Advertisment

ଚିନ୍ମୟ ପ୍ରଭୁଙ୍କ ଗିରଫକୁ ଶେଖ୍ ହସିନାଙ୍କ ବିରୋଧ

ବାଂଲାଦେଶରେ ବଢ଼ୁଥିବା ହିଂସାକୁ ନେଇ ୟୁନୁସ ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବାକୁ କଲେ ଦାବି।

author-image
Debadatta Aryashrestha
Sheikh Hasina and Chinmay Krishna Das

Sheikh Hasina and Chinmay Krishna Das

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶରେ ବଢ଼ୁଥିବା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ସମ୍ପର୍କରେ ବର୍ତ୍ତମାନର ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ ଚଟଗ୍ରାମରେ ଜଣେ ଓକିଲଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିବା ସହ ଏଥିରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହା ସହିତ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫକୁ ଶେଖ ହସିନା ବିରୋଧ କରିଛନ୍ତି। ଚିନ୍ମୟ ଦାସଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି।

Advertisment

ଓକିଲଙ୍କ ହତ୍ୟା ନେଇ ରଖିଲେ ପ୍ରତିକ୍ରିୟା
ବାଂଲାଦେଶର ଚଟଗ୍ରାମରେ ବିରୋଧ ସମୟରେ ଜଣେ ସରକାରୀ ଓକିଲଙ୍କ ହତ୍ୟାକୁ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ବୋଲି ଶେଖ ହସିନା ବର୍ଣ୍ଣନା କରିଛନ୍ତି। ଏହାକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିବା ସହ ଯିଏ ଏଥିରେ ଜଡିତ ଅଛି ତାଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ହସିନା।

ଚିନ୍ମୟ କୃଷ୍ଣ ଦାସଙ୍କୁ ଜେଲରୁ ମୁକୁଳାଇବାକୁ ଦାବି
ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫକୁ କଡ଼ା ବିରୋଧ କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ସେ କହିଛନ୍ତି ଯେ ସନାତନ ସମ୍ପ୍ରଦାୟର ଜଣେ ଶୀର୍ଷ ନେତାଙ୍କୁ ଅନ୍ୟାୟ ଭାବରେ ଗିରଫ କରାଯାଇଛି। ଚିନ୍ମୟ ଦାସଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ଏହା ସହିତ ଆୱାମୀ ଲିଗର ନେତା ଓ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ଆପତ୍ତି ଜଣାଇଛନ୍ତି। ସରକାର ସେମାନଙ୍କୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଶେଖ ହସିନା ଏହି କାର୍ଯ୍ୟକଳାପକୁ ନ୍ୟାୟ ବିରୋଧୀ ବୋଲି କହିଛନ୍ତି।

Advertisment

ୟୁନୁସ ସରକାରକୁ କଲେ ସମାଲୋଚନା

ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ଏକଜୁଟ ହେବାକୁ ଦେଶର ଲୋକଙ୍କୁ ଶେଖ ହସିନା ନିବେଦନ କରିଛନ୍ତି। ସେ କହିଛନ୍ତି, 'ସାଧାରଣ ଜନତାଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆମକୁ ଏଭଳି ଅରାଜକତା କାର୍ଯ୍ୟକଳାପକୁ ବିରୋଧ କରିବାକୁ ପଡ଼ିବ।' ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଧାର୍ମିକ ହିଂସା ଏବଂ ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ଶେଖ ହସିନା ୟୁନୁସ ସରକାରକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

Sheikh Hasina Bangladesh Violence Chinmay Prabhu Arrested