Advertisment

'ନିର୍ବାଚନ ହେଲେ ବାଂଲାଦେଶ ଫେରିବେ ଶେଖ୍ ହସିନା'

ବର୍ତ୍ତମାନର ଅନ୍ତରୀଣ ସରକାର ନିର୍ବାଚନ ପାଇଁ ନିଷ୍ପତ୍ତି ନେବା କ୍ଷଣି ହସିନା ବାଂଲାଦେଶ ଫେରିବେ।

author-image
Debibandita Barick
Sheikh Hasina

Sheikh Hasina

ବ୍ୟାପକ ହିଂସା ପରେ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶକୁ ଫେରିବେ। ବର୍ତ୍ତମାନର ଅନ୍ତରୀଣ ସରକାର ଯେବେ ନିର୍ବାଚନ ପାଇଁ ନିଷ୍ପତ୍ତି ନେବେ, ସେତେବେଳେ ଶେଖ୍ ହସିନା ଦେଶକୁ ଫେରିବେ ବୋଲି ତାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି।

Advertisment

ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ଏହା ପରେ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଛି। ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ହୋଇଛି। 

ଏହାରି ମଧ୍ୟରେ ଆମେରିକାରେ ଥିବା ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ବର୍ତ୍ତମାନ ପର୍ଯ୍ୟନ୍ତ ସେ(ହସିନା) ଭାରତରେ ଅଛନ୍ତି। ମଧ୍ୟବର୍ତ୍ତୀକାଳନ ସରକାର ନିର୍ବାଚନ ନେଇ ନିଷ୍ପତ୍ତି ନେବା ମାତ୍ରେ ସେ ବାଂଲାଦେଶ ଫେରିଯିବେ।"

Advertisment

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଗତ ଦୁଇ ମାସ ହେବ ହିଂସା ଲାଗି ରହିଥିଲା। ଏଥିରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାରି ମଧ୍ୟରେ ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ସରକାରୀ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ। ସ୍ଥିତି ଅଣାୟତ୍ତ ହେବାରୁ ସେ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ।

ଶେଖ୍ ହସିନା ବର୍ତ୍ତମାନ ଭାରତରେ ଅଛନ୍ତି। ସେ ଇଂଲଣ୍ଡ କିମ୍ବା ଅନ୍ୟ କେଉଁ ବିଦେଶ ଯିବା ନେଇ ଚର୍ଚ୍ଚା ହେଉଥିବା ମଧ୍ୟରେ ତାଙ୍କ ପୁଅ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ବାଂଲାଦେଶରେ ନିର୍ବାଚନ ହେଲେ ଶେଖ୍ ହସିନା ଦେଶକୁ ଫେରିବେ ବୋଲି ତାଙ୍କ ପୁଅ କହିଛନ୍ତି। 

Sheikh Hasina Bangladesh Violence Bangladesh Protests Sheikh Hasina Son