Advertisment

ଆମେରିକାରେ ଗୁଳିମାଡ; ୮ ମୃତ

ଚିକାଗୋ ସହରର ଦୁଇଟି ପୃଥକ ସ୍ଥାନରେ ଗୁଳିମାଡ଼ ହୋଇଛି।

author-image
Debibandita Barick
America Police Force

America Police Force

ପୁଣି ଆମେରିକାରେ ଗୁଳିମାଡ। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଜୋଲିଏଟ ପୁଲିସ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁସାରେ ଚିକାଗୋ ସହରର ଦୁଇଟି ପୃଥକ ସ୍ଥାନରେ ଗୁଳିମାଡ଼ ହୋଇଛି। ଜୋଲିଏଟ ଏବଂ ଇଲ୍ଲିନୋଏସରେ ଆଖିବୁଜି ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ। ଏକ ଦାମୀ କାରରେ ଆସି ଜନଗହଳି ପୂର୍ଣ୍ଣ ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ଆଠ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୩ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ପୁଲିସ ଏକ ସ୍ପେଶାଲ୍ ଟିମ୍ ଗଠନ କରି ତନାଘନା ଆରମ୍ଭ କରିଛି।

Advertisment

ଆମେରିକାରେ ଏହିପରି ଘଟଣା ପ୍ରଥମ ଥର ନୁହେଁ, ବାରମ୍ବାର ଜନଗହଳି ସ୍ଥାନ ଉପରକୁ ଟାର୍ଗେଟ କରି ଗୁଳିମାଡ କରାଯାଉଛି। ନିକଟରେ ଏକ ୟୁନିଭର୍ସିଟିରେ ଘଟିଥିବା ଗୁଳିକାଣ୍ଡରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। 

Shooting US Shooting Shooting In Chicago Shooting In America