Advertisment

ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ

ସେ ସୋମବାର ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Shehbaz Sharif

Shehbaz Sharif

Advertisment

ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ। ସେ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଶାସନ ଡୋର ନିଜ ହାତକୁ ନେବେ। ନବ ନିର୍ବାଚିତ ସଂସଦରେ ଅତି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶେହବାଜ ଶରିଫ ରବିବାର ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ସୋମବାର ରାଷ୍ଟ୍ରପତି ଭବନ ଆୱାମ-ଇ-ସାଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Advertisment

ରବିବାର ସଂସଦରେ ଭୋଟିଂ ପରେ ଶେହବାଜ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସର୍ବସମ୍ମତ ପ୍ରାର୍ଥୀ ହୋଇଥିବା ୭୨ ବର୍ଷୀୟ ଶେହବାଜ ୩୩୬ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ଶେହବାଜଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫର ଓମାର ଆୟୁବ ଖାନ ୯୨ ଭୋଟ୍ ପାଇଛନ୍ତି। ପିଟିଆଇ ସମର୍ଥିତ ସାଂସଦମାନେ ଉତ୍ତେଜନା ଏବଂ ନାରାବାଜି ଭିତରେ ନୂଆ ସଂସଦ ଅଧିବେଶନ ବସିଥିଲା।

Advertisment

କହିରଖୁ ଯେ, ଫେବ୍ରୁଆରୀ ୮ ତାରିଖରେ ହୋଇଥିବା ନିର୍ବାଚନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ନେତୃତ୍ୱାଧୀନ ପିଏମ୍‌ଏଲ୍‌-ଏନ୍‌କୁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ ପୂର୍ବତନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟିର ସମର୍ଥନ ମିଳିଛି। ଏହା ବ୍ୟତୀତ ଏମ୍‌କ୍ୟୁଏମ୍‌-ପି ଓ ଅନ୍ୟ ଦଳମାନେ ମଧ୍ୟ ଶେହବାଜଙ୍କୁ ସମର୍ଥନ କରିଛନ୍ତି। 

ସାଧାରଣ ନିର୍ବାଚନରେ ପିଟିଆଇ ଦଳ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ନ୍ୟାସନାଲ ଆସେମ୍ବଲିର ସର୍ବାଧିକ ୯୩ଟି ଆସନ ଜିତିଥିଲେ। PML-N ୭୫ଟି ସିଟ୍ ଏବଂ ପିପିପି ୫୪ଟି ସିଟ୍ ଜିତିଥିଲା। ମୁତାହିଦା କୈମି ଆନ୍ଦୋଳନ-ପାକିସ୍ଥାନ (MQM-P) ଖାତାକୁ ୧୭ଟି ସିଟ୍ ଆସିଥିଲା।

Pakistan Prime Minister Shabaz Sheriff Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe