/odisha-reporter/media/post_attachments/uploadimage/library/16_9/16_9_0/Hasina_1730906507.jpg)
Hasina
ହିଂସା ପରେ ଦେଶ ଛାଡ଼ିଥିବା ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଢ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଂଲାଦେଶ ଛାଡ଼ିବା ପରେ ଭାରତ ଆସିଥିବା ହସିନା ଏବେ କୌଣସି ଏକ ଅଜ୍ଞାତ ସ୍ଥାନରେ ରହିଛନ୍ତି।
ତଥାପି ସେ ନିଜ ଦଳ ଜରିଆରେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପଙ୍କ ଅସାଧାରଣ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି। ଆମେରିକାର ଲୋକମାନେ ରିପବ୍ଲିକାନ ନେତେ ଟ୍ରମ୍ପଙ୍କ ଉପରେ ଅହେତୁକ ବିଶ୍ୱାସ ରଖିଛନ୍ତି ବୋଲି ମଧ୍ୟ ହସିନା କହିଛନ୍ତି।
ହସନାଙ୍କ ବାର୍ତ୍ତାକୁ ତାଙ୍କ ଦଳ ଆବାମୀ ଲିଗ୍ ପକ୍ଷରୁ ଅଫିସିଆଲ ଫେସବୁକରେ ପୋଷ୍ଟ କରାଯାଇଛି। ଏହି ବାର୍ତ୍ତାରେ ଆମେରିକା ଓ ବାଂଲାଦେଶର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ହସିନା ଆଶା ରଖିଛନ୍ତି।
ହସିନା ବାଂଲାଦେଶରୁ ଚାଲି ଆସିବା ପରେ ନୋବେଲ ବିଜେତା ମହମ୍ମସ ୟୁନୁସଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ଏଯାଏ ୟୁନୁସ ବିଜୟ ପାଇଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ନଥିଲେ ହେଁ ହସିନା ତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
