Advertisment

ଭୁଲ ସ୍ୱୀକାର କଲେ ନୱାଜ ଶରିଫ: ଭାରତ ସହ ଶାନ୍ତି ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ

ପାକିସ୍ତାନର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁଶାରଫ କାର୍ଗିଲରେ ଭୁଲ କରିଥିଲେ ବୋଲି ସେ ପରୋକ୍ଷରେ କହିଛନ୍ତି। କାର୍ଗିଲରେ ଦୁଃସାହସ ଦେଖାଇବା ପାକିସ୍ତାନର ଭୁଲ ଥିଲା ବୋଲି ଶରିଫ କହିଛନ୍ତି।

Sharif

Sharif

Advertisment

ଭାରତ ସହ ହୋଇଥିବା ୧୯୯୯ ମସିହା ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଥିଲା ବୋଲି ଶେଷରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସ୍ୱୀକାର କରିଛନ୍ତି। ୧୯୯୯ ଲାହୋର ଚୁକ୍ତିରେ ଶରିଫ ନିଜେ ଦସ୍ତଖତ କରିଥିଲେ। ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ।

Advertisment

ପାକିସ୍ତାନର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁଶାରଫ କାର୍ଗିଲରେ ଭୁଲ କରିଥିଲେ ବୋଲି ସେ ପରୋକ୍ଷରେ କହିଛନ୍ତି। କାର୍ଗିଲରେ ଦୁଃସାହସ ଦେଖାଇବା ପାକିସ୍ତାନର ଭୁଲ ଥିଲା ବୋଲି ଶରିଫ କହିଛନ୍ତି।

ପାକିସ୍ତାନ ମୁସଲିମ ଲିଗ(ନୱାଜ)ର ବୈଠକରେ ଶରିଫ କରିଛନ୍ତି ଯେ “ପାକିସ୍ତାନ ୧୯୯୮ ମେ’ ୨୮ରେ ୫ଟି ଆଣବିକ ଅସ୍ତ୍ରର ପରୀକ୍ଷା କରିଥିଲା। ଏହାପରେ ବାଜପେୟୀ ସାହେବ ପାକିସ୍ତାନ ଆସିଥିଲେ ଓ ଆମ ସହ ଗୋଟିଏ ଚୁକ୍ତି କରିଥିଲେ। କିନ୍ତୁ ଆମେ ଉକ୍ତ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲୁ। ସେଇଟା ଆମର ଭୁଲ ଥିଲା।”

Advertisment

ଲାହୋର ଘୋଷଣାପତ୍ର ଗୋଟିଏ ଶାନ୍ତି ଚୁକ୍ତି ଥିଲା। ଶାନ୍ତି ପ୍ରତିଷ୍ଠା କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଚୁକ୍ତିର ଲକ୍ଷ୍ୟ ଥିଲା।

କିନ୍ତୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ହୋଇଥିଲା। ପାକିସ୍ତାନ ଚୁକ୍ତିର କିଛି ମାସ ପରେ ହିଁ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲ୍ଲାରେ ଅନୁପ୍ରବେଶ କରିଥିଲା। ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା।

ଲଦାଖରେ ଥିବା କାର୍ଗିଲ ଭିତରକୁ ପାକିସ୍ତାନ ସେନାକୁ ପଠାଇଥିଲେ ମୁଶାରଫ। ୧୯୯୯ ମସିହା ମାର୍ଚ୍ଚରେ ପାକିସ୍ତାନର ଅନୁପ୍ରବେଶ ହୋଇଥିଲା। ଭାରତ ଏକଥା ଜାଣିବା ପରେ ଯୁଦ୍ଧ ଘୋଷଣା କରିଥିଲା। ଭାରତ ଏହି ଯୁଦ୍ଧରେ ଜିତିଥିବା ବେଳେ ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିଲେ।

ଆଜି ପାକିସ୍ତାନ ପ୍ରଥମ ଆଣବିକ ପରୀକ୍ଷଣର ୨୬ତମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ଶରିଫ କହିଛନ୍ତି, “ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା ନ କରିବାକୁ ପାକିସ୍ତାନକୁ ୫ ବିଲିୟନ ଡଲାର ଅଫର କରିଥିଲେ। କିନ୍ତୁ ମୁଁ ମନା କରି ଦେଇଥିଲି। ଯଦି ମୋ ସ୍ଥାନରେ ଇମ୍ରାନ ଖାନ ରହିଥାଆନ୍ତେ, ତା’ହେଲେ ସେ ନିଶ୍ଚିତ ଭାବେ କ୍ଲିଣ୍ଟନଙ୍କ ଅଫରକୁ ଗ୍ରହଣ କରି ନେଇଥାଆନ୍ତେ।”

ଶରିଫ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ମିଛ ବୋଲି କହିଛନ୍ତି। ଏହା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ହାତ ଥିଲା। ସେମାନେ ଇମ୍ରାନ ଖାନଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଥିବାରୁ ମିଛ ମାମଲାର ଷଡ଼ଯନ୍ତ୍ର କରିଥିଲେ ବୋଲି ଶରିଫ କହିଛନ୍ତି।

Pakistan India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe