Advertisment

ସେକ୍ସ ପାଇଁ ଓବାମାଙ୍କ ଘରକୁ ପ୍ରେମିକାଙ୍କୁ ଆଣିଥିଲେ ସୁରକ୍ଷାକର୍ମୀ, ତା’ପରେ...

ଏଜେଣ୍ଟଙ୍କ ପୂର୍ବତନ ପ୍ରେମିକା ଯିଏ ସେଦିନ ଓବାମାଙ୍କ ଘରକୁ ସେକ୍ସ ପାଇଁ ଯାଇଥିଲେ ଏବେ ଗୋଟିଏ ବହି ଲେଖିଛନ୍ତି।

Obama

Obama

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଜଣେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ସାଂଘାତିକ କାମ ସାମ୍ନାକୁ ଆସିଛି। ସେ ୨୦୨୨ରେ ହାୱାଇରେ ସମୁଦ୍ରକୂଳରେ ଥିବା ବାସଭବନକୁ ସେକ୍ସ କରିବା ପାଇଁ ନିଜର ପ୍ରେମିକାଙ୍କୁ ଆଣିଥିଲେ।

Advertisment

ଏହି ସମୟରେ ଉକ୍ତ ଘରେ ଓବାମା କିମ୍ବା ତାଙ୍କ ପତ୍ନୀ ମିଚେଲ ନଥିଲେ। ତେବେ ଏଜେଣ୍ଟ ଜଣଙ୍କ ଏପରି କରି ଜାତୀୟ ସୁରକ୍ଷାରେ ବୁଝାମଣା କରିଥିଲେ। ଏଥିଯୋଗୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଏଜେଣ୍ଟଙ୍କ ପୂର୍ବତନ ପ୍ରେମିକା ଯିଏ ସେଦିନ ଓବାମାଙ୍କ ଘରକୁ ସେକ୍ସ ପାଇଁ ଯାଇଥିଲେ ଏବେ ଗୋଟିଏ ବହି ଲେଖିଛନ୍ତି। ଏ‌ଥିରେ ସେ ପୂରା ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 'Undercover Heartbreak: A Memoir of Trust and Trauma ଶୀର୍ଷକ ବହିରେ ଏଜେଣ୍ଟଙ୍କ ପ୍ରେମିକା ସବୁ କଥା କହିଛନ୍ତି।

Advertisment

ସେ ନିଜେ ହିଁ ଅକ୍ଟୋବର ୨୮ରେ ବହିର ରିଲିଜ କରିଛନ୍ତି। ବହିରେ ସେ ବହିଷ୍କୃତ ହୋଇଥିବା ଏଜେଣ୍ଟଙ୍କ ନାଁ ଡାଲେ ରଖିଛନ୍ତି। ଏଥିରେ ପ୍ରେମିକା ଜଣଙ୍କ କହିଛନ୍ତି ଯେ ଡାଲେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏହାପରେ ପୂର୍ବତନ ପ୍ରଥମ ମହିଳା ମିଚେଲଙ୍କ ବାଥରୁମ ଭିତରେ ସେକ୍ସ କରିବାକୁ ଡାକିଥିଲେ।

ଏଥିରେ ବିପଦ ଥିବା ଜଣାଥିଲେ ହେଁ ସେ କହିଥିଲେ ଯେ କେହି ବି ଜାଣି ପାରିବେ ନାହିଁ। ଯଦି ବି ଜଣାପଡ଼ିବ, ତା’ହେଲେ ସେ ହିଁ ଫସିବେ। ତେଣୁ ଡରିବାର କିଛି କାରଣ ନାହିଁ ବୋଲି ଡାଲେ ମୋତେ କହିଥିଲେ। ଏହାପରେ ଆମେ ସେଠାକୁ ଯାଇଥିଲୁ ବୋଲି ଡାଲେଙ୍କ ପୂର୍ବତନ ପ୍ରେମିକା ବହିରେ ଲେଖିଛନ୍ତି।

ଆମେରିକାର ସିକ୍ରେଟ ସର୍ଭିସର ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଏକଥାକୁ ନିଶ୍ଚିତ କରିଛନ୍ତି। ଏମିତ ଏକ ଘଟଣା ୨୦୨୨ରେ ଘଟିଥିଲେ। ପ୍ରଥମେ ଉକ୍ତ ଏଜେଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ସେ ବହିଷ୍କୃତ ହୋଇଥିଲେ।

ସେ କହିଛନ୍ତି, “୨୦୨୨ ମସିହା ନଭେମ୍ବର ୬ରେ ଜଣେ ଜଣେ ଏଜେଣ୍ଟ ଏମିତି ଜଣେ ମହିଳାଙ୍କୁ ସେ ସୁରକ୍ଷା ଦାୟିତ୍ୱରେ ଥିବା ଘରକୁ ନେଇଥିଲେ ଯେଉଁଠାରେ ପ୍ରବେଶ ପାଇଁ ମହିଳାଙ୍କର ଅନୁମତି ନଥିଲା। ବିନା ଅନୁମତିରେ ସେ ମହିଳାଙ୍କୁ ଉକ୍ତ ସ୍ଥାନକୁ ନେଇଥିଲେ। ଏକଥା ଜଣାପଡ଼ିବା ପରେ ତୁରନ୍ତ ଉକ୍ତ ଏଜେଣ୍ଟଙ୍କୁ ନିଲମ୍ବିତ କରି ତଦନ୍ତ ଆରମ୍ଭ କରାଯାଇଥିଲା। ଏହାପରେ ତାଙ୍କୁ ବହିଷ୍କୃତ କରାଯାଇଥିଲା।”

୨୦୨୨ ନଭେମ୍ବର ୬ ତାରିଖ ଘଟଣା ବେଳେ ଘରେ ଓବାମା କିମ୍ବା ତାଙ୍କ ପତ୍ନୀ ଉପସ୍ଥିତ ନଥିଲେ। ଏହାର ଫାଇଦା ଉଠାଇ ବାଥରୁମ ଭିତରେ ଏଜେଣ୍ଟ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ସେକ୍ସ କରିଥିଲେ।

USA Barack Obama
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe