Advertisment

କୁଏତର ଶାସକ ଶେଖ ନୱାଫ ଅଲ ଅହମଦ ଅଲ ସବା ଆଉ ନାହାନ୍ତି

କୁଏତ ଟିଭି ଚ୍ୟାନେଲରେ ଜାରି ବିବୃତିରେ କୁହାଯାଇଛି ଯେ ଅତ୍ୟନ୍ତ ଦୁଃଖ ଓ ମର୍ମାତ ଭାବେ ଆମେ ଶେଖ ନୱାଫ ଅଲ ଅହମଦ ଅଲ ସବାଙ୍କ ଦେହାନ୍ତ ଖବର ଘୋଷଣା କରୁଛୁ।

Sheikh Nawaf

Sheikh Nawaf

Advertisment

କୁଏତର ଶାସକ ଶେଖ ଅଲ ଅହମଦ ଅଲ ସବାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁଏତ ଟିଭି ଚ୍ୟାନେଲ ପକ୍ଷରୁ ଏପରି ଘୋଷଣା କରାଯାଇଛି। ଏହି ଖବର ପ୍ରକାଶ କରିବା ପୂର୍ବରୁ ଟିଭିରେ କୁରାନିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଏହାପରେ ଶେଖ ନୱାଫଙ୍କ ଦେହାନ୍ତ ଖବର ପୂରା ବିଶ୍ୱକୁ ଦିଆଯାଇଥିଲା।

Advertisment

କୁଏତ ଟିଭି ଚ୍ୟାନେଲରେ ଜାରି ବିବୃତିରେ କୁହାଯାଇଛି ଯେ ଅତ୍ୟନ୍ତ ଦୁଃଖ ଓ ମର୍ମାତ ଭାବେ ଆମେ ଶେଖ ନୱାଫ ଅଲ ଅହମଦ ଅଲ ସବାଙ୍କ ଦେହାନ୍ତ ଖବର ଘୋଷଣା କରୁଛୁ।

କିଛି ନିର୍ଦ୍ଦିଷ୍ଟ ଜଟିଳ ରୋଗ ପାଇଁ ନଭେମ୍ବର ଶେଷ ଭାଗରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେଠାରେ ଚିକିତ୍ସିତ ହେଉଥିବା ଶେଖ ନୱାଫ ଅଲ ଅହମଦ ଅଲ ସବା ହସ୍ପିଟାଲ ବେଡ୍‌ରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ମଧ୍ୟପ୍ରାଚ୍ୟର ଦେଶ କୁଏତରେ ସବୁବେଳେ ଆଭ୍ୟନ୍ତରୀଣ କ୍ଷମତା ଯୁଦ୍ଧ ଲାଗି ରହିଥାଏ। ଶେଖ ନୱାଫ ଅଲ ଅହମଦ ଅଲ ସବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ଏସବୁ ଭିତରେ ତାଙ୍କ ଦେହାନ୍ତ ଖବର ଆସିଛି।

୨୦୨୧ ମାର୍ଚ୍ଚ ମାସରେ ଶେଖ ନୱାଫ ନିଜର କିଛି ମେଡିକାଲ ଚେକଅପ ପାଇଁ ଆମେରିକା ଯାଇଥିଲେ ବୋଲି ଖବର ମିଳିଛି। ତେବେ ଦେଶରେ ଆଭ୍ୟନ୍ତରୀଣ କ୍ଷମତା ଯୁଦ୍ଧ ଯୋଗୁ ତାଙ୍କ ସ୍ୱାସ୍ଥ୍ୟଗତ ସମ୍ପର୍କରେ କୌଣସି ତଥ୍ୟ ବାହାରକୁ ଛଡ଼ା ଯାଉ ନଥିଲା।

୨୦୨୦ରେ ଶେଖ ସବା ଅଲ ଅହମଦ ସବାଙ୍କ ମୃତ୍ୟୁ ପରେ ଶେଖ ନୱାଫ ଅଲ ଅହମଦ ଅଲ ସବା ୨୦୨୦ରେ କୁଏତର ଶାସକ ଭାବେ ଶପଥ ନେଇଥିଲେ। ସେବେଠାରୁ ସେ ଶାସକ ଗାଦିରେ ବସିଛନ୍ତି। ପୂର୍ବ ସରକାରରେ ସେ କୁଏତର ଆଭ୍ୟନ୍ତରୀଣ ଓ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।

ବର୍ତ୍ତମାନ ୮୩ ବର୍ଷୀୟ ଶେଖ ମେଶାଲ ଅଲ  ଅହମଦ ଅଲ ଜାବେର କ୍ରାଉନ୍ସ ଭାବେ କାମ କରୁଛନ୍ତି। ଶେଖ ନୱାଫଙ୍କ ଦେହାନ୍ତ ହୋଇଥିବାରୁ ସେ ହିଁ କୁଏତର ଶାସକ ହେବା ଦୌଡ଼ରେ ରହିଛନ୍ତି। 

Kuwait Sheikh Nawaf Al Ahmad Al Sabah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe