Advertisment

ସୋଶାଲ ମିଡିଆ ବ୍ୟାନରୁ ଲଙ୍କାକାଣ୍ଡ: ସଂସଦ ଗେଟରେ ନିଆଁ ଲଗାଇଲେ ବିକ୍ଷୋଭକାରୀ, ଗୁଳିମାଡ଼ରେ ୧୪ ମୃତ, ସେନା ମୁତୟନ

ଭଙ୍ଗାରୁଜା ଓ ପୋଡ଼ାଜଳା ଯୋଗୁ ବିକ୍ଷୋଭକାରୀଙ୍କୁ ସଂସଦର ଆଖପାଖରେ ଦେଖିବା ମାତ୍ରେ ଗୁଳି ମାରିବାକୁ ନେପାଳ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ୍‌ ବିଫଳ ହେବାରୁ କାଠମାଣ୍ଡୁରେ ସେନା ଯବାନଙ୍କୁ ମୁତୟନ କରାଯାଇଛି।

ଅଦ୍ୟତନ ହୋଇଛି
Protest

Protest

Advertisment

ସୋଶାଲ ମିଡିଆ ବ୍ୟାନକୁ ନେଇ ନେପାଳରେ ସାଂଘାତିକ ସ୍ଥିତି। ବିଚ ରାସ୍ତାରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ବିକ୍ଷୋକାରୀ। ହଜାର ହଜାର ବିକ୍ଷୋଭକାରୀ କଟକଣାକୁ ଉଲ୍ଲଙ୍ଘନ କରି ସରକାରୀ ବିରୋଧରେ ଗର୍ଜିଛନ୍ତି। କର୍ଫ୍ୟୁ ସତ୍ତ୍ୱେ ହଜାର ହଜାର ଲୋକ କାଠମାଣ୍ଡୁରେ ଥିବା ନେପାଳ ସଂସଦରେ ଧସେଇ ପଶିଛନ୍ତି। ସେମାନେ ସଂସଦ ଗେଟରେ ନିଆଁ ଲଗାଇ ଦେବା ସହ ପଥର ମାଡ଼ କରିଛନ୍ତି।

Advertisment

ସ୍ଥିତି ବେକାବୁ ହେବାରୁ ପୁଲିସ୍‌ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ କରାଯାଇଛି। ଏଥିରେ ୧୪ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଭଙ୍ଗାରୁଜା ଓ ପୋଡ଼ାଜଳା ଯୋଗୁ ବିକ୍ଷୋଭକାରୀଙ୍କୁ ସଂସଦର ଆଖପାଖରେ ଦେଖିବା ମାତ୍ରେ ଗୁଳି ମାରିବାକୁ ନେପାଳ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ୍‌ ବିଫଳ ହେବାରୁ କାଠମାଣ୍ଡୁରେ ସେନା ଯବାନଙ୍କୁ ମୁତୟନ କରାଯାଇଛି।

ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଓ ରାଷ୍ଟ୍ରପତି ଭବନରେ ସେନା ବାହିନୀକୁ ସବୁ ପ୍ରକାରର ସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିକ୍ଷୋଭ ଭୀଷଣ ରୂପ ନେଉଥିବାରୁ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା କ୍ୟାବିନେଟ ବୈଠକ ଡାକିଛନ୍ତି। ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। 

Advertisment

ନେପାଳରେ ଚାଲିଥିବା ବିକ୍ଷୋଭକୁ ଜେନ ଜେଡ ବିପ୍ଳବ କୁହାଯାଉଛି।  ଜେନ ଜେଡ ସଂଗଠନ ପକ୍ଷରୁ ବିକ୍ଷୋଭକାରୀଙ୍କୁ ଘରକୁ ଫେରି ଆସିବାକୁ ଆହ୍ୱାନ ଦିଆଯାଇଛି। ତଥାପି ବିଭିନ୍ନ ସ୍ଥାନରେ ଶତାଧିକ ଯୁବକମାନେ ବିକ୍ଷୋଭ କରୁଛନ୍ତି। ପୁଲିସ୍‌ ଓ ସେନା ଯବାନଙ୍କ ସହ ସେମାନଙ୍କର ସଂଘର୍ଷ ଦେଖିବାକୁ ମିଳିଛି। ବିକ୍ଷୋଭରେ ଯୁବଗୋଷ୍ଠୀ ସାମିଲ ହୋଇଥିବାରୁ ସେମାନଙ୍କୁ ଜେନ ଜେଡ ବିକ୍ଷୋକାରୀ କୁହାଯାଇଛି। ହଜାର ହାଜର ଯୁବକ/ଯୁବତୀ ରାଜରାସ୍ତାରେ ଶୋଭାଯାତ୍ରା କରୁଥିବାରୁ ଏହାକୁ ଜେନ ଜେଡ ବିପ୍ଳବ ଭାବେ ଗଣନା କରାଯାଉଛି।

