ଘଟଣା ସ୍ଥଳର ଦୃଶ୍ୟ
୨୦୨୬ର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ଶତାଧିକ ଲୋକ ନବ ବର୍ଷକୁ ସେଲିବ୍ରେଟ କରୁଥିବା ବେଳେ ବାର୍ରେ ହୋଇଛି ଭୟଙ୍କର ବିସ୍ଫୋରଣ। ଏଥିଯୋଗୁ ବାରରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ବେଳେ ବାର୍ରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ।
ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ରହିଥିଲା ଯେ ୪୦ ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ସେହିପରି ଅନେକ ଆହତ ମଧ୍ୟ ହୋଇଛନ୍ତି। ସ୍ୱିଜରଲ୍ୟାଣ୍ଡ(Blast)ର କ୍ରାନ୍ସ ମୋଣ୍ଟାନା ସ୍ଥିତ ଲେ କଷ୍ଟେଲାସନ ବାରରେ ଏପରି ଘଟଣା ଘଟିଛି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ବାରରେ ବିସ୍ଫୋରଣ ହୋଇଛି। କିନ୍ତୁ ଏହାର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଛନ୍ତି।
ତାଙ୍କ କହିବା କଥା ଯେ ଭାରତୀୟ ସମୟ ରାତି ୧.୩୦ ଓ ସ୍ଥାନୀୟ ସମୟ ୧୨.୩୦ରେ ଏପରି ଘଟଣା ଘଟିଛି। ଘଟଣା ବେଳେ କଷ୍ଟେଲାସନ ବାରରେ ଅନେକ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ସେମାନେ ନୂଆ ବର୍ଷକୁ ସେଲିବ୍ରେଟ କରୁଥିବା ବେଳେ ବିସ୍ଫୋରଣ ହୋଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି। ସେମାନେ ଛୁଟି ମନାଇବାକୁ କ୍ରାନ୍ସ-ମୋଣ୍ଟାନାକୁ ଆସିଥିଲେ। ବିସ୍ଫୋରଣ ବେଳେ ୧୦୦ରୁ ଅଧିକ ଲୋକ ବାରରେ ଉପସ୍ଥିତ ଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ସେ କହିଛନ୍ତି।
ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଓ ଫଟୋରେ ବାରଟି ଜଳୁଥିବା ଦେଖିବାକୁ ମିଳୁଛି। ଲୋକମାନେ ଅଗ୍ନିକାଣ୍ଡ ପରେ ଧାଁଦୌଡ଼ କରୁଥିବା ମଧ୍ୟ ଭିଡିଓରେ ଦେଖାଯାଉଛି। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ବ୍ୟତୀତ ଘଟଣା ସ୍ଥଳରେ ହେଲିକପ୍ଟରକୁ ମୁତୟନ କରାଯାଇଛି।
ପ୍ରଭାବିତ ଲୋକଙ୍କ ପ୍ରିୟଜନଙ୍କ ପାଇଁ ଗୋଟିଏ ହଟଲାଇନର ବ୍ୟବସ୍ଥା ହୋଇଛି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି ଓ କ୍ରାନ୍ସ-ମୋଣ୍ଟାନାକୁ ନୋ-ଫ୍ଲାଇଂ ଜୋନ ଭାବେ ପ୍ରଶାସନ ଘୋଷଣା କରିଛି।
ସ୍ୱିସ ନ୍ୟୁଜ ଆଉଟଲେଟ ବ୍ଲିକର ରିପୋର୍ଟରେ କୁହାଯାଇଛି ଯେ ଏଠାରେ ଆୟୋଜିତ କନର୍ସରେ ଆତସବାଜୀ କରାଯାଇଥିଲା। ସମ୍ଭବତଃ ଏହି କାରଣରୁ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ହୋଇଛି। ତେବେ ପୁଲିସ୍ ଏଯାଏ ଏହାକୁ ସ୍ପଷ୍ଟ କରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/01/swis-2026-01-01-13-22-49.jpg)