Advertisment

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଏକପାଖିଆ କହିଲେ ଶେହବାଜ ସରକାର; ସୋମବାର ହେବ ଜୋରଦାର ବିକ୍ଷୋଭ

ଇମ୍ରାନଙ୍କ ମୁକ୍ତିକୁ ପାକିସ୍ତାନର ଶେହବାଜ ସରକାର ବରଦାସ୍ତ କରିପାରିନାହାନ୍ତି। ସୁପ୍ରିମକୋର୍ଟଙ୍କ ଏପରି ରାୟ ବିରୋଧରେ ଆସନ୍ତା ସୋମବାର ତୀବ୍ର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶାସକ ଦଳ ପକ୍ଷରୁ ଘୋଷଣା କରାଯାଇଛି।

author-image
Niharika Rout
Pakistan pm & Imran Khan

Pakistan pm & Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି। ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ୨ ସପ୍ତାହର ଜାମିନ ମିଳିଛି। ହେଲେ ଇମ୍ରାନଙ୍କ ମୁକ୍ତିକୁ ପାକିସ୍ତାନର ଶେହବାଜ ସରକାର ବରଦାସ୍ତ କରିପାରିନାହାନ୍ତି। ସୁପ୍ରିମକୋର୍ଟଙ୍କ ଏପରି ରାୟ ବିରୋଧରେ ଆସନ୍ତା ସୋମବାର ତୀବ୍ର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶାସକ ଦଳ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ବେଳେ ପରବର୍ତ୍ତୀ ରଣନୀତି ସ୍ଥିର କରାଯାଇଛି। ଏନେଇ ସୂଚନା ଦେଇ ଡେମୋକ୍ରାଟିକ ମୁଭମେଣ୍ଟର ପ୍ରମୁଖ ମୌଲାନା ଫଜଲୁର ରହମାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ତୀବ୍ର ବିରୋଧ କରାଯିବ । ତେଣୁ ସମଗ୍ର ଦେଶବାସୀଙ୍କୁ ସୋମବାର ଇସଲାମବାଦ ଅଭିମୁଖେ ମୁହାଁଇବାକୁ ଆହ୍ୱାନ କରୁଛୁ । ସୁପ୍ରିମକୋର୍ଟ ସମ୍ମୁଖରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯିବ ।

ଶୁକ୍ରବାର ସକାଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇସଲାମବାଦ ହାଇକୋର୍ଟ ପରିସରରେ ପହଞ୍ଚିଥିବା ବେଳେ ଦୀର୍ଘ ସମୟର ଶୁଣାଣି ପରେ ତାଙ୍କୁ ଜାମିନ ମିଳିଥିଲା। ହାଇକୋର୍ଟ ତାଙ୍କୁ ୨ ସପ୍ତାହର ଜାମିନ ଦେଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଅନ୍ୟ ମାମଲାରେ ଗିରଫ କରା ଯାଇ ପାରିବ ନାହିଁ ବୋଲି କହିଛନ୍ତି।

Advertisment

ଜାମିନ ମିଳିବା ପରେ ବି ଇମ୍ରାନ ଖାନ ଦୀର୍ଘ ସମୟ ଧରି କୋର୍ଟ ପରିସରରେ ରହିଥିବା ବେଳେ ପୁନଃ ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରୁ ଲିଖିତ ଅଦେଶକୁ ଅପେକ୍ଷା କରିଥିଲେ।

Imran Khanଜାମିନ ପାଇବା ପରେ ନିଜ ଘରେ ପହଞ୍ଚିଛନ୍ତି ଇମ୍ରାନ ଖାନ ।

ଜାମିନ ମିଳିବା ପରେ ବି ଇସଲାମବାଦ ପୁଲିସ୍‌ର ମହାନିରିକ୍ଷକ ତାଙ୍କୁ ଲାହୋର ଯିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କହିଥିଲେ ଇମ୍ରାନ ।ଏପରିକି ଏଥିନିମନ୍ତେ ତାଙ୍କୁ ୩ ଘଣ୍ଟା ପାଇଁ ଅଯଥାରେ ଅଟକା ଯାଇଥିବା ସେ ଅଭିଯୋଗ ଆଣିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଇମ୍ରାନ ୧୫ ମିନିଟ୍‌ରେ ନ ଛାଡ଼ିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଇମ୍ରାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ ଅନୁମତି ମିଳିଥିଲା।

ହେଲେ ଇମ୍ରାନ ହାକୋର୍ଟରୁ ବାହାରିବା ପରେ ବାହାରେ ବହୁ ସ୍ଥାନରେ ଫାୟାରିଂର ଶବ୍ଦ ଶୁଣିବାକୁ ମିଳୁଥିଲା। ଏଥିନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ୍‌ ବିଭିନ୍ନ ସ୍ଥାନରେ ପଇଁତରା ମାରିଥିଲା।

ଇମ୍ରାନ ସଡ଼କ ପଥରେ ଯାଇଥିବା ବେଳେ ଆଜି ସକାଳେ ଲାହୋରର ଜମାନ ପାର୍କସ୍ଥିତ ନିଜ ଘରେ ପହଞ୍ଚିଥିଲେ। ସେଠଶରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ହଜାର ହଜାର ସମର୍ଥକ ଇମ୍ରାନଙ୍କୁ ସେଠାରେ ଅପେକ୍ଷା କରିଥିବା ବେଳେ ତାଙ୍କୁ ଶୋଭାଯାତ୍ରାରେ ବୁଲାଇଥିଲେ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଇଥିବା ବେଳେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଉଠାଇ ନେଇଥିଲା। ଏହାପରେ ସମଗ୍ର ଦେଶରେ ହିଂସାର ନିଆଁ ଜଳି ଉଠିଥିଲା। ଇମ୍ରାନଙ୍କ ହଜାର ହଜାର ସମର୍ଥନ ରାସ୍ତାକୁ ଓହ୍ଲାଇ ଜାତୀୟ ସମ୍ପତ୍ତି ଓ ସେନାର ସମ୍ପତ୍ତିକୁ ଜାଳି ପୋଡ଼ି ପାଉଁଶ କରି ଦେଇଥିଲେ।

Pakistan Imran Khan