ଫେସବୁକ, ଏକ୍ସ, ହ୍ୱାଟସଆପ ଓ ୟୁଟ୍ୟୁବ ଭଳି ୨୬ଟି ସୋଶାଲ ମିଡିଆ ପ୍ଲାଟଫର୍ମକୁ ସପ୍ଟେମ୍ବର ୪ରେ ବ୍ୟାନ କରିଛନ୍ତି ନେପାଳ ସରକାର। ପୂରା ଦେଶରେ ସୋଶାଲ ମିଡିଆ ବ୍ୟାନ ନିଷ୍ପତ୍ତି ପରେ ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଏବେ ସୋଶାଲ ମିଡିଆ ବ୍ୟାନ କରି ଅରାଜକତା ସୃଷ୍ଟି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଜେନ ଜେଡର ବିକ୍ଷୋଭ ତୀବ୍ର ହେଉଥିବାରୁ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ସେହିପରି ଲୁହବୁହା ଗ୍ୟାସ ଓ ପାଣି ମାଡ଼ କରାଯାଇଛି। ତଥାପି ବିକ୍ଷୋଭକାରୀ ସଂସଦ ଭବନରେ ପଶି ଯିବାରୁ ପୁଲିସ୍‌ ପକ୍ଷରୁ ଗୁଳି ଚାଳନା କରାଯାଇଛି। ଏଥିଯୋଗୁ ଟ୍ରଉମା ସେଣ୍ଟରରେ ୫ ଜଣ, କାଠମାଣ୍ଡୁ ମେଡିକାଲ ସେଣ୍ଟର ନିକଟରେ ଜଣେ ଓ କାଠମାଣ୍ଡୁ ସହରରେ ୩ ଜଣ ପ୍ରାଣ ହରାଇଛନ୍ତି।

ପୂର୍ବରୁ କାଠମାଣ୍ଡୁର ବାନେଶ୍ୱରର ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏବେ ଏହାର ସୀମାକୁ ବୃଦ୍ଧି କରାଯାଇଛି। ପୂରା କାଠମାଣ୍ଡୁରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିବା ସହ ବିକ୍ଷୋଭକାରୀଙ୍କୁ ଘରକୁ ଫେରିଯିବାକୁ କହିଛି। ରାତି ୧୦ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି।

ଅନେକ ବିକ୍ଷୋକାରୀ କଟାକଣା ଯୁକ୍ତ ଅଞ୍ଚଳକୁ ପୁଲିସ୍‌ ବ୍ୟାରିକେଡ ଭାଙ୍ଗି ପ୍ରବେଶ କରିଛନ୍ତି। ବିକ୍ଷୋଭ ଅଣାୟାତ ହେବାରୁ ପୁଲିସ୍‌ ଗୁଳି ଚଳାଇଛି ଓ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗା ଯାଇଛି। ବିଶେଷ କରି ସଂସଦର ଆଖପାଖ ଅଞ୍ଚଳ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲେ ହେଁ ପୋଡ଼ାଜଳା ଓ ଭଙ୍ଗାରୁଜା ଦେଖିବାକୁ ମିଳିଛି।

ସେପ୍ଟେମ୍ବର ୪ରେ ନେପାଳ ସରକାର ୨୬ଟି ସୋଶାଲ ମିଡିଆକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରୀ ଗାଇଡଲାଇନକୁ ମାନୁ ନାହାନ୍ତି ଓ ସେମାନେ ନିଜକୁ ପଞ୍ଜୀକରଣ କରି ନଥିବାରୁ ସରକାର ସେଗୁଡ଼ିକୁ ବ୍ୟାନ କରିଥିଲେ। ସରକାର ଜାତୀୟ ସୁରକ୍ଷାର ଦ୍ୱାହି ଦେଉଥିବା ବେଳେ ବିକ୍ଷୋକାରୀ ଏହାକୁ ସାଧାରଣ ସ୍ୱରକୁ ବନ୍ଦ କରିବାର ପ୍ରୟାସ ବୋଲି କହିଛନ୍ତି।

Protest Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe