Advertisment

ଟ୍ରମ୍ପଙ୍କୁ ମାରିବାକୁ ପ୍ଲାନ୍, ଭୟାନକ କିଲର୍‌ଙ୍କୁ ମିଳିଥିଲା ସୁପାରୀ

୭ ଦିନ ଭିତରେ ତାଙ୍କୁ ସୁଟ୍‌ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଇରାନ୍‌। ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ସୁପାରୀ କିଲର୍‌ଙ୍କୁ ଇରାନ୍‌ ଦେଇଥିଲା ଦାୟିତ୍ୱ।

Trump

Trump

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିଲା ପ୍ଲାନ୍‌। ୭ ଦିନ ଭିତରେ ତାଙ୍କୁ ସୁଟ୍‌ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଇରାନ୍‌। ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ସୁପାରୀ କିଲର୍‌ଙ୍କୁ ଇରାନ୍‌ ଦେଇଥିଲା ଦାୟିତ୍ୱ। ଏଭଳି କିଛି ଖୁଲାସା କରିଛି ଆମେରିକା ନ୍ୟାୟ ବିଭାଗ।

Advertisment

ଶୁକ୍ରବାର ମ୍ୟାନହଟ୍ଟନ ସଂଘୀୟ ଅଦାଲତରେ ଦାୟର ଏକ ଅପରାଧିକ ମାମଲାରେ ଶୁଣାଣି ବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଇରାନର ପାରାମିଲିଟାରି ରେଭଲ୍ୟୁସନାରୀ ଗାର୍ଡର ଜଣେ ଅଧିକାରୀ, ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ସୁଟ୍ଟର ପରହାଦ ଶକିରିଙ୍କୁ ସୁପାରୀ ଦେଇଥିଲେ।

ଏହି ସବୁ ଯୋଜନା ସେପ୍ଟେମ୍ବର ମାସରେ ହୋଇଥିଲା। ଫରହାଦ ଶକିରିଙ୍କୁ ଟ୍ରମ୍ପଙ୍କ ରେକି କରିବା ସହ ତାଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଏକ ସପ୍ତାହ ଭିତରେ ଏହି କାମକୁ କରିବା ପାଇଁ ଶକିରିଙ୍କୁ ସମୟ ଦେଇଥିଲା ଇରାନ୍‌। ତେବେ ୭ ଦିନ ଭିତରେ ଯଦି ସେ ଟ୍ରମ୍ପଙ୍କୁ ହତ୍ୟା କରିବାରେ ସଫଳ ନହୁଅନ୍ତି ତେବେ ନିର୍ବାଚନ ସରିବା ପରେ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ହାରିଯିବେ ବୋଲି ଟ୍ରମ୍ପ ଭାବୁଥିଲା।

Advertisment

ଟ୍ରମ୍ପଙ୍କ ଏହି ହତ୍ୟା ଷଡ଼ଯନ୍ତ୍ରରେ ନ୍ୟୁୟକର ଦୁଇ ଜଣ ବ୍ୟକ୍ତି ମଧ୍ୟ ସାମିଲ ଥିଲେ। ଫରହାଦ ଇରାନରେ ଥିବା ବେଳେ FBI ଏଜେଣ୍ଟଙ୍କ ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର କରୁଥିବାର ଫୋନ୍ କଲ୍ ରେକର୍ଡିଂ ଆମେରିକା ନ୍ୟାୟ ବିଭାଗ ହାତରେ ଲାଗିଛି। ଏହାଛଡ଼ା ଆମେରିକାରେ ଜେଲରେ ଥିବା ଜଣେ ସହଯୋଗୀର ସଜା କମ୍ କରିବାକୁ କହୁଥିବାର କଥାବାର୍ତ୍ତାକୁ ଖୁଲାସା କରିଛି।

ଶକିରି ଜଣେ ଆଫଗାନି ନାଗରିକ। ସେ ଜଣେ ସରକାରୀ କର୍ମଚାରୀ। ସେ ଛୋଟବେଳୁ ଆମେରିକାରେ ରହିଆସୁଥିଲେ। ବଡ଼ ହେବା ପରେ ଡାକାୟତି କରିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ୧୪ ବର୍ଷ ଜେଲ୍ ମଧ୍ୟ ଯାଇଥିଲେ। ଏବେ ସେ ତେହରାନରେ ସୁପାରୀ କିଲର ବା ସୁଟ୍ଟର ଗ୍ୟାଙ୍ଗକୁ ଅପରେଟ୍ କରୁଛି।

ମ୍ୟାନହଟ୍ଟନ ସଂଘୀୟ ଅଦାଲତରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଶକିରି ଯାଞ୍ଚ ଅଧିକାରୀଙ୍କୁ ନିକଟରେ ସ୍ୱୀକାର କରିଛି ଯେ ଇରାନ ଅର୍ଦ୍ଧସୈନ୍ୟକ କ୍ରାନ୍ତକାରୀ ଗାର୍ଡ ତାଙ୍କୁ ସମ୍ପର୍କ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା। ୭ ଦିନ ଭିତରେ ହତ୍ୟା ସଫଳ ହେଲେ ମୋଟା ଅଙ୍କର ଟଙ୍କା ମିଳିବ ବୋଲି କୁହାଯାଇଥିଲା।

କହିରଖୁ ଯେ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପଙ୍କ ଉପରକୁ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲେ। ତେବେ ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

USA Donald Trump Iran Plan To Kill Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe