Advertisment

ଆମେରିକାରେ ପୁଣି ବିଚ୍‌ ରାସ୍ତାରେ ଫୁଟିଲା ଗୁଳି: ୪ ଟଳି ପଡ଼ିଲେ, ୪ ଗୁରୁତର

ଆମେରିକାର ଫିଲାଡେଲଫିଆ ସହରରେ ଘଟିଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କ ଶରୀରରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

Police

Police

Advertisment

ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବିଚ୍‌ ରାସ୍ତାରେ ଫୁଟିଛି ଗୁଳି। ପୁଣି ଆଖି ବୁଜିଛନ୍ତି ନିରୀହ ଲୋକେ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଘଟିଛି ଏପରି ନାରକୀୟ କାଣ୍ଡ।

Advertisment

ଆମେରିକାର ଫିଲାଡେଲଫିଆ ସହରରେ ଘଟିଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କ ଶରୀରରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ପିଲା ଥିବା ଜଣାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ଜଣେ ଯୁବକ ଆଖି ବୁଜା ଗୁଳି ବର୍ଷଣ କରିବା ଆରମ୍ଭ କରିଦେଲେ। ଆକ୍ରମଣକାରୀ ନିଜେ ବୁଲେଟ୍‌ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତାଙ୍କ ହାତରେ ହ୍ୟାଣ୍ଡଗନ୍, ରାଇଫଲ୍, ମାଗାନିଜ୍‌ ଥିଲା।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା। ଏଥିସହ ତାଙ୍କ ନିକଟରେ ଥିବା ମାରଣାସ୍ତ୍ର ଜବତ କରିଛି। ଏହାପରେ ପୁଲିସ୍ ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ଆକ୍ରମଣର କାରଣ ଜଣାପଡ଼ିନି।

ପୂର୍ବରୁ ମଧ୍ୟ ଆମେରିକାରେ ବିଚ୍‌ ବଜାରରେ, ସ୍କୁଲରେ, ହସ୍ପିଟାଲରେ ଗୁଳି ଫୁଟି ଅକାଳରେ ବହୁ ଲୋକଙ୍କ ଜୀବନ ଚାଲି ଯାଉଛି। ଏହାକୁ ନେଇ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ଦେଶର ବନ୍ଧୁକ ଲାଇସେନ୍ସକୁ କଡ଼ାକଡ଼ି କରିବାକୁ ଦାବି ଜଣାଉଛନ୍ତି।

USA Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe