Advertisment

ବାର୍‌ ଭିତରେ ଆଖିବୁଜା ଗୁଳିମାଡ଼, ୧୦ ମୃତ

ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ଅଛନ୍ତି। ସେହିପରି ୪ ଜଣ ଗୁରୁତର ହୋଇଛନ୍ତି।

Shoot out IN Bar

Shoot out IN Bar

Advertisment

ନୂଆବର୍ଷରେ ଅଘଟଣ। ବାର୍ ଭିତରେ ଫୁଟିଲା ଗୁଳି। ଝଗଡ଼ା ପରେ ହେଲା ଆଖିବୁଜା ଗୁଳିମାଡ଼। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ଗୁରୁତର ହୋଇଛନ୍ତି। ୟୁରୋପୀୟ ଦେଶ ମୋଣ୍ଟେନେଗ୍ରୋ ସେଟିନ୍‌ଞ୍ଜିର ଏକ ବାର୍‌ରେ ଏହି ଘଟଣା ଘଟିଛି।

Advertisment

ପଶ୍ଚିମ ମୋଣ୍ଟେନେଗ୍ରିନ୍ ସହରର ଏକ ବାରରେ ସଂଘର୍ଷ ପରେ ବୁଧବାର ଦିନ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେସାମନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି।

ପୋଡଗୋରିକା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସେଟିନ୍‌ଞ୍ଜିରେ ଅଭିଯୁକ୍ତକୁ ଖୋଜିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ପଠାଇଛି। ଏଥିସହ ସହର ଭିତରକୁ ଓ ବାହାରକୁ ଯାଉଥିବା ରାସ୍ତାକୁ ପୁଲିସ ସମ୍ପୂର୍ଣ୍ଣ ବ୍ଲକ୍‌ କରିଛି।

Advertisment

ଅଧିକାରୀ କହିଛନ୍ତି ଯେ ଆକ୍ରମଣକାରୀ ଜଣକ ୪୫ ବର୍ଷିୟ ଏକୋ ମାର୍ଟିନୋଭିକ୍ ରୂପେ ଚିହ୍ନଟ ହୋଇଛି। ଏହି ଘଟଣା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଗୃହ ମନ୍ତ୍ରୀ ଡାନିଲୋ ସାରନୋଭିକ୍ କହିଛନ୍ତି ଯେ ଆକ୍ରମଣକାରୀ ସେଟିନ୍‌ଞ୍ଜି ସହରରେ ଜଣେ ବାର ମାଲିକ, ବାର ମାଲିକଙ୍କ ପିଲା ଏବଂ ତାଙ୍କ ପରିବାରକୁ ହତ୍ୟା କରିଛନ୍ତି। ଆକ୍ରମଣକାରୀଙ୍କୁ ବିପଜ୍ଜନକ ବୋଲି ବର୍ଣ୍ଣନା କରି ସେ ଲୋକମାନଙ୍କୁ ନିଜ ଘର ଭିତରେ ରହିବାକୁ ନିବେଦନ କରିଛନ୍ତି।

Shooting In Bar Cetinje Montenegro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe