବୀକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ମଣିଷମାନଙ୍କର ଏପରି ଆଭିମୁଖ୍ୟ ଭିବଷ୍ୟତ ପିଢ଼ି ଓ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି।

ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମଣିଷ ସମାଜ ଏବେ ମହାପ୍ରଳୟ ଆଡ଼କୁ ଟାଣି ହୋଇଗଲାଣି। ମଣିଷର ଚାପ ଯୋଗୁ ପୃଥିବୀର ସ୍ଥିର ବ୍ୟବସ୍ଥା ଅସ୍ଥିର ବାତାବରଣ ମଧ୍ୟକୁ ଠେଲି ହୋଇଯାଉଛି।

Advertisment

ପରିବେଶ, ବାୟୁ ପ୍ରଦୂଷଣ, ଫସଫରସ ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପାଣିରେ ବଢ଼ୁଥିବା ନାଇଟ୍ରୋଜେନର ଭାଗ, ଗ୍ରାଉଣ୍ଡ ୱାଟର ସପ୍ଲାଏ, ନୂଆ ଭୂତଳ ଜଳ, ପ୍ରାକୃତି ପରିବେଶ ଗଠନ ନ ହେବା ଓ ସର୍ବୋପରି ପ୍ରାକୃତି ଓ ମାନବ ନିର୍ମିତ ପରିବେଶ ଆଦିକୁ ବିଚାରକୁ ନେଇ ଗବେଷକମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେବଳ ବାୟୁ ପ୍ରଦୂଷଣ ପୂରା ପୃଥିବୀ ପ୍ରତି ବିପଦ ସୃଷ୍ଟି କରୁ ନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

କେବଳ ଗୋଟିଏ ଓ ସମାନ ଆଭିମୁଖ୍ୟ ହିଁ ପୃଥିବୀର ସ୍ଥିରତା ପାଇଁ ଆବଶ୍ୟକ। ଆମେ କେବେ ହେଲେ ଉପଯୁକ୍ତ ପଦକ୍ଷେପ ବିନା ଗୋଟିଏ ମଣିଷ ପାଇଁ ଆବଶ୍ୟକ ତଥା ସୁରକ୍ଷିତ ପୃଥିବୀ ଗଠନ କରିପାରିବା ନାହିଁ।

ଲୋକଙ୍କ ସମ୍ପଦକୁ କ୍ଷତି ପହଞ୍ଚାଉଥିବା ଉପାଦାନକୁ ଅଟକାଇବା ହିଁ ଆମର ଏକ ମାତ୍ର ଟାର୍ଗେଟ ହେବା ଦରକାର। ଏହି ଟାର୍ଗେଟକୁ ହାସଲ କରିବା ପାଇଁ ଆମକୁ ନିଜକୁ ଓ ନିଜର ଆଖପାଖ ଅଞ୍ଚଳକୁ ପରିବର୍ତ୍ତନ ରାସ୍ତାରେ ନେବାକୁ ପଡ଼ିବ ବୋଲି ରିପୋର୍ଟର ସହ ଲେଖକ ପ୍ରଫେସର ଜ୍ୟୋତା ଗୁପ୍ତା କହିଛନ୍ତି।

ଇଷ୍ଟର୍ଣ୍ଣ ୟୁରୋପ, ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ, ଆଫ୍ରିକାର କିଛି ଅଂଶ, ବ୍ରାଜିଲର ଅଧିକାଂଶ ସ୍ଥାନ, ମେକ୍ସିକୋ, ଚାଇନା ଓ ପଶ୍ଚିମ ଆମେରିକାର କିଛି ଅଂଶ ସମସ୍ୟାର ହଟସ୍ପଟରେ ପରିଣତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସବୁ ଅଞ୍ଚଳରେ ପରିବେଶ ଜନିତ ସମସ୍ୟା ଦେଖାଦେଇଛି। କେତେ ବେଳେ ପ୍ରବଳ ଖରା ତ ଆଉ କେତେ ବନ୍ୟା ବନ୍ଧ ବାଡ଼ ଭାଙ୍ଗୁଛି। 

ଗବେଷକ ଟିମ କହିଛନ୍ତି ଯେ ଏସିଆ ହାଇ ମାଉଣ୍ଟେନ କ୍ରାୟୋସ୍ଫର(ଏଏଚଏମସି) ଦ୍ରୁତଗତିରେ ବଦଳୁଛି। ଏବେ ଏହା ବିପଦର ନୂଆ ଉପାଦନ ପାଲଟିବାର ଅତି ନିକଟରେ ପହଞ୍ଚି ଯାଇଛି। ଏହି ପରିବର୍ତ୍ତନ ଆଞ୍ଚିଳିକ ସାମାଜିକ ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ।

ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ରହିଥିବା ଅଧିକାଂଶ ବ୍ୟବସ୍ଥା ଏବେ ବିପଦ ଜୋନ ମଧ୍ୟରେ ରହିଛନ୍ତି। ଯେଉଁ ଭଳି ଜଣେ ବ୍ୟକ୍ତିଙ୍କର ବାର୍ଷିକ ମେଡିକାଲ ଚେକଅପ କରାଯାଏ ସେଭଳି ଚେକଅପ ଯଦି ପୃଥିବୀର କରାଯିବ, ତା’ହେଲେ ଡାକ୍ତରମାନେ ନିଶ୍ଚିତ କହିବେ ଯେ ପୃଥିବୀ ଏବେ ଋଗଣ ଅବସ୍ଥାରେ ରହିଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଏହି ରୋଗ ସବୁ ଦେଖାଦେଇଛି ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞାନ ସ୍ପଷ୍ଟ ଭାବେ ଦେଖାଉଛି ଯେ ପୃଥିବୀରେ ଥିବା ସମସ୍ତ ପ୍ରକାରର ଅନ୍ୟ ବାୟୋଫିଜିକାଲ ବ୍ୟବସ୍ଥା ଓ ପ୍ରକ୍ରିୟା ଆମକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପୃଥିବୀରେ ଥିବା ଜୀବସତ୍ତାକୁ ଆମକୁ ନିଶ୍ଚିତ କରିବାକୁ ହେବ। ପୃଥିବୀ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ସୀମାକୁ ଅତିକ୍ରମ କରି ସାରିଲାଣି। ସ୍ୱାଭାବିକ ଠାରୁ ତାପାମାତ୍ରା ୧ ଡିଗ୍ରୀ ଅଧିକ ହୋଇସାରିଲେଣି। ଜଳବାୟୁ ପରିବର୍ତ୍ତନ ଯୋଗୁ କୋଟି କୋଟି ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି।

କୋଇଲା, ତେଲ ଓ ଅନ୍ୟ ପ୍ରାକୃତିକ ଗ୍ୟାସର ବ୍ୟବହାରରେ ପରିବର୍ତ୍ତନ ସହ ଜମି ଓ ପାଣିର ବ୍ୟବହାରକୁ ଠିକ ଭାବେ କରିପାରିଲେ ପୃଥିବୀ ପୁଣି ସୁସ୍ଥ ହୋଇପାରିବ। କିନ୍ତୁ ଆମେ ଏବେ ଭୁଲ ଦିଗରେ ଯାଉଛେ। ଆମେ କେମିତି ଏହାକୁ ବଦଳାଇବା, ସେ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ ବୋଲି ଗବେଷକମାନେ କହିଛନ୍ତି।

USA Earth Climate Change
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe