Advertisment

'ମହମ୍ମଦ ୟୁନୁସ ବାଂଲାଦେଶ ହିଂସାର ମାଷ୍ଟରମାଇଣ୍ଡ'

ଶାନ୍ତି ପାଇଁ ନୋବେଲ ପାଇଥିବା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ହିଂସା ପଛର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା।

ଅଦ୍ୟତନ ହୋଇଛି
Muhammad Yunus & Sheikh Hasina

Muhammad Yunus & Sheikh Hasina

Advertisment

ବାଂଲାଦେଶରେ ହେଉଥିବା ହତ୍ୟାକାଣ୍ଡ ଏବଂ ସଖ୍ୟାଲଘୁଙ୍କୁ କରାଯାଉଥିବା ଟାର୍ଗେଟ ପଛରେ ମହମ୍ମଦ ୟୁନୁସଙ୍କୁ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ନ୍ୟୁୟର୍କରେ ଆୱାମି ଲିଗର ଏକ ଇଭେଣ୍ଟକୁ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକସ୍ଥଳ ଇସ୍କନ ଉପରେ ହେଉଥିବା ଆକ୍ରମଣ ପାଇଁ ୟୁନୁସଙ୍କୁ ସମାଲୋଚନା କରିଛନ୍ତି। 

Advertisment

ସେ କହିଛନ୍ତି, "ମୋତେ ଏହି ସମୂହ ହତ୍ୟାକାଣ୍ଡ ପଛର ଅଭିଯୁକ୍ତ ଦର୍ଶାଯାଉଛି। ବାସ୍ତବରେ ମହମ୍ମଦ ୟୁନୁସ ହିଁ ଛାତ୍ର ସଂଯୋଜକମାନଙ୍କ ସହ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଏପରି କରିଛନ୍ତି। ସେମାନେ ଏହାର ମାଷ୍ଟରମାଇଣ୍ଡ।"

ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ହିଂସା ଉପରେ ହସିନା କହିଛନ୍ତି, "ବର୍ତ୍ତମାନ ଶିକ୍ଷକ, ପୁଲିସ ସମସ୍ତଙ୍କୁ ଆକ୍ରମଣ କରି ହତ୍ୟା କରାଯାଉଛି... ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରାଯାଉଛି। ଚର୍ଚ୍ଚ ଏବଂ ଅନେକ ମନ୍ଦିର ଉପରେ ଆକ୍ରମଣ କରାଯାଇଛି। କାହିଁକି ସଂଖ୍ୟାଲଘୁଙ୍କୁ ବାଂଲାଦେଶରେ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ହସିନା।

Advertisment

ସେ ଆହୁରି କହିଛନ୍ତି ଯେ ତାଙ୍କ ପିତାଙ୍କ ଭଳି ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ସେ ଯଦି କ୍ଷମତାକୁ ଧରି ରଖିଥାନ୍ତେ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇ ଯାଇଥାନ୍ତା। ତାଙ୍କ ସୁରକ୍ଷାକର୍ମୀ ଯଦି ନିଆଁ ଲଗାଇବାକୁ ଚାହିଁଥାନ୍ତେ, ତେବେ ଗଣ ଭବନ ନିକଟରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା। କିନ୍ତୁ ସେ ଏସବୁ ଚାହୁଁ ନ ଥିବାରୁ ଦେଶ ଛାଡ଼ି ଚାଲି ଆସିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି। 

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣକୁ ନେଇ ହସିନାଙ୍କ ସରକାର ବିରୁଦ୍ଧରେ ଛାତ୍ର ଆନ୍ଦୋଲନ ମୁଣ୍ଡ ଟେକିଥିଲା। ଏହା ଧୀରେ ଧୀରେ ଏତେ ଭୟଙ୍କର ହୋଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ। ବିପୁଳ ସଂଖ୍ୟାର ଆନ୍ଦୋଳନକାରୀ ଗଣ ଭବନକୁ ଧସେଇ ପଶି ହସିନାଙ୍କ ଇସ୍ତଫା ଦାବି କରିଥିଲେ।

ଶେଷରେ ଲୋକଙ୍କ ଦାବିକୁ ରଖି ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଦେଶ ଚାଲି ଆସିଥିଲେ। ଏହାପରେ ଶାନ୍ତି ପାଇଁ ନୋବେଲ ପାଇଥିବା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରଙ୍କ ନେତୃତ୍ୱ ନେଇଛନ୍ତି। ମାତ୍ର ଏସବୁ ମାସ୍ କିଲିଂ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ବୋଲି ହସିନା ଅଭିଯୋଗ କରିଛନ୍ତି। 

Muhammad Yunus Sheikh Hasina Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe