Advertisment

Middle East War: ୮୦ ଯୁଦ୍ଧ ବିମାନରୁ ତେହରାନ ଉପରେ ବୋମା ବର୍ଷା, ସାଉଦି ଓ ୟୁଏଇକୁ ଟାର୍ଗେଟ କଲା ଇରାନ

ଏୟାର ଷ୍ଟ୍ରାଇକରେ ଇମାନ ହୁସେନ ବିଶ୍ୱବିଦ୍ୟାଳୟ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଠାରେ ଆଇଆରଜିସି ପାଇଁ ଅଫିସରଙ୍କୁ ତାଲିମ ଦିଆଯାଏ ଓ ମିଲିଟାରୀ ସମ୍ପତ୍ତି ଭାବେ ଏହାକୁ ବ୍ୟବହାର କରାଯାଏ।

Iran

ଆକ୍ରମଣ

Advertisment

Middle East War Updates: ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଆଜି ୮ମ ଦିନରେ ପହଞ୍ଚିଛି। ୮ମ ଦିନରେ ଇରାନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ଇସ୍ରାଏଲ। ଇରାନର ରାଜଧାନୀ ତେହରାନରେ ଇସ୍ରାଏଲ ବୋମା ବର୍ଷଣ କରୁଥିବା ବେଳେ ଚାରିଆଡ଼େ କେବଳ ବିସ୍ଫୋରଣ ଶବ୍ଦ ଶୁଭିବାରେ ଲାଗିଛି।

Advertisment

ଇରାନ ମଧ୍ୟ ଏଥିରେ ଡରିନାହିଁ। ଇରାନ ପକ୍ଷରୁ ଇସ୍ରାଏଲ ସମେତ ୟୁଏଇ ଓ ସାଉଦିରେ ଥିବା ଆମେରିକା ବେସ୍‌କୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଭୟଙ୍କର ହୋଇଯାଇଛି। 

ଇରାନ ପକ୍ଷରୁ ମିସାଇଲ ଓ ଡ୍ରୋନ ମାଡ଼ କରାଯିବାରୁ ପୂରା ଦୁବାଇରେ ଯୁଦ୍ଧ ସାଇରନ ଶୁଣିବାକୁ ମିଳିଛି। ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ ଟନେଲରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଏହି ଏୟାରପୋର୍ଟ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ। ମିସାଇଲ ଆଲର୍ଟ ଜାରି ହେବା ପରେ ଏଠାରେ ରହିଥିବା ଯାତ୍ରୀମାନେ ତୁରନ୍ତ ଆଶ୍ରୟ ସ୍ଥଳକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି। 

Advertisment

କେବଳ ଏୟାରପୋର୍ଟରେ ଥିବା ଯାତ୍ରୀଙ୍କୁ ନୁହେଁ, ୟୁଏଇ ପକ୍ଷରୁ ସାଧାରଣ ଲୋକଙ୍କ ମୋବାଇଲ ଫୋନକୁ ମଧ୍ୟ ସମ୍ଭାବ୍ୟ ମିସାଇଲ ଆକ୍ରମଣ ପ୍ରତି ସତର୍କ ରହିବାକୁ ମେସେଜ ପଠାଯାଇଛି। ଲୋକଙ୍କୁ ଆଶ୍ରୟ ସ୍ଥଳରେ ରହିବାକୁ କୁହାଯାଇଥିବା ବେଳେ ୟୁଏଇ ପକ୍ଷରୁ ମିସାଇଲ ଓ ଡ୍ରୋନ ବିପଦକୁ ପ୍ରତିହତ କରିବାକୁ ୟୁଏଇ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭେଟ କରାଯାଇଛି। 

ସାଉଦି ଆରବର ରାଜଧାନୀରେ ମଧ୍ୟ ଏକାଧିକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏକାଧିକ ମିସାଇଲ ଓ ଡ୍ରୋନ ଆଟାକ ଯୋଗୁ ସାଉଦି ଥରି ଉଠିଛି। ଇରାନ କ୍ରମାଗତ ଭାବେ ସାଉଦି ସ୍ଥିତ ଆମେରିକା ବେସ୍‌ ଓ ତୈଳ ବିଶୋଧନାଗାରକୁ ଟାର୍ଗେଟ କରୁଥିବାରୁ ପ୍ରିନ୍ସ ଖାଲିଦ ବିନ ସଲମାନ ତେହରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଇରାନ ଆକ୍ରମଣ ବନ୍ଦ ନ କଲେ ସ୍ଥିତିର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।

ସାଉଦି ଅଧିକାରୀଙ୍କ କହିବା କଥା ଯେ ଆଜି ଆମେରିକା ସେନାର ଏୟାର ବେସ୍‌ ଓ ପ୍ରମୁଖ ତୈଳ ଡିପୋକୁ ମଧ୍ୟ ଇରାନ ମିସାଇଲ ଓ ଡ୍ରୋନ ଦ୍ୱାରା ଟାର୍ଗେଟ କରିଥିଲା। କିନ୍ତୁ ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକ ଚିହ୍ନଟ କରିବା ସହ ନଷ୍ଟ କରି ଦେଇଛି। 

ଅନ୍ୟପକ୍ଷରେ ଇସ୍ରାଏଲ ସେନା ପକ୍ଷରୁ ଆଜି ଇରାନରେ ଥିବା ଆଇଆରଜିସିର ମିଲିଟାରୀ ବିଶ୍ୱବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏୟାର ଷ୍ଟ୍ରାଇକରେ ଇମାନ ହୁସେନ ବିଶ୍ୱବିଦ୍ୟାଳୟ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଠାରେ ଆଇଆରଜିସି ପାଇଁ ଅଫିସରଙ୍କୁ ତାଲିମ ଦିଆଯାଏ ଓ ମିଲିଟାରୀ ସମ୍ପତ୍ତି ଭାବେ ଏହାକୁ ବ୍ୟବହାର କରାଯାଏ। 

ଇସ୍ରାଏଲର କହିବା କଥା ଯେ ଆଜି ହୋଇଥିବା ଅପରେସନରେ ୮୦ଟି ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଅପରେସନରେ ବିଶ୍ୱବିଦ୍ୟାଳୟ ବ୍ୟତୀତ ବାଲାଷ୍ଟିକ ମିସାଇଲକୁ ଲୁଚାଇ ରଖିବା ଓ କମାଣ୍ଡ ସେଣ୍ଟର୍ସ ଭାବେ ବ୍ୟବହାର ହେଉଥିବା ଅଣ୍ଡରଗ୍ରାଉଣ୍ଡ କମ୍ପ୍ଲେକ୍ସକୁ ମଧ୍ୟ ଧ୍ୱଂସ କରାଯାଇଛି।

କେନ୍ଦ୍ରୀୟ ଓ ପଶ୍ଚିମ ଇରାନରେ ଥିବା ମିସାଇଲ ଉତକ୍ଷେପ ସ୍ଥଳକୁ ମଧ୍ୟ ଇସ୍ରାଏଲ ସେନା ନଷ୍ଟ କରି ଦେଇଥିବା କହିଛି। ଏହାବାଦ ତେହରାନ ଆଉ କିଛି ସ୍ଥାନରେ ମଧ୍ୟ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe